Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ସନ୍ତୋଷ ରାଉଳ ଓରଫ ସାରଥୀ ଜେଲରୁ ମୁକୁଳିବାପରେ ସାକ୍ଷୀଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କଲେଣି ଆଇନଜୀବୀ : ଏବେବି ସାରଥୀ ଅନୁଗତ ଅଛନ୍ତି ଆକ୍ଟିଭ୍, ଘଟାଇପାରନ୍ତି ଅଘଟଣ…

23/07/2019 at 4:22 PM

କଟକ ୨୩|୭: ପାଖାପାଖି ୪ବର୍ଷ ତଳେ ଭଣ୍ଡ ସାରଥିର ଭାଣ୍ଡାମିକୁ ଦେଖି ସାରିଛି ସାରା ଓଡ଼ିଶା । ଲୋକଙ୍କ ଧର୍ମୀୟ ଭାବନା ସହ ଖେଳୁଥିବା ଏହି ଆତ୍ମଘୋଷିତ ପ୍ରଭୁର ସମସ୍ତ କେଳେଙ୍କାରୀର ପର୍ଦ୍ଦାଫାସ୍‌ କରିଥିଲା ନ୍ୟୁଜ୍‌ ସେଭେନ୍‌ । ଏହା ପରେ ସାରଥି ପ୍ରତି ଥିବା ସାଧାରଣ ଲୋକଙ୍କ ମନୋଭାବରେ ପରିବର୍ତ୍ତନ ଆସିଥିଲା । ହେଲେ ଏହି ଭଣ୍ଡ ବାବାର କିଛି ହାତଗଣତି ଭକ୍ତ ଏବେ ବି ମାତିଛନ୍ତି । ଏବେ ଯେତେବେଳେ ସାରଥିକୁ ହାଇକୋର୍ଟରୁ ବେଲ୍‌ ମିଳିଛି, ଆଉ ସେ ଜେଲରୁ ମୁକୁଳିବାକୁ ଯାଉଛି, ସେତେବେଳେ ତା’ ବିରୋଧରେ ସାକ୍ଷ୍ୟ ପ୍ରମାଣ ଦେଇଥିବା ସାକ୍ଷୀଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ରହିଛି । ତେଣୁ ସେମାନଙ୍କୁ ସୁରକ୍ଷା ଯୋଗାଇଦେବାକୁ ଦାବି ହୋଇଛି ।

ହାଇକୋର୍ଟରୁ ବେଲ୍‌ ମିଳିବା ପରେ ଏବେ ଜେଲରୁ ମୁକୁଳିବ ସାରଥି ଓରଫ ସନ୍ତୋଷ ରାଉଳ । କିନ୍ତୁ ପ୍ରସଙ୍ଗ ହେଲା ସାରଥି ଜେଲରୁ ମୁକୁଳିବା ପରେ କ’ଣ ରହିବ ପାରିପାର୍ଶ୍ବିକ ସ୍ଥିତି ? ଯଦିଓ ବାବା ପାଇଁ ବାରିମୂଳ ଆଶ୍ରମ ମନା ହୋଇଛି ତଥାପି ସାରଥି ଅନୁଗତଙ୍କ କାରନାମା ଦେଖିଲେ ଏଭଳି କିଛି ପ୍ରଶ୍ନ ଉଠିବା ସ୍ବାଭାବିକ । କାରଣ ୪ବର୍ଷ ତଳେ ଭଣ୍ଡ ସାରଥିର ସବୁ ଭାଣ୍ଡାମୀ ପର୍ଦ୍ଦାଫାସ ହୋଇସାରିଥିଲେ ମଧ୍ୟ କିଛି ଅନ୍ଧବିଶ୍ବାସୀ ଭକ୍ତ ଏବେ ବି ତାକୁ ଭଗବାନ ବୋଲି ଭାବୁଛନ୍ତି । ସେମାନଙ୍କ ଆକ୍ଟିଭିଟିକୁ ଦେଖିଲେ ସାରଥି ପାଇଁ ସେମାନେ କିଛି ବି କରିବାକୁ ପ୍ରସ୍ତୁତ ତାହା ବେଶ୍‌ ଅନୁଭବ କରିହେଉଛି ।

ଏଭଳି ପରିସ୍ଥିତିରେ ଏବେ ଯେତେବେଳେ ସାରଥି ଜେଲରୁ ମୁକୁଳିବାକୁ ଯାଉଛି ସେତେବେଳେ ମାମଲାରେ ପକ୍ଷଭୁକ୍ତ ହୋଇଥିବା ପ୍ରତ୍ୟେକ ସାକ୍ଷୀମାନଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ । ଯଦିଓ କୋର୍ଟ ସାରଥିର ଧର୍ମସଭା ଆଦି ଆକ୍ଟିଭିଟି ଉପରେ ରୋକ୍‌ ଲଗାଇଛନ୍ତି, ତଥାପି ସାରଥି ଅନୁଗତଙ୍କ ଉପରେ କୌଣସି କଟକଣା ନଥିବାରୁ ତାଙ୍କ ଦ୍ବାରା ସାରଥି କୌଣସି ଅପ୍ରିତିକର କାଣ୍ଡ ବି ଘଟାଇବାର ସମ୍ଭାବନାକୁ ଦେଖୁଛନ୍ତି ଆଇନଜୀବୀ । ଏଭଳି ପରିସ୍ଥିତିରେ ପୋଲିସ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଉପରେ ଗୁରୁ ଦାୟିତ୍ବ ରହିବ ନିଶ୍ଚୟ ।

ଯେଉଁ  ଯୁବତୀଙ୍କ ଅଭିଯୋଗ ଯୋଗୁଁ ସାରଥିଙ୍କୁ ଜାମିନ ମିଳିବାରେ ଏତେ ବିଳମ୍ବ ହେଲା ଏବେ ସେଇ ଯୁବତୀଙ୍କ ସୁରକ୍ଷାକୁ ନେଇ ମଧ୍ୟ କିଛିଟା କଥା ସାମ୍ନାକୁ ଆସୁଛି । ବୁଦ୍ଧିଜୀବୀଙ୍କ ମତରେ ଅନେକ ପ୍ରଭାବଶାଳୀ ସାରଥି ପାଲରେ ପଡ଼ିଛନ୍ତି । ସାମ୍ନାକୁ ନଆସିଲେ ମଧ୍ୟ ଏବେ ବି ସେମାନେ ସାରଥି ପାଇଁ କିଛି ବି କରିବାକୁ ପ୍ରସ୍ତୁତ । ଯେଉଁମାନେ ସାରଥି ବିରୋଧରେ ଯାଇଥିବା ଲୋକଙ୍କୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିପାରନ୍ତି ବୋଲି ଅନୁମାନ କରୁଛନ୍ତି ବୁଦ୍ଧିଜୀବୀ ।

ସାରଥି ଜେଲରୁ ମୁକୁଳିବା ପରେ ସେ କୁଆଡ଼େ ଯାଉଛି କ’ଣ କରୁଛି, କୋର୍ଟଙ୍କ ନିର୍ଦେଶ ଠିକ୍‌ରେ ପାଳନ ହେଉଛି କି ନାହିଁ, ସେ ସବୁ ଉପରେ ନଜର ରଖିବା ଏବେ ପୋଲିସର ଦାୟିତ୍ବ । ସାରଥି ପାଇଁ ଆଗକୁ ଯଦି କୌଣସି ପ୍ରକାର ଅଘଟଣ କିମ୍ବା ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୁଏ ତାହେଲେ ଏଥି ପାଇଁ କିଏ ଦାୟୀ ହେବ ?

   Related Posts