Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ଟ୍ବିଟ୍‌ରରେ କାହିଁକି ଟ୍ରେଣ୍ଡ କରୁଛି ‘ପୁଟିନ୍‌’ ଓ ‘ପାର୍କିନ୍‌ସନ୍‌’ ?

6/11/2020 at 10:10 PM

ନୂଆଦିଲ୍ଲୀ ୬/୧୧: ଆମେରିକା ନିର୍ବାଚନରେ ସତ୍ତା ପରିବର୍ତ୍ତନ ନେଇ ସୂଚନା ମିଳୁଥିବା ବେଳେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ଇସ୍ତଫା ଚର୍ଚ୍ଚା ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଶୁକ୍ରବାର ସକାଳେ ଟ୍ବିଟ୍‌ରରେ ଏଭଳି ଏକ ଖବର ଭାଇରାଲ ହେବା ପରେ ପୁଟିନଙ୍କ ପ୍ରଶଂସକଙ୍କ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ନ୍ୟୁ ୟର୍କ ପୋଷ୍ଟ ରିପୋର୍ଟ ଅନୁସାରେ ପାର୍କିନ୍‌ସନ୍‌ ରୋଗ କାରଣରୁ ଭ୍ଲାଦିମିର ପୁଟିନ୍‌ ରାଷ୍ଟ୍ରପତି ପଦ ଛାଡ଼ିପାରନ୍ତି ବୋଲି ଅନୁମାନ କରାଯାଉଛି।

ମସ୍କୋର ରାଜନୈତିକ ସମୀକ୍ଷକ ଭାଲେରି ସଲବି ଦ ସନ୍‌କୁ କହିଛନ୍ତି ଯେ, ପୁଟିନ୍‌ଙ୍କ ୩୭ ବର୍ଷୀୟା ଗାର୍ଲଫ୍ରେଣ୍ଡ ଆଲିନା କାବେବା ଓ ତାଙ୍କ ଦୁଇ ଝିଅ ତାଙ୍କୁ କାର୍ଯ୍ୟଳୟ ଛାଡ଼ିବାକୁ ପରାମର୍ଶ ଦେଉଛନ୍ତି। ନିକଟରେ ପୁଟିନ୍‌ଙ୍କ ଗୋଡ଼ ଲଗାତର ଥରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ପୁଟିନଙ୍କ ପରିବାର ତାଙ୍କୁ କାର୍ଯ୍ୟରୁ ବିରତି ନେବାକୁ ବାରମ୍ବାର ବୁଝାଉଥିବା ବେଳେ ଜାନୁଆରୀରେ ଏନେଇ ଘୋଷଣା କରିପାରନ୍ତି ବୋଲି ସଲବି କହିଛନ୍ତି।

ତେବେ ଏଭଳି ଏକ ନ୍ୟୁଜ୍‌ ଆସିବା ପରେ ‘ପୁଟିନ୍‌’ ଓ ‘ପାର୍କିନ୍‌ସନ୍‌’ ଶବ୍ଦ ଟ୍ବିଟ୍‌ରରେ ଟ୍ରେଣ୍ଡ କରୁଛି। ପୁଟିନ୍‌ଙ୍କ ବହୁ ପ୍ରଶଂସକ ଏବେ ଏହି ଖବରକୁ ବିଶ୍ବାସ କରିପାରୁନଥିବା ଦେଖିବାକୁ ମିଳିଛି।

ନିକଟରେ ଋଷିଆର ସାଂସଦ ସଂସଦରେ ଦେଇଥିବା ବିଲ୍‌ ପରେ ଏଭଳି ଏକ ଅନୁମାନ ଲଗାଯାଉଥିବା କୁହାଯାଉଛି। ଯାହାକି ପଦ ଛାଡ଼ିବା ପାଇଁ ପୁଟିନ୍‌ଙ୍କୁ ଉସୁକାଇପାରେ ବୋଲି ସୂଚନା ମିଳିଛି।

   Related Posts