ଲକ୍ଷଣ ନଥିବା କରୋନା ସଂକ୍ରମିତ କୋଭିଡ୍ ହସ୍ପିଟାଲ ଯିବେ ନାହିଁ

Published By : Prameya-News7 Bureau | May 13, 2020 IST

ବାଲେଶ୍ବର୧୩/୫: ଲକ୍ଷଣ ଦେଖା ଯାଉ ନଥିବା କରୋନା ପଜିଟିଭ୍ ଆକ୍ରାନ୍ତ କୋଭିଡ୍ ହସ୍ପିଟାଲକୁ ଯିବେ ନାହିଁ। ସେମାନଙ୍କୁ କୋଭିଡ୍ କେୟାର ସେଣ୍ଟରକୁ ପଠାଯିବ ବୋଲି ବାଲେଶ୍ବର ଜିଲ୍ଲା ଦାୟିତ୍ବରେ ଥିବା ବରିଷ୍ଠ ଆଇଏଏସ ଅଫିସର ମଧୁସୂଦନ ପାଢୀ କହିଛନ୍ତି। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। କୋଭିଡ୍-୧୯ ହସ୍ପିଟାଲରେ ଏତେ ବେଡ ନାହିଁ । ତେଣୁ ଯେଉଁ କରୋନା ସଂକ୍ରମିତଙ୍କ ଠାରେ ଲକ୍ଷଣ ଦେଖାଯାଉ ନଥିବ ସେମାନେ କୋଭିଡ ହସ୍ପିଟାଲ ଯି​‌ବେ ନାହିଁ ବୋଲି ଆଇଏଏସ୍‌ ଅଫିସର ମଧୁସୂଦନ ପାଢ଼ୀ କହିଛନ୍ତି।

ବୁଧବାର ବାଲେଶ୍ବରକୁ ଗୁଜୁରାଟର ଥାନେଗଡରୁ ଗୋଟିଏ ଟ୍ରେନ ଓ ମହାରଷ୍ଟ୍ରରୁ ଗୋଟିଏ ଟ୍ରେନ ପ୍ରବାସୀ ଓଡିଆଙ୍କୁ ନେଇ ଆସିଥିବା ବେଳେ ଆସନ୍ତାକାଲି ଗୁଜୁରାଟର ମର୍ବିରୁ ଆଉ ଦୁଇଟି ଟ୍ରେନ ପ୍ରବାସୀ ଓଡ଼ିଆଙ୍କୁ ନେଇ ବାଲେଶ୍ବରରେ ପହଁଞ୍ଚିବ ବୋଲି ମଧୁସୂଦନ ପାଢୀ ସୂଚନା ଦେଇଛନ୍ତି। ବାଲେଶ୍ବର ଜିଲ୍ଲାରେ ୩୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତମାନଙ୍କ ମଧ୍ୟରୁ ଅଧିକାଂଶ ଔପଦା ଓ ବାହାନଗା ବ୍ଲକରେ ବୋଲି ଜଣା ପଡିଛି । ଏବେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଁଞ୍ଚିଛି । ସେମାନଙ୍କ ମଧ୍ୟରୁ ୨୦ ଜଣ ସୁସ୍ଥ ହୋଇଥିବା ବେଳେ ୭୦ ଟି ଆକ୍ଟିଭ୍ କେଶ୍ ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.