ଏଣିକି ଆଉ ବଜାରରେ ବିକ୍ରି ହେବନାହିଁ ହଲ୍ ମାର୍କ ନଥିବା ସୁନାଗହଣା

Published By : Prameya-News7 Bureau | November 30, 2019 IST

ନୂଆଦିଲ୍ଲୀ ୩୦।୧୧: ଏଣିକି ବଜାରରେ ମିଳିବ କେବଳ ହଲ୍ ମାର୍କ ସୁନା । ୧୫ ଜାନୁଆରୀ ୨୦୨୧ ପରଠାରୁ ସୁନା ଗହଣା ଉପରେ ହଲ୍ ମାର୍କ ରହିବ । ତେଣୁ ହଲ୍ ମାର୍କ ଦେଖି ଗ୍ରାହକ ସୁନା ଗହଣା କିଣିପାରିବେ । ଏନେଇ ଆସନ୍ତା ୧୫ ଜାନୁଆରୀ ୨୦୨୦ରେ ବିଜ୍ଞପ୍ତି ପ୍ରକାଶ ପାଇବ । କିନ୍ତୁ ଏହି ନୂଆ ନିୟମ ଲାଗୁ କରିବାକୁ ଗୋଟିଏ ବର୍ଷ ସମୟ ଦିଆଯିବ । ଯାହାଦ୍ବାରା ଏହି ସମୟସୀମା ମଧ୍ୟରେ ଦୋକାନୀ ପୁରୁଣା ସୁନା ଗହଣା ଷ୍ଟକ୍ ଶେଷ କରିପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନ କହିଛନ୍ତି ।

{"id":191960,"width":574,"height":383,"sizeSlug":"large"}

ଏବେ ଦେଶରେ ୮୭୭ଟି ହଲ୍ ମାର୍କିଂ କେନ୍ଦ୍ର ରହିଥିଲେ ମଧ୍ୟ ମାତ୍ର ୪୦ ପ୍ରତିଶତ ଗହଣା ଉପରେ ହଲ୍ ମାର୍କିଂ କରାଯାଉଛି । ସାଧାରଣତଃ ସୁନା ଗହଣା କିଣୁଥିବା ବେଳେ ଅନେକ ସମୟରେ ଲୋକେ ଠକାମିର ଶିକାର ହୋଇଥାନ୍ତି । ଏପରିକି ସୁନା ନ ଚିହ୍ନି ପାରି ଲୋକେ ଅସଲି ସୁନା ବଦଳରେ ନକଲି ସୁନାଗହଣା କିଣିଥାନ୍ତି । କିନ୍ତୁ କେନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପ ଦ୍ବାରା ସୁନା କିଣିବା ବେଳେ ଆଉ ଲୋକେ ଠକାମିର ଶିକାର ହେବେନାହିଁ ।

{"id":191962,"width":577,"height":432,"sizeSlug":"large"}

ସୂଚନାଯୋଗ୍ୟ ଯେ, ଦେଶର ୨୩୪ ଜିଲ୍ଲାରେ ୮୭୭ ହଲ୍ ମାର୍କ କେନ୍ଦ୍ର ରହିଛି । କେବଳ ୨୬,୦୧୯ ଗହଣା ଦୋକାନୀ ହଲ୍ ମାର୍କ ରଖିଛନ୍ତି । ଦେଶବ୍ୟାପୀ ଛୋଟ ବଡ ପ୍ରାୟ ୬ଲକ୍ଷ ସୁନା ଦୋକାନୀ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.