Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ଟିଆରପି ପାଇଁ ଟଙ୍କା ଦେଉଥିଲା ରିପବ୍ଲିକ୍ ଟିଭି, ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ କହିଲେ ସାକ୍ଷୀ

16/10/2020 at 2:00 PM

ମୁମ୍ବାଇ ୧୬।୧୦: ଟିଆରପି ସ୍କାମର ତଦନ୍ତ କରୁଥିବା ମୁମ୍ବାଇ ପୋଲିସ କହିଛି ଯେ, ଚ୍ୟାନେଲ ଦେଖିବା ପାଇଁ ଅର୍ଥ ପ୍ରଦାନ କରାଯାଇଥିବା ୪ ଜଣ ଲୋକ ମାଜିଷ୍ଟ୍ରେଟଙ୍କ ଆଗରେ ବୟାନ ଦେଇଛନ୍ତି । ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନରେ ଏହି ୪ ଜଣଙ୍କୁ ସାକ୍ଷୀ ରୂପେ ହାଜର କରାଯିବ ।

ମୁମ୍ବାଇ ପୋଲିସ କମିଶନର ପାରମବୀର ସିଂହ ସ୍ପଷ୍ଟ କରିଛନ୍ତି ଯେ, ୪ଜଣ ସାକ୍ଷୀଙ୍କ ମଧ୍ୟରୁ ୩ ଜଣଙ୍କ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ରିପବ୍ଲିକ୍ ଟିଭି ନାଁ ନେଇଛନ୍ତି । ଅନ୍ୟ ଜଣେ ଭୋକ୍ସ ସିନେମା ବିରୋଧରେ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ସାକ୍ଷୀମାନେ ରିପବ୍ଲିକ ଅଧିକାରୀଙ୍କ ନାଁ ନେଇ ତାଙ୍କ ଦର୍ଶକ ସଂଖ୍ୟା ବଢାଇବାକୁ ନେଇ ସାମିଲ ରହିବା କଥା କହିଥିଲେ।

ତଦନ୍ତରେ ବାଧା ଉପୁଜିବାକୁ ଦୃଷ୍ଟିରେ ରଖି ଏ ନେଇ କମିଶନର ଅଧିକ କିଛି କହିବାକୁ ମନା କରି ଦେଇଛନ୍ତି। ଦର୍ଶକ ସଂଖ୍ୟା ବୃଦ୍ଧି ପାଇଁ ରିପବ୍ଲିକ୍ ଟିଭି, ଭୋକ୍ସ ସିନେମା ଏବଂ ଫ୍ୟାକ୍ଟ ମରାଠୀ ଚ୍ୟାନେଲର ତଦନ୍ତ କରାଯାଉଛି । ପୋଲିସ କହିଛି ଯେ, ସାକ୍ଷୀଙ୍କ ବୟାନ ସିଆରପିସିର ଧାରା ୧୬୪ ଅନୁଯାୟୀ ରେକର୍ଡ କରାଯାଇଛି ।

ଏହି ମାମଲାରେ ଏପର୍ଯ୍ୟନ୍ତ ଗିରଫ ହୋଇଥିବା ୫ ଜଣଙ୍କ ମଧ୍ୟରୁ ୩ ଜଣ ପୋଲିସକୁ କହିଛନ୍ତି ଯେ, ସେମାନେ ଏକ ର୍ୟାକେଟରେ ସାମିଲ ରହିଛନ୍ତି । ସେମାନଙ୍କୁ ଚ୍ୟାନେଲ ଦେଖିବା ପାଇଁ ଅର୍ଥ ପ୍ରଦାନ କରାଯାଇଥାଏ । ଏହି ୩ ଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ହାନ୍ସ ରିସର୍ଚ୍ଚର ଜଣେ କର୍ମଚାରୀ । ନକଲି ଟିଆରପି ସ୍କାମ ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ରେଟିଂ ଏଜେନ୍ସି ‘ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନସିଲ’ (ବିଆରସି) ‘ହାନ୍ସା ରିସର୍ଚ୍ଚ ଗ୍ରୁପ୍’ ମାଧ୍ୟମରେ ଅଭିଯୋଗ ଦାୟର କରିଥିଲା ଯେ, କିଛି ଟିଭି ଚ୍ୟାନେଲ ଟିଆରପିରେ ହେରଫେର କରୁଛନ୍ତି ।

ଏହି ସମୟରେ ଆସିଷ୍ଟାଣ୍ଟ ଇନ୍ସପେକ୍ଟର ସଚିନ ଓ୍ବାଜେ ରିପବ୍ଲିକ ଟିଭିର ବରିଷ୍ଠ କାର୍ଯ୍ୟନିର୍ବାହୀ ସମ୍ପାଦକ ଅଭିଷେକ କପୁରଙ୍କୁ ଗୁରୁବାର ଦିନ ୩ ଘଣ୍ଟା ପଚରାଉଚରା କରିଥିଲେ । ତାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଥିଲା । ଟିଆରପି ସ୍କାମର ଏଫଆଇଆର କପିର ପ୍ରସାରଣକୁ ନେଇ ତାଙ୍କୁ ମଧ୍ୟ ପ୍ରଶ୍ନ କରାଯାଇଥିଲା। ସେହିଭଳି ବୁଧବାର ଦିନ ଚ୍ୟାନେଲର କାର୍ଯ୍ୟନିର୍ବାହୀ ସମ୍ପାଦକ ନିରଞ୍ଜନ ନାରାୟଣସ୍ବାମୀଙ୍କ ବୟାନ ରେକର୍ଡ କରିଥିଲା ପୋଲିସ ।

   Related Posts