ଭାରତୀୟ ଫ୍ୟାନସ୍ ଚାହିଁଲେ ଫେରିପାରେ ବିଶ୍ୱକପର ଚମକ୍, ନ ହେଲେ କଣ୍ଟ୍ରି କ୍ରିକେଟ୍ ମାହୋଲରେ ଖେଳାଯିବ ମ୍ୟାଚ୍
13/07/2019 at 10:52 PM

ଲର୍ଡସ: ଆଉ ମାତ୍ର କିଛି ଘଣ୍ଟା ପରେ ଇଂଲଣ୍ଡର ଲର୍ଡସ ଷ୍ଟାଡିୟମରେ ଖେଳାଯିବ ଆଇସିସି ବିଶ୍ୱକପ୍ ର ଦ୍ୱାଦଶ ସଂସ୍କରଣ। ହେଲେ ଯାହା ଜଣାପଡିଲାଣି ବିଶ୍ୱ କପ୍ ନୁହେଁ ରବିବାର ଇଂଲଣ୍ଡର କୌଣସି କଣ୍ଟ୍ରି କ୍ରିକେଟ୍ ମ୍ୟାଚ୍ ଏଠାରେ ଅନୁଷ୍ଠିତ ହେବ। ବିଶ୍ୱକପ୍ କ୍ରିକେଟ ପାଇଁ ଯେଉଁ ମହୋଲ ଏଠାରେ ରହିବା କଥା ତାହା କିନ୍ତୁ ଏବେ ଅନୁଭବ ହେଉନି । ଭାରତ ଫାଇନାଲକୁ ଯିବା ଏକପ୍ରକାର ନିଶ୍ଚିତ ଥିଲା। ଏଣୁ ଆଗରୁ ଫାଇନାଲ ମ୍ୟାଚ୍ ପାଇଁ ସବୁ ଟିକେଟ୍ କିଣି ନେଇଯାଇଥିଲେ ଭାରତୀୟ କ୍ରିକେଟ ପ୍ରେମୀ । ହେଲେ ତାଙ୍କ ଦଳ କିନ୍ତୁ ସେମିରୁ ଫେରିଯାଇଛି। ଏଣୁ ଯାହା ଜଣାପଡୁଛି ଟିକେଟ କିଣିଥିବା ଲୋକେ ମ୍ୟାଚ୍ ଦେଖିବାକୁ ଆସି ନ ପାରନ୍ତି। ଏଣୁ ବିଶ୍ୱକପ୍ ଫାଇନାଲରେ ଏବେ ୱାନଡେର ଉତ୍ସାହ ବି ପରିଲଖିତ ହେଉନି। ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଏବେ ନ୍ୟୁଜିଲ୍ୟାଣ୍ଡର ଖେଳାଳି।

ନ୍ୟୁଜିଲ୍ୟାଣ୍ଡ ଟିମ୍ ର ଜିମ୍ମି ନିସମ ଏ ନେଇ ସୋସାଲ ମିଡିଆରେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ନିମନ୍ତେ ଏକ ମ୍ୟାସେଜ ପୋଷ୍ଟ କରିଛନ୍ତି। ଯେଉଁଥିରେ ଆପଣମାନେ ନ ହେଲେବି ବାସ୍ତବ କ୍ରିକେଟ ପ୍ରେମୀଙ୍କୁ ଖେଳ ଦେଖିବାର ଗୋଟିଏ ମୌକା ନିଶ୍ଟିତ ମିଳିବା ଦରକାର ବୋଲି ଅପିଲ କରିଛନ୍ତି। ଜିମ୍ମି ଉଲ୍ଲେଖ କରିଛନ୍ତି ଯେ ପ୍ରୀୟ ଭାରତୀୟ କ୍ରିକେଟ ପ୍ରେମୀ ଯଦି ଆପଣମାନେ ଫାଇନାଲ ମ୍ୟାଚ୍ ଦେଖିବାକୁ ଆଗ୍ରହୀ ନଥାନ୍ତି ତେବେ କିଣିଥିବା ଟିକେଟ୍ ଅଧିକାରୀକ ପ୍ଲାଟଫର୍ମ ମାଧ୍ୟମରେ ଫେରାଇ ଦିଅନ୍ତୁ।
Dear Indian cricket fans. If you don’t want to come to the final anymore then please be kind and resell your tickets via the official platform. I know it’s tempting to try to make a large profit but please give all genuine cricket fans a chance to go, not just the wealthy ❤️ 🏏
— Jimmy Neesham (@JimmyNeesh) July 12, 2019
ଆମେ ଜାଣିଛୁ ଏହି ସମୟରେ ଟିକେଟର ମୂଲ୍ୟ ବହୁତ ଉଚ୍ଚା ବି ହୋଇ ପାରେ। ହେଲେ ଧନିକଙ୍କ ନିମନ୍ତେ ନ ହେଲେବି ବାସ୍ତବ କ୍ରିକେଟ୍ ପ୍ରେମୀଙ୍କ ନିମନ୍ତେ ଟିକେଟ୍ ଉପଲବ୍ଧ କରାଇବାକୁ ନିବେଦନ କରିଛନ୍ତି ଜିମ୍ମି। ତେବେ ଏଥିରୁ କିଛି ଲାଭ ମିଳିବା ଭଳି ପ୍ରତିତ ହେଉନି। କାରଣ ଭାରତୀୟ କ୍ରିକେଟ୍ ପ୍ରେମୀ ଫାଇନାଲ ମ୍ୟାଚ୍ କ୍ୟାନସଲ କରି ନିଜର ପରବର୍ତ୍ତି ପ୍ରୋଗ୍ରାମ ବି କରିସାରିବେଣି। ଏଣୁ କେବଳ ଇଂଲଣ୍ଡ ସପକ୍ଷ କ୍ରିଡାପ୍ରେମୀଙ୍କ ଗହଣରେ ଫାଇନାଲ ମ୍ୟାଚ୍ ଖେଳାଯିବ ବୋଲି ନ୍ୟୁଜିଲ୍ୟାଣ୍ଡ ଟିମ୍ ନିଶ୍ଟିତ ହୋଇଗଲାଣି। ଯାହାକି ଇଂଲଣ୍ଡର କୌଣସି ଘରୋଇ କଣ୍ଟ୍ରିକ୍ରିକେଟ ଠାରୁ କିଛି ଅଧିକ ହୋଇ ନପାରେ ବୋଲି ନ୍ୟୁଜିଲ୍ୟାଣ୍ଡ ଖେଳାଳି ଆଶଙ୍କା କରୁଛନ୍ତି।