Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • କଟକ : ଟ୍ରେନିଂ ପାଇଁ ଦିଲ୍ଲୀରୁ ଆସି କଟକ ଷ୍ଟେସନରେ ଯବାନ ନିଖୋଜ, ସ୍ବିଚ୍ ଅଫ୍ ଆସୁଛି ମୋବାଇଲ୍
  • ||
  • ଝାରସୁଗୁଡା : ଝାରସୁଗୁଡା କୋଲାବିରା ଅଞ୍ଚଳରେ ହାତୀ ଉପଦ୍ରବ, ଭାଙ୍ଗିଲେ ଘର ପାଚେରୀ
  • ||

ହାରିବ କରୋନା,ଜିତିବେ ଆପଣ : ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଚା ଓ କଫି ବଦଳରେ ପିଅନ୍ତୁ ଏହାକୁ

30/03/2020 at 1:48 PM

ଏବେ ବାୟୁମଣ୍ଡଳରେ ବଢ଼ୁଥିବା ସ୍ତର କାରଣରୁ ​‌ଲୋକମାନଙ୍କ ଠାରେ ନିଃଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ସୃଷ୍ଟି ହେଉଛି। ଏଥିପାଇଁ ଘରେ ଆପଣ ଏପରି ଅନେକ ପ୍ରକାରର ହେଲଦି କିମ୍ବା ଏନର୍ଜି ଡ୍ରିଙ୍କ୍ ପ୍ରସ୍ତୁତ କରି ପାରିବେ ଯାହା ପ୍ରାକୃତିକ ଭାବେ ସ୍ବାସ୍ଥ୍ୟଦାୟକ।

୧. ହଳଦି – ଅଦା ଚା : ଅଧା ଚାମଚ ହଳଦୀ ସହ ଛୋଟ ଟୁକୁରା ଅଦା ଅଧ ଗିଲାସ ପାଣିରେ ଫୁଟାନ୍ତୁ। ଏଥିରେ ଏକ ଚାମଚ ନଡ଼ିଆ ତେଲ ଏବଂ ଏକ ଚତୁର୍ଥାଂଶ ପେଶା ଗୋଲମରିଚ ପକାଇ ନଖ ଉଷୁମ ପାଣିରେ ପିଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ପାଚନ କ୍ରିୟା ଠିକଭାବେ ହୋଇଥାଏ।

୨. ଡାଲଚିନି ଚା : ଏକ ଗିଲାସ ପାଣିରେ ଏକ ଚାମଚ ପେଶା ହୋଇଥିବା ଡାଲଚିନି କିମ୍ବା ଏକ ଇଞ୍ଚ ଡାଲଚିନିର ଟୁକୁରା ୮ରୁ ୧୦ମିନିଟ୍ ଯାଏଁ ଫୁଟାନ୍ତୁ। ରାତିରେ ଶୋଇବାର କିଛି ସମୟ ପୂର୍ବରୁ ଏହାକୁ ନଖ ଉ​‌ଷୁମ କରି ପିଇବା ଲାଭଦାୟକ।

୩. ଟମାଟୋ ଜୁସ୍ : ଆଣ୍ଟିଅକ୍ସିଡାଣ୍ଟ ଭରି ରହିଥିବା ତତ୍ତ୍ବ ଯୁକ୍ତ ଟମାଟୋ ଫୁସଫୁସକୁ ସୁସ୍ଥ ରଖିଥାଏ। ଏକ ଛୋଟ ଟୁକୁରା ଅଦାକୁ ୪-୫ଟି ଟମାଟୋ ସହ ଫୁଟାନ୍ତୁ। ଏହାର ଜୁସ୍ କରି ପିଇଲେ ଗଳାକୁ ମଧ୍ୟ ଆରାମ ମିଳିଥାଏ।

୪.ଗାଜର-ବିଟ୍ ଏବଂ ଡାଳିମ୍ବ ଜୁସ୍ : ଫୁସଫୁସ୍ ବ୍ୟତୀତ ଆଭ୍ୟନ୍ତରୀଣ ଅଙ୍ଗକୁ ଶକ୍ତି ଯୋଗାଇଥାଏ ଏହି ୩ଟିକୁ ମିଶାଇ ପ୍ରସ୍ତୁତ କରାଯାଇଥିବା ଜୁସ୍। ଏଥିରେ ପାଳଙ୍ଗ ପତ୍ର ମିଶାଇ ପାରନ୍ତି।

   Related Posts