ପୁଅ ଆଶାରେ ତାନ୍ତ୍ରିକ ପାଖକୁ ଯାଇଥିଲେ ମହିଳା : ଶରୀରରେ କଣ୍ଟା ପିଟିବାରୁ ଚାଲିଗଲା ଜୀବନ

Published By : Prameya-News7 Bureau | August 06, 2020 IST

ଭରତପୁର ୬/୮: ରାଜସ୍ଥାନର ଭରତପୁରରେ ପୁଅ ଆଶାରେ ଜଣେ ମହିଳା ଅନ୍ଧବିଶ୍ବାସରେ ପଡ଼ି ତାନ୍ତ୍ରିକ ପାଖକୁ ଯିବା ମହଙ୍ଗା ପଡ଼ିଛି। ତାନ୍ତ୍ରିକଟି ତନ୍ତ୍ର-ମନ୍ତ୍ର ଚକ୍କରରେ ମହିଳାଙ୍କ ଜୀବନ ନେଇ ଯାଇଛି। ଏବେ ପୋଲିସ୍ ଅଭିଯୁକ୍ତ ତାନ୍ତ୍ରିକକୁ ଗିରଫ କରି ନେଇଛି।

{"id":310649,"width":594,"height":385,"sizeSlug":"large"}

ଭରତପୁରର ଅସ୍ତାବନ ଗାଁରେ ଜଣେ ମହିଳାଙ୍କ ଦୁଇ ଝିଅ ଥିଲେ କିନ୍ତୁ ସେ ତାଙ୍କର ପରବର୍ତ୍ତୀ ସନ୍ତାନ ପୁଅ ହେଉ ବୋଲି ଚାହୁଁଥିଲେ। ଏଥିପାଇଁ ସେ ଜଣେ ତାନ୍ତ୍ରିକ ନିକଟରେ ପହଞ୍ଚିଥିଲେ। ଅସୁସ୍ଥ ଥିବା ମହିଳା ତାନ୍ତ୍ରିକ ପାଖରେ ପହଞ୍ଚିବାରୁ ଅଭିଯୁକ୍ତ ତାନ୍ତ୍ରିକ ତାଙ୍କ ଶରୀରରେ କୌଣସି ଖରାପ ଆତ୍ମା​‌ ଥିବାର ଦାବି କରିଥିଲେ।

{"id":310650,"width":593,"height":449,"sizeSlug":"large"}

ଅସୁସ୍ଥ ମହିଳା ଅନ୍ଧବିଶ୍ବାସରେ ପଡ଼ି ଡାକ୍ତରଙ୍କ ପାଖକୁ ଯିବା ବଦଳରେ ନିଜ ସ୍ବାମୀଙ୍କ ସହ ସେହି ତାନ୍ତ୍ରିକ ନିକଟରେ ପହଞ୍ଚିଥିଲେ। ତାନ୍ତ୍ରିକ ଦାବି କରିଥିଲା ଯେ ମହିଳାଙ୍କ ଶରୀରରେ ଭୁତ-ପ୍ରେତ ରହିଛି ଏବଂ ସେଠାରେ ତାଙ୍କ ଚିକିତ୍ସା କରିବା ଆରମ୍ଭ କରି ଦେଇଥିଲା।

{"id":310651,"sizeSlug":"large"}

ତାନ୍ତ୍ରିକ ଚିକିତ୍ସା କରିବା ସମୟରେ ପୁନମଙ୍କ ସ୍ବାସ୍ଥ୍ୟ ଆହୁରି ବିଗିଡ଼ିଯାଇଥିଲା। ପରିବାର ଲୋକେ ତାଙ୍କୁ ନେଇ ହସ୍ପିଟାଲ ପହଞ୍ଚିବା ପରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ମୃତକ ମହିଳାଙ୍କ ପରିବାର ଲୋକେ ଶ୍ବଶୁର ଘର ଲୋକ ଏବଂ ତାନ୍ତ୍ରିକ ବିରୋଧରେ ମାମଲା ରୁଜୁ କରିଛନ୍ତି।

{"id":310652,"sizeSlug":"large"}

ମୃତକ ମହିଳାଙ୍କ ହାତ,ଗୋଡ଼,ମୁଣ୍ଡ ସହ ଶରୀରର ଅନ୍ୟ ଭାଗରେ କ୍ଷତ ଏବଂ ପୋଡ଼ା ଦାଗ ଦେଖିବାକୁ ମିଳିଛି। ମୃତ ମହିଳାଙ୍କ ଶରୀରର କେତେକ ସ୍ଥାନରେ ଲୁହାକଣ୍ଟାର କଣା ମଧ୍ୟ ରହିଛି।

{"id":310653,"sizeSlug":"large"}

କୁହାଯାଉଛି ଯେ ତାନ୍ତ୍ରିକ ପୁତ୍ର ପ୍ରାପ୍ତି ପାଇଁ ଚିକିତ୍ସା ନାଁରେ ମହିଳାଙ୍କ ଶରୀରରେ କଣ୍ଟା ପିଟିଥିଲା ଏବଂ ନିଆଁରେ ତାଙ୍କ ଶରୀରର କେତେକ ସ୍ଥାନକୁ ପୋଡ଼ି ଦେଇଥିଲେ ଯାହା ଫଳରେ ତାଙ୍କ ମୃତ୍ୟୁ ହୋଇଯାଇଛି।

{"id":310654,"width":592,"height":522,"sizeSlug":"large"}

ଅଭିଯୁକ୍ତ ତାନ୍ତ୍ରିକର କହିବା ଅନୁସାରେ ସେ ଭୁତ-ପ୍ରେତର ଚିକିତ୍ସା କରିଥାଏ ଏବଂ ମହିଳାଙ୍କୁ ସେ ଆଘାତ ଦେଇନାହିଁ ବରଂ ସିଡ଼ିରୁ ପଡ଼ିଯିବା ଫଳରେ ତାଙ୍କୁ ଆଘାତ ଲାଗିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.