Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

‘ମଦ ପିଅ ଆଉ ଶାରୀରିକ ସଂପର୍କ ରଖ, ନଚେତ୍ ଚାକିରୀରୁ ଛଟେଇ’, ମହିଳା କର୍ମଚାରୀଙ୍କୁ ଏଭଳି କହୁଛନ୍ତି ହୋଟେଲ ମାଲିକ !

24/04/2021 at 5:25 PM

ଜୟପୁର ୨୪।୪: ମଦ ପିଅ ଆଉ ଶାରୀରିକ ସଂପର୍କ ରଖ, ନଚେତ ଚାକିରୀରୁ  ଛଟେଇ ହେବ… ଜଣେ ମହିଳା କର୍ମଚାରୀଙ୍କୁ ଜୟପୁରର ଏକ ପ୍ରତିଷ୍ଠିତ ହୋଟେଲ ମାଲିକ ଏପରି ପ୍ରସ୍ତାବ ଦେଇ ମାନସିକ ନିର୍ଯାତନା ଦେଇ ଆସୁଥିଲେ । ଏପରିକି ଜୋର ଜବରଦସ୍ତ ମଦ ପିଆଇବା ସହ ଦୁଷ୍କର୍ମ ଉଦ୍ୟମ କରିଥିବା କରିଥିଲେ ।

ମହିଳା କର୍ମଚାରୀ ଜଣଙ୍କ ଶାରୀରିକ ସଂପର୍କ ରଖିବାକୁ ମନା କରିବା ସହ ଏହାର ପ୍ରତିବାଦ କରିବାରୁ ଶେଷରେ ହୋଟେଲ ମାଲିକ ମହିଳା କର୍ମଚାରୀ ଜଣଙ୍କୁ ଚାକିରୀରୁ ବାହାର କରିବା ସହ ବକେୟା ଟଙ୍କା ବି ଦେଲେ ନାହିଁ । ଆଉ ଏହାର ପ୍ରତିବାଦ କରି ମହିଳା ଜଣଙ୍କ ହୋଟେଲ ଭିତରେ ପସି ହଙ୍ଗାମା କରିଥିଲେ। ଆଉ ମହିଳାଙ୍କ ଏପରି ହଙ୍ଗାମା ଦେଖିବାକୁ ଲୋକେ ରୁଣ୍ଡ ହୋଇ ଯାଇଥିଲେ ।

ସେପଟେ ଏ ନେଇ ମହିଳା ଜଣଙ୍କ ପୋଲିସର ଦ୍ବାରସ୍ଥ ହୋଇନଥିଲେ ବି ହୋଟେଲ ମାଲିକ କିନ୍ତୁ ସଂପୃକ୍ତ ମହିଳାଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ପୁରା ଘଟଣାକୁ ଅସ୍ବୀକାର କରିବା ସହ ଏହା ମହିଳା କର୍ମଚାରୀଙ୍କ ଷଡଯନ୍ତ୍ର ବୋଲି କହିଛନ୍ତି ହୋଟେଲ ମାଲିକ ।

   Related Posts