ସ୍ବାମୀଙ୍କୁ ଛାଡି ୨୧ ବର୍ଷର ସାବତ ପୁଅ ସହ ପଳାଇଆସିଲେ ୩୫ ବର୍ଷୀୟା ମହିଳା : ସୁନ୍ଦର ଦେଖାଯିବା ପାଇଁ କସମେଟିକ୍‌ ସର୍ଜରୀ, ଏବେ ହେବେ ମା’

Published By : Prameya-News7 Bureau | January 14, 2021 IST

ନୂଆଦିଲ୍ଲୀ ୧୪/୦୧ : ଲଭ ଇଜ୍‌ ବ୍ଲାଇଣ୍ଡ୍ । କୁହାଯାଏ ପ୍ରେମ ଧନ, ସମ୍ପତ୍ତି, ସମ୍ପର୍କ, ବୟସ କିଛି ଦେଖେନାହିଁ । ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଋଷିଆରେ । ଜଣେ ୩୫ ବର୍ଷୀୟା ମହିଳା ନିଜ ସ୍ବାମୀଙ୍କୁ ପରିତ୍ୟାଗ କରି ୨୧ ବର୍ଷର ସାବତ ପୁଅକୁ ବିବାହ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କେବଳ ସେତିକି ନୁହେଁ ୨୧ ବର୍ଷର ସାବତ ପୁଅକୁ ବିବାହ କରିବା ଏବଂ ସୁନ୍ଦର ଦେଖାଯିବା ପାଇଁ ମାରିନା ବାଲମେସେଭା ନିଜ ମୁହଁର କସମେଟିକ୍‌ ସର୍ଜରୀ ମଧ୍ୟ କରିଛନ୍ତି । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ ।

ସୂଚନା ଅନୁସାରେ, ମାରିନା ବହୁ ବର୍ଷଧରି ନିଜ ସ୍ବାମୀଙ୍କ ସହ ରହିଆସୁଥିଲେ । ଉଭୟ ଗୋଟିଏ ସ୍କୁଲରେ ପାଠ ପଢିବା ସହ ଅନେକ ସମୟରେ ମିଶୁଥିଲେ । କିନ୍ତୁ ଦୀର୍ଘ ଦିନର ସମ୍ପର୍କକୁ ଛାଡି ଏବେ ସେ ତାଙ୍କ ସ୍ବାମୀଙ୍କ ଠାରୁ ଅଲଗା ହୋଇ ସାବତ ପୁଅ ଭ୍ଲାଡିମିରଙ୍କ ସହ ସମ୍ପର୍କ ରଖିବା ସହ ବିବାହ କରିଛନ୍ତି । ଏବେ ମାରିନା ଗର୍ଭବତୀ ମଧ୍ୟ ଅଛନ୍ତି ।  ମାରିନା ଜଣେ ଫିଟନେସ୍ ବ୍ଲଗର । ପୁର୍ବରୁ ମାରିନା ଏବଂ ତାଙ୍କ ସ୍ବାମୀ ୫ଜଣ ପିଲାଙ୍କୁ ପୋଷ୍ୟଭାବେ ଗ୍ରହଣ କରିଥିଲେ । ଭ୍ଲାଡିମିର ୭ ବର୍ଷର ହୋଇଥିବା ବେଳେ ମାରିନା ତାଙ୍କୁ ଜାଣିଥିଲେ କାରଣ ତାଙ୍କ ସ୍ବାମୀ ଭ୍ଲାଡିମିରଙ୍କ ସମେତ ୫ ଜଣ ଶିଶୁଙ୍କୁ ପୋଷ୍ୟଭାବେ ଗ୍ରହଣ କରିଥିଲେ । କିନ୍ତୁ କିଛି ବର୍ଷ ରହିବା ପରେ ମାରିନା ତାଙ୍କ ସାବତ ପୁଅର ପ୍ରେମରେ ପଡିଯାଇଥିଲେ ।

ମାରିନାଙ୍କ ସ୍ବମୀ କହିଛନ୍ତି, ‘ଏହା ବହୁତ ବ୍ୟଥିକ କରିଛି । ନିଜ ସାବତ ପୁଅକୁ ବାହାହେବା ଏକ ଲଜ୍ଜାଜନକ କଥା । ମୁଁ ଥିବା ସମୟରେ ମଧ୍ୟ ସେମାନେ ଘର ଭିତରେ ଶାରୀରିକ ସମ୍ପର୍କ ରଖିବାକୁ କୁଣ୍ଠାବୋଧ କରୁନଥିଲେ । ମୁଁ ଠକାମୀର ଶିକାର ହୋଇଛି । ମୋ ପୁଅ ସହିତ ସେ ରହୁଥିବାରୁ କିଛି କହିବାକୁ ମଧ୍ୟ ଚାହୁଁନାହିଁ ’ ।

ତେବେ ଏହାକୁ ନେଇ ମାରିନା ତାଙ୍କର ପ୍ରାୟ ୫ ଲକ୍ଷ ପ୍ରଶଂସକଙ୍କୁ ସୋସିଆଲ ମିଡିଆରେ ଜବାବ ରଖିଛନ୍ତି । ସେ କହିଛନ୍ତି, ‘ପୂର୍ବରୁ ଏହି ବାହାଘର ସତ ନଥିଲା ବରଂ ମିଛ ଥିଲା ’ । ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଗୋଟିଏ ପରିବାରକୁ ନଷ୍ଟ କରିଥିବାରୁ ଭୁଲ କରିଥିବାର ଆପଣ ଅନୁଭବ କରୁଛନ୍ତି କି ? । କିନ୍ତୁ ସେ କିଛି ଭୁଲ କରିନଥିବା କହିଛନ୍ତି ।

ବର୍ତ୍ତମାନ ସେ ତାଙ୍କୁ ନୂଆ ସ୍ବାମୀଙ୍କ ସହିତ ଖୁସିଥିବା କହିଛନ୍ତି ମାରିନା । ଏହା ସହ ଏକ ନୂଆଜୀବନ ଆରମ୍ଭ କରିଥିବା ତାଙ୍କ ଫ୍ୟାନମାନଙ୍କୁ କହିଛନ୍ତି ମାରିନା ।  କିନ୍ତୁ ସେ କହିଛନ୍ତି ନୂଆ ସମ୍ପର୍କ ବେଶି ଦିନ ରହିବ ନାହିଁ । କାରଣ ଭ୍ଲାଡିମିର କେବଳ ନିଜ କ୍ୟାରିୟର ତିଆରି କରିବା ଯାଏଁ ମାରିନାଙ୍କ ସହ ରହିବେ ବୋଲି କହିଛନ୍ତି । ଏହା ସହ ମାରିନା କହିଛନ୍ତି, ବର୍ତ୍ତମାନ ଆମେ ଉଭୟ ବିବାହ କରିଥିବାରୁ ସମସ୍ତ ଦାୟିତ୍ବ ଏବଂ କର୍ତ୍ତବ୍ୟ କରିବାକୁ ପ୍ରସ୍ତୁତ ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.