ଆସନ୍ତାକାଲି ଉପଛାୟା ଚନ୍ଦ୍ରଗ୍ରହଣ, ପାଳନ ଅନାବଶ୍ୟକ

Published By : Prameya-News7 Bureau | January 09, 2020 IST

ଭଉବନେଶ୍ୱର ୦୯।୦୧ - ଆସନ୍ତା କାଲି ୧୦।୦୧।୨୦୨୦ ଉପଛାୟା ଜନିତ ଚନ୍ଦ୍ର ଗ୍ରହଣ ସଂଗଠିତ ହେବ । ଉପଛାୟା ଜନିତ ଚନ୍ଦ୍ର ଗ୍ରହଣ ଭାରତର କିଛି ସ୍ଥାନରେ ଦୃଶ୍ୟମାନ ହେବ । ମାତ୍ର ଏହା ଛାୟ ନୁହେଁ ଉପଛାୟା ଯୋଗୁଁ ହେଉଥିବାରୁ ଚନ୍ଦ୍ର ମଳିନ ଦେଖାଯିବେ ପାଳନ ଅନାବଶ୍ୟକ ବୋଲି ବିଭିନ୍ନ ପାଞ୍ଜିରେ ଉଲ୍ଲେଖ ରହିଛି। ଏଥିରେ ଚନ୍ଦ୍ର ଦେଖାଯିବେ ଓ ତନ୍ଦ୍ରର ମଳିନା ଦେଖାଯିବ ।
ଓଡିଶା ସହ ଭାବରତର ବିଭିନ୍ନ ଅଂଶରେ ଏହା ଦେଖାଯିବ ।

ଓଡିଶାରେ ରାତି ପ୍ରାୟ ୧୦ଟା ୩୮ରେ ଏହି ମଳିନତା ଆରମ୍ଭ ହବ । ରାତି ୧୨ଟା ୪୦ ମଧ୍ୟ ଓ ରାତି ୨ଟା ୪୩ ଯାଏଁ ଏହି ପ୍ରକ୍ରିୟା ଚାଲିବ ।

ଉପଛାୟା ଗ୍ରହଣ ଯୋଗୁଁ ଏହା ପାଳନୀୟ ନୁହେଁ ।

{"id":208812,"sizeSlug":"large"}

ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମିଥୁନ ରାଶିରେ ସଂଗଠିତ ହେବାକୁ ଯାଉଛି। ଏଣୁ ମହିଳାଙ୍କ ଉପରେ ଗ୍ରହଣର ପୁରା ପ୍ରଭାବ ରହିବ ବୋଲି କହିଛନ୍ତି ଜ୍ୟୋତିଷାଚାର୍ଯ୍ୟମାନେ। ଏହି ଗ୍ରହଣ ଯୋଗୁ ଯୁଦ୍ଧ ଘନଘଟା ଆଶଙ୍କା କରାଯାଉଥିବା ବେଳେ ପ୍ରାକୃତିକ ବିପଦର ବି ସଙ୍କେତ ଦେଇଛନ୍ତି ଜ୍ୟୋତିର୍ବିଦ୍।

{"id":208813,"width":564,"height":437,"sizeSlug":"large"}

ଏହି ଗ୍ରହଣ ଭାରତର ଦ୍ୱିତୀୟ ଭାବରେ ହେଉଛି। ଏଣୁ ଦେଶକୁ ବିପୁଳ ଧନହାନୀର ସମ୍ମୁଖୀନ ହେବାକୁ ପଡିପାରେ ବୋଲି ଆଶଙ୍କା କରାଯାଉଥିବା ବେଳେ ଫେବୃଆରୀ ୨୯ ତାରିଖ ପର୍ଯ୍ୟନ୍ତ ଏହାର ପ୍ରଭାବ ଅନୁଭୂତ ହେବ। ଏହା ଛଡା ଚନ୍ଦ୍ରଗ୍ରହଣର ପ୍ରଭାବ ଧାର୍ମିର ଆସ୍ଥାକୁ ବି ପ୍ରଭାବିତ କରିବ। ଧର୍ମକୁ ନେଇ ବିତ୍ପାତ ହେବାର ଆଶଙ୍କା କରାଯାଉଥିବା ବେଳେ ବହୁବଡ କ୍ଷତିର ଆଶଙ୍କା ଟଳି ନପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.