Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଶୀତ ବଢିବା ସହ ଜାପାନରେ ବଢୁଛି Covid ସଂକ୍ରମଣ, ଗୋଟିଏ ଦିନରେ ୧ ହଜାର ୫୪୬ ସଂକ୍ରମିତ ଚିହ୍ନଟ

12/11/2020 at 4:43 PM

ଟୋକିଓ ୧୨।୧୧: ଶୀତ ଋତୁ ସହ ପୁଣି ଜାପାନକୁ ଫେରିଛି କରୋନା। ଉତ୍ତର ଜାପାନରେ ଋତୁ ପରିବର୍ତ୍ତନ ସହ ସଂକ୍ରମଣ ଦେଖା ଦେଇଥିବା ବେଳେ ସମଗ୍ର ଦେଶକୁ ବ୍ୟାପିଯିବାର ଏବେ ଆଶଙ୍କା କରାଯାଉଛି। ଉତ୍ତର ହକ୍କାଇଡୋ ଦ୍ୱିପରେ ୨୩୦ଟି ସଂକ୍ରମଣ ମାମଲା ଚିହ୍ନଟ ପରେ ବୁଧବାର ଗୋଟିଏ ଦିନରେ ୧ ହଜାର ୫୪୬ଟି ନୂଆ ମାମଲା ମିଳିଛି। ଯାହା ଗତ ଅଗଷ୍ଟ ମାସର ରେକର୍ଡକୁ ମଧ୍ୟ ଟପି ଯାଇଛି।

ଦେଶରେ ଶୀତ ଲହର ସାଙ୍ଗରେ କରୋନା ବ୍ୟାପିବାର ଏବେ ଆଶଙ୍କା କରାଯାଉଥିବା ବେଳେ କରୋନା ଭାଇରସ ସମ୍ପର୍କିତ ମାମଲା ତଦାରଖ ଦାୟିତ୍ୱରେ ଥିବା ମନ୍ତ୍ରୀ ୟାସୁଟୋସି ନିଶିମୁରା କଡ଼ା କଟକଣା ଲାଗୁ ଉପରେ ପ୍ରାଥମିକତା ଦେଇଛନ୍ତି। କୋଭିଡ-୧୯ ଏକ ନିଶ୍ୱାସପ୍ରଶ୍ୱାସ ଜନିତ ସଂକ୍ରମଣ ହୋଇଥିବାରୁ ସାରା ଦେଶକୁ ବ୍ୟାପିଯିବାକୁ ବେଶି ସମୟ ନେବନି। ଏଣୁ କେତେକ ଜିଲ୍ଲାରେ ରାତ୍ରି କାଳୀନ କଟକଣା ଲାଗୁ ନେଇ ନିଶିମୁରା ସଂକେତ ଦେଇଛନ୍ତି।

ବାର ଓ ଏହି ଭଳି ପ୍ରତିଷ୍ଠାନ ସାଙ୍ଗକୁ ଆଞ୍ଚଳିକ ରାଜଧାନୀମାନଙ୍କର ରାତ୍ରିକାଳୀନ କାର୍ଯ୍ୟକଳାପ ଉପରେ କଟକଣା ଲଗାଇବାକୁ କହିଛନ୍ତି। ଏଣୁ ଲୋକଙ୍କ ନାଇଟ୍‌ ଲାଇଫ ପୁଣି ଥରେ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି। ଜାପାନରେ ଏହା ପୂର୍ବରୁ ଦୁଇଟି କୋଭିଡ ଲହର ଆସି ସାରିଛି। ତେବେ ସରକାରଙ୍କ ସମୟୋଚିକ ପଦକ୍ଷେପ ଯୋଗୁ ପ୍ରତିଥର ବଢିବା ପୂର୍ବରୁ  ସଂକ୍ରମଣକୁ ରୋକି ଦିଆଯାଇଛି। ସେହିପରି ଜାପାନରେ ସଂକ୍ରମିତଙ୍କ ସଂଖ୍ୟା ଓ ମୃତ୍ୟୁ ହାର ମଧ୍ୟ ବିଶ୍ୱର ଅନ୍ୟ ଦେଶଙ୍କ ତୁଳନାରେ କମ୍‌ ରହିଛି।

ତେବେ ଦେଶରେ ତୃତୀୟବାର ବ୍ୟାପୁଥିବା କୋଭିଡ ବିଶେଷ କରି ଯୁବ ବର୍ଗ ଯେଉଁମାନେ ସାମାଜିକ ଦୂରତ୍ୱ ପାଳନ କରୁନାହାନ୍ତି। ବିଦେଶରୁ ଆସିଥିବା ଲୋକେ ଯେଉଁମାନେ ଜାପାନୀ ଭାଷା ସହ ଅଭିଜ୍ଞ ନୁହନ୍ତି ଓ ଯେଉଁ ସବୁ କ୍ଷେତ୍ରରେ ଚିକିତ୍ସା ସେବା ସହଜ ଉପଲବ୍ଧ ନୁହେଁ ସେଠାରେ ଭୂତାଣୁ ବ୍ୟାପୁଥିବାର ଅଧିକାରୀକ ଭାବେ କୁହାଯାଇଛି।

   Related Posts