୨କୋଟି ଟଙ୍କାର କାର ଚାଳକଙ୍କ ପାଖେ ନଥିଲା କାଗଜପତ୍ର ଏବଂ ନମ୍ବରପ୍ଲେଟ୍ :କଟିଲା ୯.୮ଲକ୍ଷ ଟଙ୍କାର ଚାଲାଣ

Published By : Prameya-News7 Bureau | December 02, 2019 IST

ଅହମଦାବାଦ ୨/୧୨: ଗୁଜରାଟର ଅହମଦାବାଦରେ ଗତ ଶୁକ୍ରବାର ଆଞ୍ଚଳିକ ପରିବହନ କେନ୍ଦ୍ର ୨କୋଟି ଟଙ୍କାର ପୋର୍ଶ ୯୧୧କ୍ୟାରେରା କାରର ୯.୮ଲକ୍ଷ ଟଙ୍କାର ଚାଲାଣ କାଟିଛି। ପୋଲିସ୍ ଗାଡ଼ି ଚେକିଂ ସମୟରେ ଛକରେ ଏହି ଗାଡ଼ିକୁ ଧରିଥିଲା।

ସୂଚନା ଯୋଗ୍ୟ ,ଏହି କାର୍ ଉପରେ ସବୁ ପ୍ରକାର ଟ୍ୟାକ୍ସ ବକେୟା ରହିଥିଲା। ସବୁ ମିଶାଇ ୯.୮ଲକ୍ଷ ଟଙ୍କାର ଜୋରିମାନା ରାଶି ହୋଇଥିଲା। ଟ୍ରାଫିକ୍ ପୋଲିସ୍ କହିଥିଲା ଯେ ଜୋରିମାନା ରାଶି ଦେବାର ରସିଦ ଦେଖାଇଲେ ଗାଡ଼ିକୁ ଛଡ଼ାଯିବ।

ନମ୍ବର ପ୍ଲେଟ୍ ନଥିବା କାରଣରୁ ଟ୍ରାଫିକ୍ ପୋଲିସ୍ ସିଲଭର ରଙ୍ଗର କାରକୁ ରୋକିଥିଲା। ପଚରାଉଚୁରା କରିବାବେଳେ ଗାର ଚାଳକ ଗାଡ଼ିର ବୈଧ କାଗଜପତ୍ର ଦେଖାଇପାରିନଥିଲେ। ଏଥିପାଇଁ କାରକୁ ଜବତ କରି ଟ୍ରାଫିକ୍ ନିୟମ ଅନୁସାରେ ଆରଟିଓ ମେମୋ ଜାରି କରି ଦିଆଯାଇଥିଲା। ଏବେ କାର ଚାଳକଙ୍କୁ ଆରଟିଓଙ୍କ ନିକଟରେ ଜୋରିମାନା ଜମା କରିବାକୁ ପଡ଼ିବ ଏବଂ କାର ଫେରି ପାଇବା ପାଇଁ ସାଙ୍ଗରେ ରସିଦ ଆଣିବାକୁ ପଡ଼ିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.