Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ଘରୁ ବାହାରିବା ବେଳେ ମାସ୍କ ପିନ୍ଧିବାକୁ ଭୁଲନ୍ତୁନାହିଁ, ନଚେତ୍‌ ରାସ୍ତାରେ ମାରିବାକୁ ପଡ଼ିପାରେ ଝାଡ଼ୁ

29/10/2020 at 10:17 PM

ମୁମ୍ବାଇ ୨୯/୧୦: କରୋନା ମହାମାରୀ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଦେଶରେ ଧିରେଧିରେ ଅନଲକ୍‌ ପ୍ରକ୍ରିୟା ଲାଗୁ ହେଉଥିଲେ ହେଁ କରୋନା ନିୟମ ମାନିବା ଅନିବାର୍ଯ୍ୟ। ସାମାଜିକ ଦୂରତା ନିୟମ ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। କିନ୍ତୁ ଘରୁ ବାହାରିବା ବେଳେ ମାସ୍କ ନପିନ୍ଧିଲେ ଫାଇନ୍‌ ଦେବା ସହ ରାସ୍ତାରେ ଲଗାଇପାରନ୍ତି ଝାଡ଼ୁ।

ମହାରାଷ୍ଟ୍ରର ମୁମ୍ବାଇରେ ଏଭଳି ନିୟମ କରାଯାଇଥିବା ଦେଖିବାକୁ ମିଳିଛି। ବିଏମସି ଅଧିନରେ ଆସୁଥିବା ବିଭିନ୍ନ ଓ୍ବାର୍ଡରେ ଲୋକଙ୍କୁ ମାସ୍କ ନପିନ୍ଧିଲେ ଦଣ୍ଡ ବିଧାନ କରାଯାଉଛି। ସର୍ବସାଧାରଣ ସ୍ଥାନରେ ମାସ୍କ ନପିନ୍ଧିଲେ ୨୦୦ ଟଙ୍କା ଫାଇନ୍‌ ଆଦାୟ କରାଯାଉଛି। ଯଦି କୌଣସି ବ୍ୟକ୍ତି ଫାଇନ୍‌ ଦେବାକୁ ଅସମର୍ଥ ତେବେ ତାଙ୍କୁ ସାମାଜିକ କାର୍ଯ୍ୟ ଜରିଆରେ ରାସ୍ତାରେ ଝାଡ଼ୁ ମାରିବାକୁ ପଡ଼ୁଛି ବୋଲି ଜଣାପଡ଼ିଛି।

କେ-ଓ୍ବେଷ୍ଟ ଓ୍ବାର୍ଡରେ ଅଧିକାଂଶ ଲୋକେ ମାସ୍କ ପିନ୍ଧି ନଥିବାରୁ ରାସ୍ତାରେ ଘଣ୍ଟା ଘଣ୍ଟା ଝାଡ଼ୁ ମାରୁଥିବା ଦେଖିବାକୁ ମିଳିଥିଲା। ଯେଉଁମାନେ ମାସ୍କ ପିନ୍ଧୁନାହାନ୍ତି ଏବଂ ଅଧିକାରୀଙ୍କ ସହ ଝଗଡ଼ା କରୁଛନ୍ତି ସେମାନଙ୍କ ପାଖରୁ ଜରିମାନା ଆଦାୟ କରାଯାଉଛି। କିନ୍ତୁ ଯେଉଁମାନେ ଜରିମାନା ଦେବାକୁ ମନା କରୁଛନ୍ତି ସେମାନଙ୍କୁ ଝାଡ଼ୁ ମାରିବାକୁ ନିର୍ଦେଶ ଦିଆଯାଉଥିବା ନେଇ ଜଣେ ବିଏମସି ଅଧିକାରୀ କହିଛନ୍ତି। ଏବେସୁଦ୍ଧା ସେଠରେ ୩୫ ଜଣ ମାସ୍କ ପିନ୍ଧି ନଥିବା ହେତୁ ରାସ୍ତା​‌ରେ ଝାଡ଼ୁ ମାରିଛନ୍ତି।

ଜଣେ ବିଏମସି ଅଧିକାରୀଙ୍କ ସୂଚନା ଅନୁସାରେ, ପ୍ରଥମେ ଲୋକେ ଝାଡ଼ୁ ମାରିବାକୁ ନାରାଜ ହୋଇଥିଲେ ହେଁ ପୋଲିସର କାର୍ଯ୍ୟନୁଷ୍ଠାନ ଭୟରେ ରାଜି ହୋଇଥିଲେ। କେବଳ ମାସ୍କ ବ୍ୟବହାର ନକଲେ ନୁହେଁ ବରଂ ରାସ୍ତାରେ ଛେପ ପକାଇଲେ ବି କଠୋର ଦଣ୍ଡର ବ୍ୟବସ୍ଥା କରାଯାଇଛି ବୋଲି ଜଣାପଡ଼ିଛି।
 

   Related Posts