ସାଲେପୁର୧୫/୬: କରୋନା ମୁକାବିଲା ମିଶନ ଫେଲ୍, ସଙ୍ଘରୋଧ କେନ୍ଦ୍ରରେ ଅବ୍ୟବସ୍ଥା, ସରପଞ୍ଚଙ୍କ ସ୍ବାମୀଙ୍କ ମନିଟରିଙ୍ଗରେ ଅତିଷ୍ଟ ହୋଇଗଲେ ପ୍ରବାସୀ ଓଡ଼ିଆ। କଟକ ଜିଲ୍ଲାର ସଦର ବ୍ଲକ ସୋମପୁର ସଂଘରୋଧ କେନ୍ଦ୍ରରୁ ଏଭଳି ଅଭିଯୋଗ ଆସିଛି। କରୋନା ମହାମାରୀ ଦିନକୁ ଦିନ ଉଗ୍ରରୂପ ନେଉଥିବା ବେଳେ ପ୍ରଶାସନର ଚେତା ପଶୁନି। ପ୍ରବାସୀ ଓଡ଼ିଆଙ୍କ ପାଇଁ କ୍ବାରେଣ୍ଟାଇନ୍ ସେଣ୍ଟର ଖୋଲା ଯାଇଛି।
କ୍ବାରେଣ୍ଟାଇନ୍ କେନ୍ଦ୍ରର ଅଭିଯୋଗ ଦିନକୁ ଦିନ ବଢି ଚାଲିଛି। ଏମାନଙ୍କୁ ପ୍ରଶାସନ ୭ ଦିନ ରଖି ଛାଡି ଦେଇଥିବା ଅଭିଯୋଗ କରିଛନ୍ତି ସଂଘରୋଧ କେନ୍ଦ୍ରରେ ରହିଥିବା ପ୍ରବାସୀମାନେ। ସେମାନଙ୍କୁ ବିନା ପରୀକ୍ଷାରେ ଛାଡି ଦେଇଥିବାବେଳେ ଡିସ୍ଚାର୍ଜ ପେପର ମିଳୁନାହିଁ। ସରପଞ୍ଚଙ୍କ କାର୍ଯ୍ୟାଳୟକୁ ଡିସଚାର୍ଜ ପେପର ପାଇଁ ଦୌଡି ଦୌଡ଼ି ହେବାକୁ ପଡୁଛି ନିରାଶ। ଏ ଭଳି ସମସ୍ୟା ଗୋଟିଏ କି ଦୁଇଟି ପଞ୍ଚାୟତରେ ନୁହେଁ ଅଧିକାଂଶ ପଂଚାୟତ ରେ ଏଭଳି ଅବସ୍ଥା ଦେଖିବାକୁ ମିଳୁଛି।