ଦିଶିଲା ଚାନ୍ଦ, ସମଗ୍ର ଦେଶରେ କାଲିଠୁ ପବିତ୍ର ରମଜାନ ମାସ ଆରମ୍ଭ, ପ୍ରଧାନମନ୍ତ୍ରୀ ଦେଲେ ଶୁଭକାମନା

Published By : Prameya-News7 Bureau | April 24, 2020 IST

ନୂଆଦିଲ୍ଲୀ ୨୪।୦୪: କରୋନା ଭାଇରସ୍‌ର ପ୍ରକୋପ ଓ ଲକ୍‌ଡାଉନ୍‌ ମଧ୍ୟରେ ମୁସଲମାନଙ୍କ ପବିତ୍ର ରମଜାନ ମାସ ଆସନ୍ତାକାଲି ଶନିବାରଠୁ ଆରମ୍ଭ ହେଉଛି। ଆଜି ଶୁକ୍ରବାର ଚାନ୍ଦ ଦେଖା ଦେଇଛି ଏବଂ ଏହା ସହିତ ରମଜାନର ଘୋଷଣା ମଧ୍ୟ ହୋଇ ଯାଇଛି ଏବଂ କାଲିଠୁ ମୁସଲିମ ସଂପ୍ରଦାୟଙ୍କ ପବିତ୍ର ମାସ ଆରମ୍ଭ ହୋଇ ଯାଇଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମେତ ଅନେକ ନେତା ମୁବାରକ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ରମଜାନ ମୁବାରକ !  ମୁଁ ପ୍ରତ୍ୟେକଙ୍କ ସୁରକ୍ଷା, ସ୍ଵାସ୍ଥ୍ୟ ଓ ସମୃଦ୍ଧି ପାଇଁ ଦୁଆ ମାଗୁଛି। ଏହି ପବିତ୍ର ମାସ ଦୟାଳୁତା, ଭାଇଚାରା ଓ କରୁଣାକୁ ବ୍ୟାପକ କରୁ। ପ୍ରଧାନମନ୍ତ୍ରୀ ରମଜାନର ଶୁଭେଚ୍ଛା ଜଣାଇ କରୋନା ବିପକ୍ଷ ଲଢେଇରେ  ବିଜୟୀ ହେବା  ବୋଲି ଆଶା ପ୍ରକଟ କରିଛନ୍ତି। ସେ ଲେଖିଛନ୍ତି, ଆମେ କୋଭିଡ-୧୯ ବିରୋଧରେ ଜାରି ଲଢେଇ ଜିତି ଏକ ସ୍ଵାସ୍ଥ୍ୟକର ବିଶ୍ଵ ନିର୍ମାଣ କରିବାରେ ସଫଳ ହେବା।

wp:core-embed/twitter {"url":"https://twitter.com/narendramodi/status/1253695904764309504?ref_src=twsrc%5Etfw%7Ctwcamp%5Etweetembed\u0026ref_url=https%3A%2F%2Fnavbharattimes.indiatimes.com%2Findia%2Fwishing-ramzan-pm-modi-hopes-a-decisive-victory-in-the-ongoing-battle-against-covid-19%2Farticleshow%2F75357208.cms","type":"rich","providerNameSlug":"twitter","className":""}
https://twitter.com/narendramodi/status/1253695904764309504?ref_src=twsrc%5Etfw%7Ctwcamp%5Etweetembed&ref_url=https%3A%2F%2Fnavbharattimes.indiatimes.com%2Findia%2Fwishing-ramzan-pm-modi-hopes-a-decisive-victory-in-the-ongoing-battle-against-covid-19%2Farticleshow%2F75357208.cms
/wp:core-embed/twitter

କଂଗ୍ରେସର ପୂର୍ବତନ ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀ ଟୁଇଟ୍ କରି କହିଛନ୍ତି ସମସ୍ତଙ୍କୁ ମୋର ରମଜାନ ମୁବାରକ। ମୁଁ ରମଜାନର ଏହି ମାସରେ ସଭିଙ୍କ ଲାଗି ଶାନ୍ତି ଓ ସୁସ୍ଥ ସ୍ଵାସ୍ଥ୍ୟର କାମନା କରୁଛି।

wp:core-embed/twitter {"url":"https://twitter.com/RahulGandhi/status/1253680110898606082?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1253680110898606082\u0026ref_url=https%3A%2F%2Faajtak.intoday.in%2Fstory%2Fcorona-virus-lockdown-moon-shown-ramzan-start-tomorrow-roza-namaz-advisory-1-1184161.html","type":"rich","providerNameSlug":"twitter","className":""}
https://twitter.com/RahulGandhi/status/1253680110898606082?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1253680110898606082&ref_url=https%3A%2F%2Faajtak.intoday.in%2Fstory%2Fcorona-virus-lockdown-moon-shown-ramzan-start-tomorrow-roza-namaz-advisory-1-1184161.html
/wp:core-embed/twitter

ଉଲ୍ଲେଖଯୋଗ୍ୟ ଚଳିତ ବର୍ଷ ଏମିତି ସମୟରେ ରମଜାନ ପଡିଛି ଯେବେ ପୂରା ବିଶ୍ଵ କରୋନା ଭାଇରସ୍‌ର ପ୍ରକୋପର ସାମ୍ନା କରୁଛି। ପୂରା ଦୁନିଆରେ ରୋଜା ରଖୁଥିବା ଲୋକଙ୍କୁ ଘରେ ହିଁ ଇବାଦତ କରିବାକୁ ପରାମର୍ଶ ଦିଆଯାଉଛି। ଭାରତରେ ମଧ୍ୟ ମୁସଲିମ ଧର୍ମଗୁରୁ ଏମିତି ଅପିଲ୍ କରିଛନ୍ତି। କେବଳ ଏତିକି ନୁହେଁ କେନ୍ଦ୍ର ସରକାରଙ୍କ ସଂଖ୍ୟା ଲଘୁ କଲ୍ୟାଣ ମନ୍ତ୍ରୀ ମୁଖତାର ଅବାସ ନକଭି ଓ AIMIM ପ୍ରମୁଖ ଅସଦୁଦ୍ଦୀନ ଓବୈସୀ ମଧ୍ୟ ମୁସଲମାନଙ୍କୁ ରମଜାନ ସମୟରେ ଲକ୍‌ଡାଉନ୍‌ ନିୟମ ପାଳନ କରିବାକୁ ଅପିଲ୍ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.