ମାସ୍କ ନ ପିନ୍ଧି ବଜାର ଗଲେ ୫୦୦ ଟଙ୍କା ଜରିମାନା, ସିସିଟିଭିରେ ନଜର ରଖୁଛି ପୋଲିସ୍

Published By : Prameya-News7 Bureau | September 05, 2020 IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଳୀରେ ମାସ୍କ ନ ପିନ୍ଧି ବୁଲୁଥିଲେ ହୋଇଯାଆନ୍ତୁ ସତର୍କ। ଦିଲ୍ଲୀ ପୋଲିସ ସିସିଟିଭି ଜରିଆରେ ସସମ୍ତଙ୍କ ଉପରେ ନଜର ରଖୁଛି। ସରୋଜିନୀ ନଗର ମାର୍କେଟରେ ପ୍ରାୟ ୮୦ଟି କ୍ୟାମେରା ମାଧ୍ୟମରେ ଲୋକଙ୍କ ଉପରେ ପୋଲିସ ନଜର ରଖିଛି। ମାସ୍କ ନ ପିନ୍ଧିଥିବା ତଥା ସାମାଜିକ ଦୂରତ୍ବ ରକ୍ଷା କରୁ ନ ଥିବା ଲୋକଙ୍କ ନାଁରେ ଚାଲାଣ କଟାଯାଉଛି।

{"id":325321,"sizeSlug":"large"}

କୌଣସି ଦୋକାନ କି ବଜାରରେ ବୁଲୁଥିବା ସମୟରେ ମାସ୍କ କି ସାମାଜିକ ଦୂରତ୍ବ ପାଳନ କରୁ ନ ଥିଲେ ଆଉ କିଛି ବାହାନାବାଜି ଚଳିବ ନାହିଁ। ଯଦିଓ ଆଖପାଖରେ ପୋଲିସ୍ କି ସ୍ବେଚ୍ଛାସେବୀ ନ ଥିବେ କିନ୍ତୁ ସିସିଟିଭିର ନଜର ସବୁବେଳେ ସବୁ ସମୟରେ ସସମ୍ତଙ୍କ ଉପରେ ରହିବ। ଏହା ଦ୍ବାରା ଲୋକ ମିଛ କହିପାରୁ ନାହାନ୍ତି କି ପୋଲିସ୍ ସାମ୍ନାରେ ସଫେଇ ଦେଇ ପାରୁ ନାହାନ୍ତି।

{"id":325323,"sizeSlug":"large"}

ମାସ୍କ ନ ପିନ୍ଧୁଥିବା ଲୋକଙ୍କୁ ପାଞ୍ଚଶହ ଟଙ୍କା ଜରିମାନା ଦେବାକୁ ପଡୁଛି। ଏହା ବାଦ୍ ପୋଲିସ୍ ବୁଥରେ ମଝିରେ ମଝିରେ ମାସ୍କ ଓ ସାମାଜିକ ଦୂରତ୍ବ ରକ୍ଷା କରିବା ପାଇଁ ଘୋଷଣା ହେଉଛି। ସଂକ୍ରମଣ ରୋକିବା ପାଇଁ ଏଭଳି ପ୍ରୟାସ ସେଠାରେ ଆରମ୍ଭ ହୋଇଛି। ଯାହା ଦ୍ବାରା ଲୋକେ ବଜାରକୁ ଆସବି ପୂର୍ବରୁ ମାସ୍କ ପିନ୍ଧିବାକୁ ବାଧ୍ୟ ହେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.