ନିଆରା ଲଭ୍‌ ଷ୍ଟୋରୀ, କ୍ଳବ୍‌ରୁ ତଡ଼ି ଦେଇଥିବା ୨୯ ବର୍ଷ ବଡ଼ ବାଉନ୍ସରଙ୍କୁ ପ୍ରେମ ବିବାହ କଲେ ଯୁବତୀ

Published By : Prameya-News7 Bureau | June 03, 2021 IST

ଲଣ୍ଡନ ୦୩/ ୦୬ : ପ୍ରେମ ପାଇଁ କିଛି ବୟସ ସୀମା ନଥାଏ କିମ୍ବା ଧନୀ ଗରିବ ଦେଖାଯାଏ ନାହିଁ । ପ୍ରେମ କରି ବିବାହ କରିବା ମଧ୍ୟ ସମସ୍ତଙ୍କ ପାଇଁ ସହଜ ସାଧ୍ୟ ହୋଇନଥାଏ । କିନ୍ତୁ ଇଂଲଣ୍ଡର ମିିଡିଲସବ୍ରୋରେ ରହୁଥିବା ଆନ୍ଥୋନୀ ସେଲୋରଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ୨୦୧୭ ମସିହାରେ ୫୧ ବର୍ଷ ହୋଇଥିବା ବେଳେ ଜଣେ ୨୨ ବର୍ଷର ଯୁବତୀ ଲୋରେନ କେରଙ୍କୁ ବିବାହ କରିଥିଲେ ଆନ୍ଥୋନୀ ସେଲୋର । ଉଭୟଙ୍କ ମଧ୍ୟରେ ବୟସ ବ୍ୟବଧାନ ୨୯ ବର୍ଷ । ବର୍ତ୍ତମାନ ମଧ୍ୟ ଉଭୟଙ୍କ ପାରିବାରିକ ଜୀବନ ବେଶ ଖୁସିରେ କଟୁଥିବା କହିଛନ୍ତି ଆନ୍ଥୋନୀ ସେଲୋର ।

{"width":838,"height":471}
The couple

ଆନ୍ଥୋନୀ ଏବଂ ଲୋରେନ ପ୍ରଥମେ ୨୦୧୭ ମସିହାରେ ଭେଟ ହୋଇଥିଲେ । ପ୍ରଥମ ସାକ୍ଷାତ ମଧ୍ୟ ଚକିତ କରିବା ଭଳି ଥିଲା । ମିଡିଲସବ୍ରୋର ଏକ ନାଇଟ ପାର୍ଟିରେ ଲୋରେନ ପ୍ରବଳ ମଦ୍ୟ ପାନକରି ଝଗଡା କରିଥିଲା । ତେବେ ସେଠାରେ ଆନ୍ଥୋନୀ ସୁରକ୍ଷାକର୍ମୀ ବା ବାଉନସର ଭାବେ କାର୍ଯ୍ୟ କରୁଥିଲେ । ବିବାଦ ବଢିବା ପରେ ସେ ଲୋରେନଙ୍କୁ କ୍ଲବରୁ ବାହାରକୁ ବାହାର କରିଦେଇଥିଲେ । ଏହାର କିଛି ଦିନ ପରେ ଲୋରେନ ଏକ କମ୍ପାନୀରେ ସପୋର୍ଟ ଓ୍ବାର୍କର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ସୌଭାଗ୍ୟବଶତଃ ଆନ୍ଥୋନୀ ମଧ୍ୟ ସେହି ସମାନ ସଂସ୍ଥାରେ କାର୍ଯ୍ୟ କରୁଥିଲେ ।

{"width":836,"height":1045}
Anthony, Ruby and Lauren


ଏକାଠି ଗୋଟିଏ ସ୍ଥାନରେ କାମ କରିବା ମଧ୍ୟରେ ସମ୍ପର୍କ ନିବିଡ ହୋଇଥିଲା ପରେ ଏହା ପ୍ରେମରେ ପରିଣତ ହୋଇଥିଲା । ଶେଷରେ ଉଭୟ ବିବାହ କରିଥିଲେ । ୨୦୨୦ ଏପ୍ରିଲରେ ଆନ୍ଥୋନୀ ଏବଂ ଲୋରେନ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଆନ୍ଥୋନୀ ସେଲୋର ପୂର୍ବରୁ ମଧ୍ୟ ବିବାହିତ ଏବଂ ତାଙ୍କର ଏକ ୧୯ ବର୍ଷୀୟ ପୁତ୍ର ମଧ୍ୟ ଅଛି । ଅବଶ୍ୟ ସେ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇସାରିଛନ୍ତି ।

{"width":836,"height":956}
Lauren pictured with the couple's 13 month old daughter Ruby

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.