ଲଗାତାର ୧୦ମ ଟି-ଟ୍ବେଣ୍ଟି ଜିତିଲା ଭାରତ, କୋହଲି କହିଲେ-ରୋହିତ ଏବଂ ବୁମରାହଙ୍କ ବିନା ଟି-ଟ୍ବେଣ୍ଟି ସିରିଜ୍ ଜିତିବା ବଡ କଥା

Published By : Prameya-News7 Bureau | December 06, 2020 IST

ନୂଆଦିଲ୍ଲୀ ୦୬/୧୨ : ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ବେଣ୍ଟି ସିରିଜକୁ ୨-୦ରେ ଆଗୁଆ ଜିତି ନେଇଛି ଭାରତ । ଟିମର ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଚିତପଟାଙ୍ଗ ମାରିଛି ଘରୋଇ କଙ୍ଗାରୁ ଟିମ । ତେବେ ଏହା ପରେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି କହିଛନ୍ତି ଯେ, ରୋହିତ ଶର୍ମା ଏବଂ ଜଶପ୍ରୀତ ବୁମରାହଙ୍କ ଭଳି ଖେଳାଳିଙ୍କ ବିନା ଅଷ୍ଟ୍ରେଲିଆ ବିପକ୍ଷରେ ଟି-ଟ୍ବେଣ୍ଟି ସିରିଜ ଜିତିବା ଟିମ ପାଇଁ ମହତ୍ତ୍ବ ରଖୁଛି । କୋହଲି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି । ପାଣ୍ଡ୍ୟା ୨୨ ଟି ବଲରୁ ଧୂଆଁଧାର ୪୨ ରନର ଅପରାଜିତ ଇନିଂସ ଖେଳିଥିଲେ । ଭାରତ ୨ୟ ଟି-ଟ୍ବେଣ୍ଟିକୁ ୬ ଓ୍ବିକେଟରେ ଜିତିବା ସହିତ ସିରିଜକୁ ୨-୦ରେ ଜିତି ନେଇଛି ।

wp:core-embed/twitter {"url":"https://twitter.com/ICC/status/1335569364083412993?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1335569364083412993%7Ctwgr%5E%7Ctwcon%5Es1_\u0026ref_url=https%3A%2F%2Fwww.aajtak.in%2Fsports%2Fstory%2Fim-proud-that-we-won-t20-series-without-established-players-like-rohit-bumrah-kohli-tspo-1172903-2020-12-06","type":"rich","providerNameSlug":"twitter","className":""}
https://twitter.com/ICC/status/1335569364083412993?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1335569364083412993%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.aajtak.in%2Fsports%2Fstory%2Fim-proud-that-we-won-t20-series-without-established-players-like-rohit-bumrah-kohli-tspo-1172903-2020-12-06
/wp:core-embed/twitter

ସିରିଜର ୩ୟ ମ୍ୟାଚ୍ ମଙ୍ଗଳବାର ଖେଳାଯିବ । ମ୍ୟାଚ୍ ପରେ କୋହଲି କହିଛନ୍ତି ଏହି ବିଜୟ ବହୁତ ମହତ୍ତ୍ବ ରଖୁଛି । ଟିମରେ ରୋହିତ ଏବଂ  ବୁମରାହଙ୍କ ଭଳି ଅନୁଭବି ଖେଳାଳୀ ନାହାନ୍ତି । ତଥାପି ଆମେ ଭଲ ପ୍ରଦର୍ଶନ କରୁଛୁ । ତେଣୁ ଟିମ ପାଇଁ ଏହା ଏକ ଗର୍ବର କଥା ।

ରୋହିତ ଶର୍ମା ଆଇପିଏଲ ବେଳେ ଜଂଘ ମାଂସପେଶୀରେ ଆଘାତ ଲାଗିବା କାରଣରୁ ସିରିଜରୁ ବାଦ ପଡିଛନ୍ତି । ବୁମରାହଙ୍କୁ ମଧ୍ୟ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ ପାଇଁ ବିଶ୍ରାମ ଦିଆଯାଉଛି । କୋହଲି କହିଛନ୍ତି ୨ୟ ଟି-ଟ୍ବେଣ୍ଟିର ମ୍ୟାନ ଅଫ ଦ ମ୍ୟାଚ୍ ହାର୍ଦ୍ଦିକ ପାଣ୍ଡ୍ୟା ଆଗାମୀ ଦିନରେ ଟିମର ଭରସାଯୋଗ୍ୟ ଖେଳାଳୀ ହୋଇପାରନ୍ତି । କୋହଲି କହିଛନ୍ତି ପାଣ୍ଡ୍ୟା ନିଜ ଦମରେ ୨୦୧୬ ମସିହାରେ ଟିମରେ ସାମିଲ ହୋଇଥିଲେ ଏବଂ ସେ ଆଗାମୀ ୪ ରୁ  ୫ ବର୍ଷ ମଧ୍ୟରେ ଟିମ ପାଇଁ ଜଣେ ଭରସାଯୋଗ୍ୟ ଖେଳାଳୀ ହେବେ ଏଥିରେ ସନ୍ଦେହ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.