Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||
  • ମଙ୍ଗଳବାର ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା, ମିଳିବ ନିର୍ବାଚନୀ ଚିହ୍ନ
  • ||

କୃଷି ଆଇନ ପ୍ରତ୍ୟାହାର କଲୁ, ଏମଏସପି ଓ ନଡା ଉପରେ ମଧ୍ୟ କଥା ମାନିଲୁ, ଏବେ ତ କୃଷକ ଘରକୁ ଫେରି ଯାଆନ୍ତୁ: କୃଷି ମନ୍ତ୍ରୀ

27/11/2021 at 4:02 PM

ନୂଆଦିଲ୍ଲୀ ୨୭।୧୧: କେନ୍ଦ୍ର ସରକାର ତିନି କୃଷି ଆଇନ ପ୍ରତ୍ୟାହାର ଘୋଷଣା ପରେ ବି କୃଷକ ସଂଗଠନ ଆନ୍ଦୋଳନ ସମାପ୍ତ କରିବାକୁ ରାଜି ନାହାନ୍ତି। ଏବେ କୃଷି ମନ୍ତ୍ରୀ ପୁଣି ଥରେ କୃଷକଙ୍କୁ ଘରକୁ ଫେରି ଯିବାକୁ ଅପିଲ୍ କରିଛନ୍ତି। ତୋମାର କହିଛନ୍ତି, ସରକାର ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ହିଁ କୃଷି ଆଇନ ପ୍ରତ୍ୟାହାର ବିଧେୟକ ଆଗତ କରିବେ। ଏହା ବ୍ୟତୀତ ଏମଏସପି ପ୍ରତିଶ୍ରୁତି ମଧ୍ୟ ପୂରଣ କରାଯିବ। ନଡା ଜାଳିବା ପ୍ରସଙ୍ଗ ଉପରେ ମଧ୍ୟ କୃଷକଙ୍କ ଦାବି ସରକାର ମାନିଛନ୍ତି। ତେଣୁ ବର୍ତ୍ତମାନ ପ୍ରଦର୍ଶନ କରିବା ଉଚିତ୍ ନୁହେଁ ବୋଲି କୃଷି ମନ୍ତ୍ରୀ ତୋମାର କହିଛନ୍ତି।

କେନ୍ଦ୍ର କୃଷି ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଫସଲ ବିବିଧତା, ଶୂନ୍ୟ ବଜେଟ୍ କୃଷି ଏବଂ ଏମଏସପି ପ୍ରଣାଳୀକୁ ଆହୁରି ପାରଦର୍ଶିତା ଏବଂ ପ୍ରଭାବଶାଳୀ କରିବା ପାଇଁ କମିଟି ଗଠନ କରିବାକୁ ଘୋଷଣା କରିଛନ୍ତି। ଏହି କମିଟିରେ କୃଷକ ସଂଗଠନର ପ୍ରତିନିଧି ମଧ୍ୟ ସାମିଲ୍ ହେବେ। ଏହି କମିଟି ଗଠନ ସହିତ ଏମଏସପି ଉପରେ କୃଷକଙ୍କ ଦାବି ମଧ୍ୟ ପୂରା କରାଯିବ।

ସେ କହିଛନ୍ତି, କୃଷକ ସଂଗଠନ ନଡା ଜଳାଇବାକୁ ଅପରାଧ ଶ୍ରେଣୀରେ ନରଖିବାକୁ ଦାବି କରିଥିଲେ। ସରକାର ଏହି ଦାବିକୁ ମଧ୍ୟ ମାନି ନେଇଛନ୍ତି। ତିନି କୃଷି ଆଇନ ପ୍ରତ୍ୟାହାର ଘୋଷଣା ପରେ କୃଷକ ଆନ୍ଦୋଳନ ଜାରି ରଖାଯିବା ଉଚିତ୍ ନୁହେଁ। ଆନ୍ଦୋଳନ ସମାପ୍ତ କରି ଘରକୁ ଫେରିଯିବାକୁ କୃଷି ମନ୍ତ୍ରୀ କୃଷକ ସଂଗଠନକୁ ଅପିଲ୍ କରିଛନ୍ତି।

ଆନ୍ଦୋଳନ ସମୟରେ କୃଷକଙ୍କ ଉପରେ ରୁଜୁ ମାମଲା ପ୍ରତ୍ୟାହାର ଦାବି ଉପରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, କେସ୍ ଫେରାଇ ନେବା ଏହା ରାଜ୍ୟ ସରକାରଙ୍କ ଅଧିକାର କ୍ଷେତ୍ର। ସେମାନେ ହିଁ ଏହା ଉପରେ ନିଷ୍ପତ୍ତି ନେବେ। କ୍ଷତିପୂରଣ ଉପରେ ମଧ୍ୟ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି କୃଷି ମନ୍ତ୍ରୀ ତୋମାର କହିଛନ୍ତି।

   Related Posts