Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଧରା ପଡିଲେ ମହିଳା ୪୨୦ : ଦେହ ଖରାପ ବାହାନାରେ ନେଇଥିଲେ ୪ ଲକ୍ଷ ଟଙ୍କା ଲୋନ୍, ମୋବାଇଲ୍ ଅଫ୍ କରି ଫେରାର ହୋଇଯାଇଥିଲେ

22/11/2020 at 2:29 PM

ଭୁବନେଶ୍ୱର, ୨୨।୧୧:  ମହିଳା ୪୨୦ । ବିଭିନ୍ନ ବ୍ୟାଙ୍କକୁ ଲଗାଇ ସାରିଛନ୍ତି ଚୁନ । ଲକ୍ଷ ଲକ୍ଷ ଟଙ୍କା ଲୋନ୍ କରି ଲୁଚି ବଲୁଥିବା ଏହି ମହିଳା ଶେଷରେ ଧରା ପଡିଛନ୍ତି । ରାଜଧାନୀ ଡମଣା ଅଞ୍ଚଳରେ ଏହି ଘଟଣା ଆଲୋଡନ ସୃଷ୍ଟି କରିଛି ।

ମହିଳାଜଣଙ୍କ ବିଭିନ୍ନ ଘରୋଇ ସଂସ୍ଥାରୁ  ପ୍ରଥମେ ଦେହ ଖରାପର ବାହାନା କରି ଲକ୍ଷାଧିକ ଟଙ୍କାର ଋଣ ଆଣିଥିଲେ । କିନ୍ତୁ ଟଙ୍କା ଦେବାର ସମୟ ଆସିବାରୁ ଘର ବଦଳାଇ ଦେଉଥିଲେ । ଏ ବିଷୟରେ ଜାଣିବା ପରେ ଅନ୍ୟ ମହିଳାମାନେ ତାଙ୍କୁ ରାସ୍ତା ମଝିରେ କାବୁ କରି ପୋଲିସ ଜିମା ଦେଇଛନ୍ତି ।

ସୂଚନାନୁସାରେ, ବରମୁଣ୍ଡା ଅଞ୍ଚଳରେ କିଛି ମହିଳା ଏକ ଗୋଷ୍ଠୀ ଗଠନ କରିଛନ୍ତି । ଏହି ଅଞ୍ଚଳରେ ରହୁଥିବା ଜଣେ ମହିଳା  ଗୋଷ୍ଠୀରେ ସଦସ୍ୟ ଥିଲେ । ୬ ମାସ ପୂର୍ବେ ସେ ୪ଟି ଘରୋଇ ସଂସ୍ଥାରୁ ପ୍ରାୟ ୪ ଲକ୍ଷ ଟଙ୍କା ଋଣ ଆଣିଥିଲେ।  ଯାହାର ସାକ୍ଷୀ ଥିଲେ ଗୋଷ୍ଠୀର ଅନ୍ୟ ମହିଳା ସଦସ୍ୟ। ତେବେ ଋଣ ଟଙ୍କା ପାଇବା ପରେ ମହିଳା ଜଣଙ୍କ ଘର ବଦଳାଇ ଦେବା ସହ ମୋବାଇଲ ବନ୍ଦ କରି ଫେରାର ହୋଇଯାଇଥିଲେ।

ଗୋଷ୍ଠୀର ସଦସ୍ୟମାନେ ମହିଳାଙ୍କୁ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର କିଛି ପତ୍ତା ପାଇପାରି ନଥିଲେ । କୌଣସି ସୂତ୍ରରୁ ମହିଳା ଜଣଙ୍କ ପଟିଆରେ ରହୁଥିବା ଜାଣି ଅନ୍ୟ ମହିଳାମାନେ ତାଙ୍କ ଘରେ ପହଞ୍ଚିଥିଲେ । ମହିଳାଙ୍କୁ ସାଙ୍ଗରେ ଧରି ଅନ୍ୟ ମହିଳାମାନେ ଚନ୍ଦ୍ରଶେଖରପୁର ଥାନାକୁ ନେଇ ଯାଇଥିଲେ । କିନ୍ତୁ ସେ ଚାଲାକ୍‌ କରି ଥାନାରୁ ଚମ୍ପଟ ମାରିଥିଲେ । ଡମଣା ଛକରେ ଅଟୋରେ ଯିବା ପାଇଁ ଛିଡା ହୋଇଥିବା ଜାଣି ଅନ୍ୟ ମହିଳାମାନେ ସେଠାରେ ପହଞ୍ଚି ତାଙ୍କୁ କାବୁ କରି ନେଇଥିଲେ । ଏହାପରେ ସୋମନେ ପୋଲିସ ଭ୍ୟାନକୁ ଡାକି ତାଙ୍କୁ ଜିମା ଦେଇଛନ୍ତି। ଅଟକ ଥିବା ମହିଳା ଜଣଙ୍କ ସଫେଇ ଦେଇଛନ୍ତି । ତାଙ୍କ ନାଁରେ ମିଥ୍ୟା ଅଭିଯୋଗ ହୋଇଛି । ମୁଁ ୩ଟି କିସ୍ତିରେ ୧ ଲକ୍ଷ ୫ ହଜାର ଟଙ୍କା ଦେଇଛି । ମୋ ପାଖରେ ସମସ୍ତ କାଗଜପତ୍ର ଅଛି । ତେବେ ମହିଳା ସତ କହୁଛନ୍ତି କି ମିଛ ପୋଲିସ ତାହାର ତଦନ୍ତ କରୁଛି ।

   Related Posts