Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍ ପାଇଁ ଓ୍ଵିଜଡନ ଚୟନ କଲା ଭାରତର ଚୂଡାନ୍ତ ଏକାଦଶ, ଏହି ଦମଦାର ବୋଲରଙ୍କୁ ରଖିଲା ବାହାରେ

6/06/2021 at 7:45 PM

ନୂଆଦିଲ୍ଲୀ ୦୬।୦୬: ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲକୁ ସମସ୍ତେ ଚାତକ ଭଳି ଚାହିଁ ରହିଛନ୍ତି। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସାଉଥମ୍ପଟନରେ ଖେଳାଯିବାକୁ ଥିବା ଫାଇନାଲ ମୁକାବିଲା ଉପରେ ସମଗ୍ର ବିଶ୍ଵ କ୍ରିକେଟ୍‌ର ନଜର ରହିଛି। ପ୍ରତି ଭାରତୀୟ ପ୍ରଶଂସକଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରୁଛି ଯେ, ଫାଇନାଲ ମୁକାବିଲା ପାଇଁ ଅଧିନାୟକ ବିରାଟ କୋହଲି କେଉଁ ଚୂଡାନ୍ତ ଏକାଦଶକୁ ନେଇ ମଇଦାନକୁ ଓହ୍ଲାଇବେ। ଏହା ମଧ୍ୟରେ କ୍ରିକେଟ୍‌ର ବାଇବେଲ୍ କୁହାଯାଉଥିବା ପତ୍ରିକା ଓ୍ଵିଜନଡନ ଡବ୍ଲୂଟିସି ଫାଇନାଲ୍ ମ୍ୟାଚ୍ ପାଇଁ ଭାରତର ଚୂଡାନ୍ତ ଏକାଦଶ ଚୟନ କରିଛି। ତେବେ ଓ୍ଵିଜପନ ଦ୍ରୁତ ବୋରଲ ଇଶାନ୍ତ ଶର୍ମାଙ୍କକୁ ଚୂଡାନ୍ତ ଏକାଦଶରୁ ବାଦ୍ ଦେଇ ସଭିଙ୍କୁ ଚକିତ କରି ଦେଇଛି।

ଓ୍ଵିଜଡନ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ ପାଇଁ ଚୟନ କରିଥିବା ଦଳରେ ରୋହିତ ଶର୍ମା ଓ ଶୁବମାନ ଗିଲ୍‌ଙ୍କୁ ଓପନିଂ ବ୍ୟାଟସମ୍ୟାନ ଭାବେ ରଖାଯାଇଛି। ନମ୍ବର ତିନି ପାଇଁ ଚେତେଶ୍ଵର ପୂଜାରା ଓ ଚତୁର୍ଥ ନମ୍ବରରେ ଓ୍ଵିଜଡନ ଅଧିନାୟକ ବିରାଟ କୋହଲିଙ୍କୁ ରଖିଛି। ପଞ୍ଚମ ନମ୍ବରରେ ଆଜିଙ୍କ୍ୟ ରାହାଣେ ଓ ଷଷ୍ଠ କ୍ରମରେ ବ୍ୟାଟିଂ ପାଇଁ ଋଷଭ ପନ୍ତଙ୍କୁ ଚୟନ କରାଯାଇଛି।

ଅନ୍ୟପଟେ ବୋଲିଂରେ ଓ୍ଵିଜଡନ ରବୀନ୍ଦ୍ର ଜାଡେଜା ଓ ରବି ଚନ୍ଦ୍ରନ ଅଶ୍ଵିନଙ୍କ ଯୋଡି ଉପରେ ଭରସା କରିଛି। ତିନି ଦ୍ରୁତ ବୋଲର ମଧ୍ୟରେ ମହମ୍ମଦ ସିରାଜ, ମହମ୍ମଦ ସାମି ଓ ଯଶପ୍ରୀତ ବୁମରାଙ୍କୁ ଦଳରେ ରଖିଛି ଓ୍ଵିଜଡନ। କିନ୍ତୁ ଓ୍ଵିଜଡନ ନିଜର ଚୂଡାନ୍ତ ଏକାଦଶରେ ଭାରତ ପାଇଁ ୧୦୦ ଟେଷ୍ଟ ଖେଳି ସାରିଥିବା ଇଶାନ୍ତ ଶର୍ମାଙ୍କୁ ସାମିଲ କରିନି। ଏହା ପୂର୍ବରୁ ଅଜିତ୍‌ ଅଗରକର ଫାଇନାଲ ମୁକାବିଲା ପାଇଁ ଭାରତର ଦ୍ରୁତ ବୋଲର ଚୟନ କରିଥିଲେ। ସେ ଇଶାନ୍ତ ଶର୍ମା, ମହମ୍ମଦ ସାମି ଓ ଯଶପ୍ରୀତ ବୁମରାଙ୍କୁ ମଇଦାନକୁ ଓହ୍ଲାଇବାକୁ କହିଥିଲେ।

   Related Posts