ରାଜଧାନୀ ଉପକଣ୍ଠରେ ଗଧିଆ ଆତଙ୍କ, ସତର୍କ କରାଇଲା ବନ ବିଭାଗ
30/07/2020 at 6:59 PM

ଭୁବନେଶ୍ଵର ୩୦।୦୭: ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ମଝିହରା ଗ୍ରାମରେ ଗଧିଆ ଆତଙ୍କ। ଆତଙ୍କିତ ମାହୋଲରେ ଗ୍ରାମବାସୀ। ଫଳରେ ବାଲିପାଟଣା ବନ ବିଭାଗ ସ୍ଥାନୀୟ ଲୋକଙ୍କୁ ସତର୍କ ରହିବା ସହ ଛୋଟ ପିଲାମାନଙ୍କୁ ବାହାରକୁ ନ ଛାଡ଼ିବାକୁ ପରାମର୍ଶ ଦେଇଛନ୍ତି ।
ସୂଚନା ଅନୁଯାୟୀ ମଝିହରା ଗ୍ରାମର କିଛି ଲୋକଙ୍କୁ ଏକ ଜନ୍ତୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା । ଗ୍ରାମର ଜଣେ ବ୍ୟକ୍ତିଙ୍କ ଗୁହାଳରେ ପଶି ମେଣ୍ଢାଙ୍କୁ ମଧ୍ୟ ଆକ୍ରମଣ କରିଛି। ବାଲିପାଟଣା ବନବିଭାଗର ଏକ ଟିମ୍ ଘଟଣା ସ୍ଥଳରେ ପହଁଞ୍ଚି ପଡିଥିବା ପାଦଚିହ୍ନରୁ ଏହା ଏକ ଗଧିଆ ବୋଲି ଅନୁମାନ କରାଯାଉଛି।
ମଝିହରା ଗ୍ରାମର ମନ୍ଦିର ନିକଟରେ ଥିବା ବଣବୁଦାରେ ଏହି ଗଧିଆ କିଛି ଛୁଆଙ୍କ ସହ ରହୁଥିବା ସ୍ଥାନୀୟ ଲୋକେ କହିଛନ୍ତକ। ଲୋକମାନଙ୍କୁ ସତର୍କ କରାଇବାକୁ ଡାକ ବାଜି ଯନ୍ତ୍ର ସାହାର୍ଯ୍ୟରେ ଗ୍ରାମରେ ପ୍ରଚାର କରାଯାଉଛି। ପରବର୍ତ୍ତୀ ସମୟରେ ଏହି ଗଧିଆକୁ ଧରିବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି ବାଲିପାଟଣା ଫରେଷ୍ଟ ରେଞ୍ଜର ।