ସ୍ତ୍ରୀ ଯଦି ସ୍ୱାମୀଙ୍କୁ ଚାପୁଡ଼ା ମାରେ ତାହେଲେ ଏହା ଆତ୍ମହତ୍ୟା କରିବା ପାଇଁ ଉସୁକାଇବା ସଂଗେ ସମାନ ନୁହେଁ : କୋର୍ଟ

Published By : Prameya-News7 Bureau | January 10, 2019 IST

ଦିଲ୍ଲୀ ୧୦/୧ : ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, ଯଦି କୌଣସି ସ୍ତ୍ରୀ ଆଉ କାହା ସାମ୍ନାରେ ସ୍ୱାମୀଙ୍କୁ ଚାପୁଡ଼ା ମରିଥାନ୍ତି ତାହେଲେ ସେହି ଘଟଣାକୁ ଆତ୍ମହତ୍ୟା କରିବା ପାଇଁ ଉସୁକାଇବା କୁହାଯାଇପାରିବ ନାହିଁ | ସ୍ୱାମୀଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗରେ ଚାଲିଥିବା ଜଣେ ମହିଳାଙ୍କ ମାମଲାରେ ରାୟ ଦେଇ ଦିଲ୍ଲୀ ହାଇକୋର୍ଟ ଏହା କହିଛନ୍ତି । ମହିଳାଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।  

ଜଷ୍ଟିସ ସଂଜୀବ ସଚଦେବା କହିଛନ୍ତି ଯେ, ସାଧାରଣ କଥାରେ ଯଦି ସ୍ତ୍ରୀ କାହା ସମ୍ମୁଖରେ ସ୍ୱାମୀଙ୍କ ଉପରକୁ ହାତ ଉଠାଇଲା ତାହେଲେ କେହି ଆତ୍ମହତ୍ୟା କରିବା କଥା ଚିନ୍ତା କରିବନାହିଁ | ଯଦି ଚାପୁଡ଼ା ମାରିବା ଆତ୍ମହତ୍ୟା ପାଇଁ ଉସୁକାଇବା ବୋଲି କେହି ଭାବୁଛନ୍ତି ତାହେଲେ ଏହାକୁ ବିବେକହୀନ ବୋଲି କୁହାଯିବ |

{"id":72484}

କୋର୍ଟ ରାୟ ଦେଇଥିଲେ ଯେ, ମହିଳାଙ୍କ ବିରୋଧରେ ମକଦ୍ଦମା ଜାରି ରଖିବାର କୌଣସି ପ୍ରୟୋଜନ ନାହିଁ | ତାଙ୍କ ବିରୋଧରେ ଆରମ୍ଭ ହୋଇଥିବା ମାମଲାର କୌଣସି ନିଷ୍କର୍ସ ବାହାରିବନାହିଁ | ଏହି ମାମଲାରେ ମହିଳାଙ୍କୁ ଦୋଷୀ ସାବ୍ୟସ୍ୟ କଲେ ତାହା କେବଳ ମହିଳାଙ୍କୁ ପ୍ରତାରଣା ଦେବା ସଂଗେ ସମାନ | ହାଇକୋର୍ଟ କହିଛନ୍ତି ଯେ, ଟ୍ରାଏଲ କୋର୍ଟ ଦ୍ୱାରା ଆଇପିସି ଧାରା ୩୯୬ ଆଧାରରେ ମହିଳାଙ୍କ ବିରୋଧରେ ପ୍ରମାଣ ଥିବା ଘଟଣା ସମ୍ପୂର୍ଣ୍ଣ ଭିତ୍ତିହୀନ |

{"id":72485}

ଆବେଦକ ପକ୍ଷ ଅନୁସାରେ ୨୦୧୫ ମସିହା ଅଗଷ୍ଟ ୨ ତାରିଖରେ ମହିଳାଙ୍କ ସ୍ୱାମୀ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ | ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | କିନ୍ତୁ ପର ଦିନ ତାଙ୍କର ମୃତ୍ୟୁ ହୋଇଯାଇଥିଲା | ମହିଳାଙ୍କ ସ୍ୱାମୀ ଆତ୍ମହତ୍ୟା ପୂର୍ବରୁ ଏକ ସୂଈସାଇଡ ନୋଟ ଲେଖିଥିଲେ | ସେହି ସୂଈସାଇଡ ନୋଟକୁ ପୋଲିସ ଜବତ କରିଥିଲା | ସୂଈସାଇଡ ନୋଟ ଆଧାରରେ ପୋଲିସ ମହିଳାଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ଉସୁକାଇବା ମାମଲା ରୁଜ୍ଜୁ କରିଥିଲା | ତଦନ୍ତରୁ ଜଣାପଡିଥିଲା ଯେ, ୨୦୧୫ ମସିହା ଜୁଲାଇ ୩୧ ତାରିଖରେ ମହିଳା ନିଜ ସ୍ୱାମୀଙ୍କୁ ସମସ୍ତଙ୍କ ସାମ୍ନାରେ ଚାପୁଡ଼ା ମାରିଥିଲେ | ଏହାପରେ ଅଗଷ୍ଟ ୨ ତାରିଖରେ ସ୍ବାମି ଆତ୍ମହତ୍ୟା ଉଦ୍ୟମ କରିଥିଲେ |

{"id":72486,"width":585,"height":244}

ମହିଳାଙ୍କ ଶ୍ୱଶୁର ବୋହୁ ବିରୋଧରେ ଅଭିଯୋଗ କରିଥିଲେ ଯେ, ସ୍ତ୍ରୀ ପାଇଁ ତାଙ୍କ ପୁଅ ଆତ୍ମହତ୍ୟା କରିଛି | ତେବେ ସମସ୍ତ ସାକ୍ଷ୍ୟ ପ୍ରମାଣ ପରେ କୋର୍ଟ କହିଥିଲେ ଯେ, ସ୍ୱାମୀ ଲେଖିଥିବା ସୂଈସାଇଡ ନୋଟରେ କେଉଁଠାରେ ହେଲେ ଲେଖା ହୋଇନାହିଁ ଯେ, ସ୍ତ୍ରୀ ଚାପୁଡ଼ା ମାରିଥିବା ଯୋଗୁଁ ସେ ଆତ୍ମହତ୍ୟା କରୁଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.