Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ଜୋସ୍ ନୁହେଁ ମଜବୁତ ମାନସିକତାର ଏହି ଖେଳାଳି ଭାରତ ହାତରୁ ଛଡାଇ ନେଲେ ବିଜୟ, ଶେଷ ବଲ୍ ପର୍ଯ୍ୟନ୍ତ କଲେ ସଂଘର୍ଷ

29/11/2021 at 5:40 PM

ନୂଆଦିଲ୍ଲୀ ୨୯।୧୧: କାନପୁରରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ରୋମାଞ୍ଚକର ସହ ଡ୍ର ହୋଇଛି। ବିଜୟର ଦ୍ଵାର ଦେଶରେ ଥିବା ଭାରତକୁ ଶେଷରେ ନିରାଶ ହେବାକୁ ପଡିଛି। ଫଳସ୍ଵରୂପ ହାତରେ ଗୋଟିଏ ଓ୍ଵିକେଟ୍ ଥାଇ ନ୍ୟୁଜିଲାଣ୍ଡ ଏହି ମ୍ୟାଚ୍ ଡ୍ର କରାଇ ପାରିଛି। ନ୍ୟୁଜିଲାଣ୍ଡ ଅଳ୍ପକେରୁ ପରାଜୟରୁ ବର୍ତ୍ତି ଯାଇଛି। ସବୁଠୁ ବଡ କଥା ଭାରତକୁ ବିଜୟରୁ ବଞ୍ଚିତ କରାଇଛନ୍ତି ରଚିନ ରବୀନ୍ଦ୍ର ଓ ଏଜାଜ ପଟେଲ୍। କିନ୍ତୁ ବଡ ଭୂମିକା ନିଭାଇଛନ୍ତି ରଚିନ।

ଏଠାରେ ପରାଜୟ ମିଳେ ଏବଂ ବିଜୟ ବ୍ୟତୀତ ଆଉ କିଛି ମିଳେ। ଡ୍ର ଅର୍ଥାତ ନା ତୁମେ ଜିତିବ ନା ଆମେ ହାରିବୁ। ଏହା ହେଉଛି ଟେଷ୍ଟ କ୍ରିକେଟ୍‌ର ସୁନ୍ଦରତା। ଡ୍ର କାହା ପାଇଁ ପରାଜୟ ପରି ହୋଇଥାଏ ତ ଆଉ କାହା ପାଇଁ ବିଜୟ ସଦୃଶ ହୋଇଥାଏ। ପାଞ୍ଚ ଦିନର ମୁକାବିଲା ଏବଂ ଶେଷ  ବଲ୍ ପର୍ଯ୍ୟନ୍ତ ସଂଘର୍ଷ।

ଏହି ଟେଷ୍ଟର ଅନ୍ତିମ କିଛି ସମୟ ବାମହାତୀ ବ୍ୟାଟସମ୍ୟାନ ରଚିନ ରବୀନ୍ଦ୍ର କ୍ରିଜରେ ଖୁଣ୍ଟ ପରି ଛିଡା ହୋଇଥିଲେ। ରବିଚନ୍ଦ୍ରନ ଅଶ୍ଵିନ ଓ ରବିନ୍ଦ୍ର ଜାଡେଜାଙ୍କ ଯୋଡି କମାଲ ବୋଲିଂ କରିଥିଲେ। ନ୍ୟୁଜିଲାଣ୍ଡର ଜଣେ ପରେ ଜଣେ ବ୍ୟାଟସମ୍ୟାନ ପାଭିଲିୟନ ଫେରିଥିଲେ। ସମୟ ସହିତ ଭାରତୀୟ ଦଳ ମଧ୍ୟ ଦୌଡୁଥିଲା। ସୂର୍ଯ୍ୟର ଲୁଚକାଳି ଖେଳ ମଧ୍ୟରେ ଭାରତୀୟ ବୋଲର ଓ୍ଵିକେଟ୍ ନେଇ ଚାଲିଥିଲେ। କୁହାଯାଏ ମ୍ୟାଚ୍ ଶେଷ ବଲ୍‌ ପର୍ଯ୍ୟନ୍ତ ସରେ ନାହିଁ। ତାହା ହିଁ ହେଲା। ଶେଷ ବଲ୍ ପର୍ଯ୍ୟନ୍ତ ଭାରତର ବିଜୟ ଆଶା ରହିଥିଲା। ମାତ୍ର ଯେମିତି ରବିନ୍ଦ୍ର ଜାଡେଜାଙ୍କ ବଲ୍‌କୁ ଏଜାଜ ପଟେଲ୍ ଡିଫେନ୍ସ କଲେ ଭାରତର ବିଜୟ ଆଶା ମଉଳି ଯାଇଥିଲା। ଆଉ ଭାରତକୁ ବିଜୟରୁ ବଞ୍ଚିତ କରିଥିଲେ ଦୁଇ ଭାରତୀୟ ଖେଳାଳି।

