୩ ଝିଅ-୩ ପୁଅ ହେଲେ ବୃଦ୍ଧ ବାପା ଆଜି ମଝି ଦାଣ୍ଡରେ: 'ଆହା ପଦେ' କହିବାକୁ କେହି ନାହାନ୍ତି ପାଖରେ

Published By : Prameya-News7 Bureau | May 31, 2020 IST

ସୋର୩୧/୫: ପୁଣି ସାମ୍ନାକୁ ଆସିଲା ଜଣେ ନିରାଶ୍ରୟ ବାପାର କରୁଣ କାହାଣୀ। ୩ ଝିଅ-୩ ପୁଅ ହେଲେ ବୃଦ୍ଧ ବାପା ଆଜି ମଝି ଦାଣ୍ଡରେ। ଏପରି କି ଆହା ପଦେ କହିବା କେହି ନାହାନ୍ତି ପାଖରେ। ହଜି ଯାଇଛି ମାନବିକତା ୩ ପୁଅ ଓ ୩ ଝିଅକୁ ପାଳିପୋଷି ବଡ କରିଥିବା ବାପା ଏବେ ନିରାଶ୍ରୟ ହୋଇ ପଡିଛନ୍ତି। ଗତ ୨ଦିନ ହେବ ଗାଁ ରାସ୍ତାରେ ପଡି ରହିଛନ୍ତି ବୃଦ୍ଧ ବାପା । ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ କୁରୁଡା ଗ୍ରାମରେ ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଗ୍ରାମର ବାଞ୍ଝାନିଧି ବେହେରା ନାମକ ୮୩ ବର୍ଷ ବୟସ୍କ ବୃଦ୍ଧଙ୍କ ୩ଟି ପୁଅ ଏବଂ ୩ଟି ଝିଅ ଅଛନ୍ତି। ଝିଅମାନେ ବାହା ହୋଇ ସାରିଛନ୍ତି। ହେଲେ ଦୁଃଖର କଥା ଯେ ପୁଅ- ​‌ବୋହୂମାନେ ବୃଦ୍ଧ ବାପାଙ୍କୁ ଅଣଦେଖା କରିଥିବା ଅଭିଯୋଗ ହୋଇଛି।

ବାଞ୍ଝାନିଧିଙ୍କ ପୁଅ- ବୋହୂଙ୍କ ଅତ୍ୟାଚାର ସହି ନପାରି ସେ ଭିକମାଗି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି। ମାତ୍ର ଦୁଇ ଦିନ ହେବ ବାଞ୍ଝାନିଧିଙ୍କର ଦେହ ଅଧିକ ଖରାପ ହେବାରୁ ଗ୍ରାମର ଏକ ବାଡମୂଳରେ ପଡି ଯାଇଥିଲେ। ମାତ୍ର କୌଣସି ଗାଁ ଲୋକ କି ପରିବାର ଲୋକ ବୃଦ୍ଧଙ୍କୁ ଡାକ୍ତରଖାନା ନେବା ତ ଦୂରର କଥା ସେହି ବାଡମୂଳରୁ ଉଠାଇ ନ ଥିଲେ ପରେ କିଛି ଗଣମାଧ୍ୟମ ପ୍ରତିନିଧି ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ସୋର ଡାକ୍ତରଖାନାକୁ ପଠାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.