Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଆର୍ଯ୍ୟନ ଖାନ ଡ୍ରଗ୍ସ ଲିଙ୍କ ମାମଲାରେ ସାକ୍ଷୀଙ୍କ ସାଂଘାତିକ ଅଭିଯୋଗ : ‘NCB ଅଧିକାରୀ ସାଧା ପେପରରେ ଦସ୍ତଖତ ନେଇଛନ୍ତି, କୋଟି କୋଟି ଟଙ୍କାରେ ଡିଲ୍‌ ହୋଇଛି’

24/10/2021 at 8:16 PM

ମୁମ୍ବାଇ ୨୪/୧୦ : ହାଇ ପ୍ରୋଫାଇଲ କ୍ରୁଜ୍‌ ଡ୍ରଗ୍ସ ଲିଙ୍କ ମାମଲାରେ ଗିରଫ ହୋଇ ଜେଲରେ ଥିବା ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ପାଇଁ ଅଡୁଆ ବଢିବାରେ ଲାଗିଛି । ଏହି ମାମଲା ଏବେ ନୂଆ ମୋଡ ନେଇଛି । ନାର୍କୋଟିକ୍ସ କ​‌େ​‌ଣ୍ଟ୍ରାଲ ବ୍ୟୁରୋ (NCB)ର ଚଢାଉ ଏବେ ରେଡ୍‌କୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି । ଆର୍ଯ୍ୟନ ଖାନ ଗିରଫ ମାମଲାରେ ସାକ୍ଷୀ ଦେଇଥିବା ଜଣେ ବ୍ୟକ୍ତି ଏନ୍‌ସିବିର ବରିଷ୍ଠ ଅଧିକାରୀ ସମୀର ଓ୍ବାଙ୍ଖେଡେ ଏବଂ ତଦନ୍ତକାରୀ ଅଧିକାରୀ କେପି ଗୋସ୍ବାମୀଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ।

ବ୍ୟକ୍ତିଗଣକ କହିଛନ୍ତି, ସମୀର ଓ୍ବାଙ୍ଖେଡେ ଏବଂ କେପି ଗୋସ୍ବାମୀଙ୍କ ମଧ୍ୟରେ ମିଲିଭଗତ ଚାଲିଛି । ଉଭୟଙ୍କ ମଧ୍ୟରେ କୋଟି କୋଟି ଟଙ୍କାର ଡିଲ୍‌ ହୋଇଛି । ସେ କହିଛନ୍ତି, ଏନ୍‌ସିବି ଅଧିକାରୀ ସମୀର ଓ୍ବାଙ୍ଖେଡେ ଏକ ସାଧା କାଗଜରେ ତାଙ୍କ ଠାରୁ ଦସ୍ତଖତ ନେଇଛନ୍ତି । ସେପଟେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସମୀର ଓ୍ବାଙ୍ଖେଡେ । ସେ ଏଭଳି କାମ କରିନଥିବା କହିବା ସହିତ ସମସ୍ତ ଅଭିଯୋଗକୁ ଦୃଢଭାବେ ଖଣ୍ଡନ କରିଛନ୍ତି । ଏ ନେଇ ଉପଯୁକ୍ତ ଜବାବ ଦିଆଯିବ ବୋଲି ମଧ୍ୟ କହିଛନ୍ତି । ସୂଚନା ଅନୁଯାୟୀ, କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାରେ ପ୍ରଭାକର ସେଲ୍‌ ନାମକ ଜଣେ ବ୍ୟକ୍ତିଙ୍କୁ ଅକ୍ଟୋବର ୬ ତାରିଖରେ ସାକ୍ଷୀ ଭାବେ ଗ୍ରହଣ କରିଥିଲା ଏନ୍‌ସିବି । ପ​‌ରେ ଏକ ସାଧା ପେପରରେ ଦସ୍ତଖତ ନେଇଥିବା ସେ କହିଛନ୍ତି ।

ଏହି ଘଟଣାକୁ ନେଇ ଏବେ ରାଜନୀତି ମଧ୍ୟ ଆରମ୍ଭ ହୋଇଗଲାଣି । ମହାରାଷ୍ଟ୍ରରେ କ୍ଷମତାରେ ଥିବା ଶିବସେନାର ମନ୍ତ୍ରୀ ଏହାକୁ ନେଇ ଏନ୍‌ସିବିକୁ ଟାର୍ଗେଟ୍‌ କରିଛନ୍ତି । କ୍ୟାବିନେଟ୍‌ ମନ୍ତ୍ରୀ ତଥା ଏନ୍‌ସିପି ନେତା ନଓ୍ବାବ ମଲ୍ଲିକ ଟ୍ବିଟ୍ କରି କହିଛନ୍ତି, ସତ୍ୟର ହିଁ ବିଜୟ ହେବ, ସତ୍ୟମେବ ଜୟତେ ।

ଶିବସେନାର ବରିଷ୍ଠ ନେତା ତଥା ସାଂସଦ ସଞ୍ଜୟ ରାଉତ କହିଛନ୍ତି, ‘ଏନ୍‌ସିବି ଦ୍ବାରା ସାଧା କାଗଜରେ ଦସ୍ତଖତ କରିବା ଘଟଣା ଚିନ୍ତାଜନକ । ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ଏନ୍‌ସିବିର କେହି ଅଫିସର ମୋଟା ଅଙ୍କର ଟଙ୍କା ମାଗିଛନ୍ତି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି, ମହାରାଷ୍ଟ୍ରକୁ ବଦନାମ କରିବା ପାଇଁ ଚେଷ୍ଟା କରାଯାଉଛି ।

   Related Posts