Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||

ଏଣିକି ୧୦୦ ଟଙ୍କାରେ କରୋନା ପରୀକ୍ଷା, ଶସ୍ତା ହେଲା ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ

21/12/2020 at 10:35 PM

ଭୁବନେଶ୍ଵର ୨୧। ୧୨: ରାଜ୍ୟରେ  କରୋନା କରୋନା ସଂକ୍ରମଣର ପ୍ରକୋପ କମିବାରେ ଲାଗିଛି। ମୃତ୍ୟୁ ସଂଖ୍ୟାରେ ମଧ୍ୟ ବ୍ରେକ୍ ଲାଗିଛି। ତଥାପି ମନରୁ ଯାଇନି କରୋନା ଡର। ସଂକ୍ରମଣକୁ ନେଇ ରାଜ୍ୟ ସରକାର ସତର୍କତା ଅବଲମ୍ବନ କରୁଛନ୍ତି। କରୋନା ଟେଷ୍ଟ ମଧ୍ୟ ଜାରି ରହିଛି। ଏଣିକି ରାଜ୍ୟରେ ଶସ୍ତା ହେବ କରୋନା ଟେଷ୍ଟ। ଯେଉଁଠି ଘରୋଇ ଲ୍ୟାବ୍‌ରେ କରୋନା ଟେଷ୍ଟ ପାଇଁ ଶହ ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା ଏବେ ମାତ୍ର ୧୦୦ ଟଙ୍କାରେ ରାପିଡ୍ ଆଣ୍ଟିଜେନ୍‌ କରାଯାଇ ପାରିବ। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ କରାଯାଇ ସୂଚନା ଦିଆଯାଇଛି।

ରାଜ୍ୟ ସରକାର ସୋମବାର ରାପିଡ୍ ଆଣ୍ଟିଜେନ୍‌ ଟେଷ୍ଟର ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ ଏଣିକି ରାଜ୍ୟରେ କେବଳ ୧୦୦ ଟଙ୍କାରେ ରାଜ୍ୟବାସୀ ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ କରି ପାରିବେ। ଘରୋଇ ଲ୍ୟାବ୍ ଏବଂ ବେସରକାରୀ ସଂସ୍ଥା ମାନେ ଜନତାଙ୍କଠୁ ଶହେ ଟଙ୍କାରୁ ଅଧିକ ଟଙ୍କା ନନେବା ପାଇଁ ତାଗିଦ୍‌ ମଧ୍ୟ କରିଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଅଦ୍ୟାବଧି ମୋଟ୍ ସଂଖ୍ୟା ୩ ଲକ୍ଷ ୨୬ ହଜାର ୫୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୩ ଲକ୍ଷ ୨୧ ହଜାର ୬୪୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୮୩୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି।  ଆକ୍ଟିଭ୍ କେସ୍ ସଂଖ୍ୟା ୩ ୦୫୭ ଟି ଆକ୍ଟିଭ୍‌ କେସ୍‌ ରହିଛି। ଏବେ ସୁଦ୍ଧା ରାଜ୍ୟରେ ୬୬ ଲକ୍ଷ ୩୫ ହଜାର ୯୮୦ ନମୂନା ପରୀକ୍ଷା କରାଯାଇଛି।

   Related Posts