ଦୀପାବଳିରେ ଘରକୁ ଆଣନ୍ତୁ ଏହି ସବୁ ଜିନିଷ : ହେବ ଧନ ବର୍ଷା

Published By : Prameya-News7 Bureau | October 20, 2019 IST

ନୂଆଦିଲ୍ଲୀ ୨୦/୧୦: ଖୁବ୍ ଶୀଘ୍ର ଆସୁଛି ଦୀପାବଳି । ଏଥର ଅକ୍ଟୋବର ୨୭ତାରିଖରେ ଦୀପାବଳି ପାଳନ କରାଯିବ। ଏହି ପର୍ବ ହିନ୍ଦୁଙ୍କ ପାଇଁ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ହୋଇଥାଏ। କୁହାଯାଇଥାଏ ଏହି ଦିନ ଲକ୍ଷ୍ମୀ ପୂଜା କଲେ ଧନର ଅଭାବ ହୋଇନଥାଏ। ଦୀପାବଳି ଆସିବା ପୂର୍ବରୁ ଲୋକେ ନିଜ ଘର ଏବଂ ଆଖପାଖକୁ ପରିଷ୍କାର ପରିଚ୍ଛନ୍ନ କରିଥାଆନ୍ତି।

{"id":172202}

ଦୀପାବଳି ପର୍ବକୁ ନେଇ ଲୋକଙ୍କ ମନରେ ଅତ୍ୟନ୍ତ ଉତ୍ସୁକତା ରହିଥାଏ। ଆପଣ ଯଦି ଦୀପାବଳି ଦିନ ମାଆ ଲକ୍ଷ୍ମୀଙ୍କ ପୂଜା କରିଥାଆନ୍ତି ତେବେ ଏହା ଆହୁରି ଖାସ୍ ହୋଇଥାଏ। ଏଥିପାଇଁ ଆପଣଙ୍କୁ କିଛି ଜିନିଷକୁ ଧ୍ୟାନ ରଖି ନିଜ ଘରକୁ ଆଣିବାକୁ ପଡ଼ିବ। ତେବେ ଆସନ୍ତୁ ଜାଣିବା ଏହି ଦୀପାବଳିରେ ଲକ୍ଷ୍ମୀ ପୂଜା ବ୍ୟତୀତ ଆପଣ କ’ଣ କରିଲେ ମାଆଙ୍କ କୃପା ଆପଣଙ୍କ ଉପରେ ରହିବ।

{"id":172203}
wp:list
  • ଦୀପାବଳି ଦିନ ଆପଣ ଏକ ପିପ୍ପଳ ପତ୍ର ଆଣନ୍ତୁ ଏବଂ ଏହାକୁ ଠାକୁର ଘରେ ରଖନ୍ତୁ। ଯଦି ଚାହିଁବେ ଏହି ଦିନ ଏକ ପିପ୍ପଳ ଗଛ ଲଗାଇ ପାରିବେ। ଏପରି କରିବା ଦ୍ବାରା ଆପଣଙ୍କୁ ଧନର ଅଭାବ ହେବ ନାହିଁ।
  • କିନ୍ନରଙ୍କୁ ଆମ ସମାଜରେ ଶୁଭ କାମରେ ମହତ୍ତ୍ବ ଦିଆଯାଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି କିନ୍ନରଙ୍କୁ ଖୁସି କରି ଆପଣ ଧନୀ ହୋଇପାରିବେ। ଏଥିପାଇଁ ଆପଣଙ୍କୁ ଦୀପାବଳିରେ କିନ୍ନରଙ୍କୁ କିଛି ଉପହାର କିମ୍ବା ଟଙ୍କା ଦେଇ ତାଙ୍କଠୁ ଟଙ୍କିକିଆ ମୁଦ୍ରା ଆଣିବାକୁ ପଡ଼ିବ ଏବଂ ଏହାକୁ ଆପଣଙ୍କ ଲକରରେ ରଖିବାକୁ ପଡ଼ିବ। ଫଳରେ କେବେ ବି ଆପଣଙ୍କୁ ଟଙ୍କାର ଅଭାବ ହେବ ନାହିଁ।
  • ଏହି ଦୀପାବଳିରେ ଆପଣ ଧଳା ବସ୍ତୁ ଦାନ କରନ୍ତୁ। ଆପଣ ମଧ୍ୟ ଧଳା ମିଠା ଏବଂ ଧଳା ବସ୍ତ୍ର ନେଇ ପାରିବେ। ଏପରି କରିବା ଦ୍ବାରା ଆପଣଙ୍କ ଘରେ ଟଙ୍କାର ଅଭାବ ରହିବ ନାହିଁ।
  • ଦୀପାବଳି ଦିନ ଆପଣ ଘରକୁ ଟଙ୍କା କିମ୍ବା କିଛି ମାଗିବାକୁ ଆସିଥିବା ବ୍ୟକ୍ତିଙ୍କୁ ଖାଲି ହାତରେ ଯିବାକୁ ଦିଅନ୍ତୁ ନାହିଁ,କିଛି ନା କିଛି ନିଶ୍ଚୟ ଦିଅନ୍ତୁ।
  • ଦୀପାବଳି ଦିନ ବରଗଛ ତଳେ ଘିଅ କିମ୍ବା ଦୀପ ନିଶ୍ଚୟ ଜଳାନ୍ତୁ ଏବଂ ଏପରି କରିବା ଦ୍ବାରା ଆପଣଙ୍କ ଜୀବନରୁ ଦାରିଦ୍ର୍ୟ ଦୂର ହୋଇଯିବ।
/wp:list {"id":172204}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.