ଅଶ୍ଵିନ ଓ ଜାଡେଜାଙ୍କ ଶାଣିତ ବୋଲିଂର ମୁକାବିଲା କରିପାରିନଥିଲେ କିଓ୍ଵି ବ୍ୟାଟସମ୍ୟାନ। କିନ୍ତୁ ରଚିନ ରବିନ୍ଦ୍ର କଡା ମୁକାବିଲା କରିଥିଲେ। ସେ ବ୍ୟାଟ୍ ଏବଂ ପ୍ୟାଡ୍‌କୁ ଏକ ସଙ୍ଗେ ରଖି ପ୍ରତିଟି  ବଲ୍‌ର ମୁକାବିଲା କରିଥିଲେ। କୌଣସି ବଲ୍‌କୁ ସେ ଦୂରରୁ ଖେଳିନଥିଲେ। ସ୍ପିନକୁ ଭଲ ଭାବେ ଖେଳିବାର ଟେକନିକ୍ ଏମିତି ସେମିତି ଆସିନଥିଲା। ଏହା ପଛରେ ରହିଥିଲା ୧୦ ବର୍ଷର ପରିଶ୍ରମ।

ରଚିନଙ୍କ ନାମକରଣ ରାହୁଲ ଦ୍ରାବିଡ ଏବଂ ସଚିନ ତେନ୍ଦୁଲକରଙ୍କ ନାମକୁ ନେଇ କରାଯାଇଛି। କ୍ରିକେଟ୍ ପାଗଳ ବାପା ରାହୁଲ ଏବଂ ସଚିନଙ୍କ ନାମକୁ ମିଶାଇ ପୁଅର ନାମ ରଚିନ ଦେଇଥିଲେ। ପୁଅ ଉପରେ ମଧ୍ୟ  ବାପାଙ୍କ ସ୍ଵପ୍ନ ପୂରଣ କରିବାର ବଡ ଦାୟିତ୍ଵ ଥିଲା। କାନପୁର ଟେଷ୍ଟରେ ପଦାର୍ପଣ କରିବାର ସୁଯୋଗ ମିଳିଲା। ସେ ପୁଣି ଭାରତ ବିପକ୍ଷରେ। ହେଲେ ଏହି ଖେଳାଳି ଦେଖାଇ ଦେଇଛନ୍ତି ଯେ, କେବଳ ଟେକନିକ ନୁହେଁ  ବରଂ ମାନସିକ ରୂପରେ ସେ ମଜବୁତ। ସେ କ୍ରିଜରେ ଗୋଟିଏ ପଟେ ମ୍ୟାଚ୍‌କୁ ସମ୍ଭାଳିଥିଲେ। ୯୧ ବଲ୍‌ର ସାମ୍ନା କରିବା ସେ ପୁଣି ଶେଷ ଦିନରେ କୌଣସି ନିମ୍ନ କ୍ରମର ବ୍ୟାଟସମ୍ୟାନଙ୍କ ପାଇଁ ବହୁତ ବଡ କଥା ବୋଲି କ୍ରିକେଟ୍ ବିଶେଷଜ୍ଞ କହିଛନ୍ତି।

ଭିଭିଏସ ଲକ୍ଷ୍ମଣ ମ୍ୟାଚ୍ ପରେ କହିଛନ୍ତି, ରଚିନଙ୍କ ବାପା ବେଙ୍ଗାଲୁରୁର। ସେ ପ୍ରତି ବର୍ଷ ନିଜ ପୁଅଙ୍କୁ ନେଇ ବେଙ୍ଗାଲୁରୁ ଆସୁଥିଲେ। ୨୦୧୧ରୁ ସେ ନିୟମିତ ଭାରତ ଆସି ସ୍ପିନ ବୋଲିଂ ଖେଳିବାର ଅଭ୍ୟାସ୍ କରୁଥିଲେ। ଆଉ ଆଜି ତାର ଫଳ ପାଇଛନ୍ତି ରଚିନ ରବୀନ୍ଦ୍ର। ଅର୍ଥାତ ଆଜିର ଇନିଂସ ୧୦ ବର୍ଷ ପରିଶ୍ରମର ଅଂଶ ଥିଲା।

ମ୍ୟାଚ୍ ପରେ ରବିଚନ୍ଦ୍ରନ ଅଶ୍ଵିନ ମଧ୍ୟ କହିଛନ୍ତି ଯେ, ଆଜିକାଲି ନିମ୍ନକ୍ରମର ବ୍ୟାଟସମ୍ୟାନଙ୍କୁ ଆଉଟ୍ କରିବା ସେତେଟା ସହଜ ନୁହେଁ। ସେମାନେ ବହୁତ ଭଲ ପ୍ରସ୍ତୁତି କରି ଆସିଥାନ୍ତି। ରବୀନ୍ଦ୍ରଙ୍କୁ ଏଜାଜ ପଟେଲ୍ ଉତ୍ତମ ସହଯୋଗ ଦେଇଥିଲେ। ଉଭୟ ବ୍ୟାଟସମ୍ୟାନ ୫୨ ବଲ୍ ଖେଳିଥିଲେ। ବିଶେଷ କରି ରଚିନ ୯୧ ବଲ୍‌ ଖେଳି ଭାରତ ହାତରୁ  ନିଶ୍ଚିତ ବିଜୟ ଛଡାଇ ନେଇଛନ୍ତି।

   Related Posts