Sunday, January 20, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପର୍ଯ୍ୟଟନ ଦୃଷ୍ଟିରୁ ଦାର୍ଜିଲିଂର ତୁଳନା ନାହିଁ , ହେଲେ ଏଠାର ଦାଓ ହିଲ୍ ଜଙ୍ଗଲରେ ଘୂରିବୁଲୁଛି ମୁଣ୍ଡନଥିବା ବ୍ୟକ୍ତି…

ଦାର୍ଜିଲିଂ  ୧୨/୧୨:ଦାର୍ଜିଲିଂ ପଶ୍ଚିମବଙ୍ଗରେ  ଅବସ୍ଥିତ। କୁର୍ସିୟାଙ୍ଗ୍ଦାର୍ଜିଲିଂରେ ଥିବା ଏକ ହିଲ୍ ଷ୍ଟେସନ୍। ଏହା ସମୁଦ୍ର ପତ୍ତନଠାରୁ ୪୮୬୪ଫୁଟ ଉଚ୍ଚରେ ରହିଛି ।  ଏହା ଦାର୍ଜିଲିଂରୁ ମାତ୍ର ୩୦କିମି ଦୂରରେ ଅଧିକ ସଂଖ୍ୟାରେଫୁଟୁଥିବା ଧଳା ରଙ୍ଗର ଫୁଲରେ ସୁସଜ୍ଜିତ ଏକ ମନୋରମ ପର୍ଯ୍ୟଟନସ୍ଥଳୀ । କୁହାଯାଏ ଦିନରେ ଏଠାକାରପ୍ରାକୃତିକ ସୈାନ୍ଦର୍ଯ୍ୟ ଆକର୍ଷଣୀୟ ହୋଇଥାଏ କିନ୍ତୁ ରାତିରେ ଏଠାରେ ଗୋଟିଏ ରାକ୍ଷସ ଘୂରି ବୁଲିଥାଏ।

ଇଂରାଜୀରେ ‘କର୍ସ’ର ଅର୍ଥ ଅଭିଶାପ। ଏହି ‘କର୍ସ’ ଶବ୍ଦ ଅନୁସାରେ ଏହିସ୍ଥାନର ନାମ କୁର୍ସିୟାଙ୍ଗ୍ ଅର୍ଥାତ୍ ଅଭିଶପ୍ତ ସ୍ଥାନ ବୋଲି ରଖାଯାଇଛି।

କୁର୍ସିୟାଙ୍ଗ୍ ମୁଖ୍ୟତଃ ବୋର୍ଡ଼ିଙ୍ଗ୍ ସ୍କୁଲ୍ ଏବଂ ପର୍ଯ୍ୟଟନ ସ୍ଥଳଭାବେ ଜଣାଶୁଣା। କିନ୍ତୁ କୁର୍ସିୟାଙ୍ଗକୁ ଲାଗିଥିବା ଦାଓ ହିଲକୁ ନେଇ ଏକ ଭୟାନକ ଲୋକକଥା ରହିଛି। ତେବେ ଏଥିରେ ସତ୍ୟତା ରହିଛି କି ନାହିଁ କହିବା ସମ୍ଭବ ନୁହେଁ।

କୁହାଯାଏ ଦାଓ ହିଲର ଜଙ୍ଗଲରେ ଅନେକ ସଂଖ୍ୟାରେ ଆତ୍ମହତ୍ୟା ହୋଇଛି।ଏହି ଜଙ୍ଗଲରେ ମଣିଷମାନଙ୍କ ହାଡ଼ ଦେଖାଯିବା ସାଧାରଣ କଥା। ଏଠାକାର ସ୍ଥାନୀୟ ଲୋକଙ୍କ କହିବା ଅନୁସାରେଡିସେମ୍ବରରୁ ମାର୍ଚ ମଧ୍ୟରେ ଚାଲିଥିବା ଛୁଟି ସମୟରେ ଭିକ୍ଟୋରିଆ ବୟେଜ ସ୍କୁଲରେ ପାଦ ଶବ୍ଦ ଶୁଣାଯାଇଥାଏ।ଜଣେ କାଠୁରିଆ ରାତିରେ ଜଣେଯୁବକର ଅଧାକଟା ମୁଣ୍ଡ ଥିବା ଶବକୁ ବୁଲୁଥିବା ଦେଖିଥିଲେ ଯିଏ କିଛି ଦୂର ଯାଇ ଗାୟବ ହୋଇଯାଇଥିଲା।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ରାତିରେ ଦାଓ ପାହାଡ଼ରେ ଥିବା ଜଙ୍ଗଲକୁ ଯିବା ଅର୍ଥ ମୃତ୍ୟୁକୁଆମନ୍ତ୍ରଣ କରିବା।

 

5458 Views

   You May Also Like