Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ନିଶାସକ୍ତ ସ୍ବାମୀଙ୍କ ବିରୋଧରେ ଅଭିଯୋଗ କରିଥିବା ସସ୍ମିତାଙ୍କୁ ସମ୍ବର୍ଦ୍ଧନା ଦେଲା ଜିଲ୍ଲା ପ୍ରଶାସନ

15/09/2019 at 8:46 PM

କେନ୍ଦ୍ରାପଡା ୧୫।୦୯ (ମାତୃ ଦତ୍ତ ମହାନ୍ତି)- ନିଶାସକ୍ତ ସ୍ବାମୀଙ୍କ ବିରୁଦ୍ଧରେ ଅଭିଯୋଗ କରିଥିବା ମହିଳାଙ୍କୁ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ସମ୍ବର୍ଦ୍ଧିତ କରିଛି | ମହିଳାଙ୍କ ଗ୍ରାମ ପୁରୁଷୋତ୍ତମପୁର ରେ ଏକ ଉତ୍ସବରେ ଏହି ମହିଳାଙ୍କୁ ସମ୍ମାନିତ କରାଯାଇଛି | ତେବେ ଏ ନେଇ ପ୍ରଥମେ news 7 ରେ ଖବର ପ୍ରସାରିତ ହୋଇଥିଲା | ଖବର ପାଇବା ପରେ ଜିଲାପାଳ ଘଟଣା ସମ୍ପର୍କରେ ବୁଝିଥିଲେ |  ଏହି ମହିଳାଙ୍କ ନାମ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସମ୍ବର୍ଦ୍ଧନା ପାଇଁ ସୁପାରିଶ କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି |

ଏହି ମହିଳା ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ବ୍ଲକ୍ ପୁରୁଷୋତ୍ତମପୁର ଗ୍ରାମର ସସ୍ମିତା ଜେନା | ନିଜ ସାହସିକତା ପାଇଁ ସସ୍ମିତା ଏବେ ସାରା ଜିଲାରେ ଚର୍ଚ୍ଚାରେ ରହିଛନ୍ତି | ତେବେ ନିଜ ସ୍ବାମୀଙ୍କ ମଦ ଅଭ୍ୟାସ ସମ୍ପର୍କରେ ଗାଁ କମିଟି ରେ ଅଭିଯୋଗ କରି ସସ୍ମିତା ପୁରସ୍କୃତ ହେବାର ଖବର news 7 ରେ ପ୍ରସାରଣ ପରେ ତାଙ୍କ ସାହସିକତା କୁ ନେଇ ଏବେ ସମସ୍ତେ ବାହାଃ ବାହାଃ ଦେଉଛନ୍ତି | ଆଜି କେନ୍ଦ୍ରାପଡ଼ା ଜିଲାପାଳ ନିଜେ ସସ୍ମିତା ଙ୍କ ପାଖରେ ପହଞ୍ଚି ଥିଲେ | ତାଙ୍କ ସାହସିକତା ପାଇଁ ଜିଲାପାଳ ସସ୍ମିତାଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିବା ସହିତ ବେଶ୍ ପ୍ରଶଂସା ମଧ୍ୟ କରିଥିଲେ | ତେବେ ସସ୍ମିତାଙ୍କ ନାମ ମୁଖ୍ୟମନ୍ତ୍ରୀ ଙ୍କ ପାଖରେ ସୁପାରିଶ କରି ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପୁରସ୍କୃତ କରିବା ପାଇଁ ଉଦ୍ୟମ କରିବେ ବୋଲି ଜିଲାପାଳ ସୂଚନା ଦେଇଛନ୍ତି |  କେବଳ ସସ୍ମିତା ନୁହଁନ୍ତି ନିଶା ବିରୁଦ୍ଧରେ ଲଢେଇ କରୁଥିବା ଏମିତି ମହିଳା ମାନଙ୍କୁ ପ୍ରୋସାହନ ଦେବା ପାଇଁ ଜିଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବା ର କାର୍ଯ୍ୟକ୍ରମ ରହିଛି |

ସସ୍ମିତାଙ୍କ ସମ୍ବର୍ଦ୍ଧନା ପାଇଁ ଆଜି ଗାଁ ରେ ଏକ ସଭାର ଆୟୋଜନ କରାଯାଇଥିଲା | ଏଥିରେ ଜିଲା ଅବକାରୀ ବିଭାଗର ଅଧିକାରୀ ମଧ୍ୟ ସାମିଲ ହୋଇଥିଲେ |   ଅନ୍ୟପକ୍ଷରେ ଜିଲା ପ୍ରଶାସନ ପକ୍ଷରୁ ସ୍ବୀକୃତି ଓ ସମ୍ମାନ ପାଇବା ପରେ ସସ୍ମିତା ଏବେ ବେଶ୍ ଖୁସି ଅଛନ୍ତି | ନିଜ ସ୍ବାମୀଙ୍କ ମଦ ନିଶା ଛଡାଇବା ପରେ ଏବେ ସମଗ୍ର ଜିଲାକୁ ମଦ ମୁକ୍ତ କରିବା ପାଇଁ ସ୍ଵପ୍ନ ଦେଖୁଛନ୍ତି ବୋଲି news 7 କୁ ପ୍ରତିକ୍ରିୟା ଦେଇ ସସ୍ମିତା କହିଛନ୍ତି | ସସ୍ମିତା ଙ୍କ ପରି ପୁରୁଷୋତ୍ତମପୁର ଗ୍ରାମର ଅନ୍ୟ ମହିଳା ମାନେ ମଧ୍ୟ ନିଶା ନିବାରଣ ପାଇଁ କାର୍ଯ୍ୟ କରିବାକୁ ସଭାର ବକ୍ତା ମାନେ ଆହ୍ଵାନ ଦେଇଛନ୍ତି |

. କେନ୍ଦ୍ରାପଡ଼ା ର ଗ୍ରାମାଞ୍ଚଳରେ ମଦ ନିଶାର ପ୍ରସାର କରୁଥିବା ଚୋରା ବ୍ୟବସାୟୀଙ୍କ ଉପରେ ଅବକାରୀ ବିଭାଗ ଲଗାମ୍ କଷିବାର ଆବଶ୍ୟକତା ରହିଛି | ତେବେ ସସ୍ମିତା ଙ୍କ ପରି ଅନ୍ୟ ମହିଳା ମାନେ ଆଗେଇ ଆସିଲେ ଏକ ମଦ ମୁକ୍ତ ଓଡିଶା ଗଠନର ସ୍ଵପ୍ନ ବେଶି ଦୂର ନୁହଁ |

   Related Posts