ଓ୍ଵିଜଡନର ସର୍ବକାଳୀନ ଦିନିକିଆ ଏକାଦଶରେ ମିଳିଲାନି ସଚିନ ତେନ୍ଦୁଲକରଙ୍କୁ ଜାଗା, ଅଧିନାୟକ ହେଲେ ଏହି ଭାରତୀୟ ଖେଳାଳି

Published By : Prameya-News7 Bureau | December 21, 2020 IST

ନୂଆଦିଲ୍ଲୀ ୨୧।୧୨: କ୍ରିକେଟ୍ ବାଇବେଲ୍ କୁହାଯାଉଥିବା ଓ୍ଵିଜଡନ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି)ର ସର୍ବକାଳୀନ ସର୍ବଶ୍ରେଷ୍ଠ ମାନ୍ୟତା ଆଧାରରେ ସର୍ବଶ୍ରେଷ୍ଠ ଦିନିକିଆ ଏକାଦଶ ଚୟନ କରିଛି। ଏଥିରେ ଏକ ମାତ୍ର ଖେଳାଳି ଭାବେ ଦିନିକିଆ ବିଶ୍ଵ କପ୍ ବିଜେତା ଦଳର ଅଧିନାୟକ କପିଲ ଦେବଙ୍କୁ ସ୍ଥାନ ମିଳିଛି। ତାଙ୍କୁ ଦଳର ଅଧିନାୟକ ମଧ୍ୟ କରାଯାଇଛି।

ଏହି ଦଳରେ ଖେଳାଳିଙ୍କୁ ସର୍ବକାଳୀନ ସର୍ବଶ୍ରେଷ୍ଠ ମାନ୍ୟତା ଆଧାରରେ ସ୍ଥାନ ଦେଇଛି। ଏହି ମାନ୍ୟତାରେ ଦିନିକିଆ କ୍ରିକେଟ୍‌ରେ ସର୍ବାଧିକ ମ୍ୟାଚ୍ ଖେଳିଥିବା, ସର୍ବାଧିକ ରନ ଏବଂ ଶତକ ଅର୍ଜନ କରିଥିବା କିମ୍ବଦନ୍ତୀ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ଜାଗା ମିଳିନାହିଁ।

କପିଲ ଦେବ ଅଲରାଉଣ୍ଡର ମାନ୍ୟତାରେ ୬୩୧ ରେଟିଂ ପଏଣ୍ଟ ସହ ୧୯୮୫ ମାର୍ଚ୍ଚ ୨୨ରେ ଏକ ନମ୍ବର ସ୍ଥାନରେ ରହିଥିଲେ। ଭାରତ ୧୯୮୩ରେ କପିଲ ଦେବଙ୍କ ନେତୃତ୍ଵରେ ଐତିହାସିକ ଲର୍ଡ୍ସ ମଇଦାନରେ ବିଶ୍ଵ ଚମ୍ପିଆନ  ହୋଇଥିଲା।

ଓ୍ଵିଜଡନର ଅଲଟାଇମ୍ ଦିନିକିଆ ଏକାଦଶର ଅନ୍ୟ ଖେଳାଳିଙ୍କ ମଧ୍ୟରେ ଓ୍ଵେଷ୍ଟଇଣ୍ଡିଜର ଭିଭିଆନ ରିଚାର୍ଡ୍ସ, ଅଷ୍ଟ୍ରେଲିଆର ଡିନ୍  ଜୋନ୍ସ, ପାକିସ୍ତାନର ଜାହିର ଅବାସ, ଅଷ୍ଟ୍ରେଲିଆର ଗ୍ରେଗ୍ ଚାପେଲ, ଇଂଲଣ୍ଡର ଡେଭିଡ୍ ଗାଭର, ଦକ୍ଷିଣ ଆଫ୍ରିକାର ଏବି ଡିଭିଲିୟର୍ସ, ଦକ୍ଷିଣ ଆଫ୍ରିକାର ସନ ପୋଲକ, ନ୍ୟୁଜିଲାଣ୍ଡର ରିଚାର୍ଡ ହେଡଲୀ, ଓ୍ଵେଷ୍ଟଇଣ୍ଡିଜର ଜୋଏଲ ଗାର୍ଣ୍ଣର ଓ ଶ୍ରୀଲଙ୍କାର ମୁଥୈୟା ମୁରଲୀଧରଣ ସାମିଲ।

ଓ୍ଵିଜଡନର ସର୍ବକାଳୀନ ଦିନିକିଆ ଏକାଦଶ

କପିଲ ଦେବ(ଅଧିନାୟକ), ଭିଭିଆନ ରିଚାର୍ଡ୍ସ, ଡିନ୍  ଜୋନ୍ସ, ଜାହିର ଅବାସ, ଗ୍ରେଗ୍ ଚାପେଲ, ଡେଭିଡ୍ ଗାଭର, ଏବି ଡିଭିଲିୟର୍ସ, ଏବି ଡିଭିଲିୟର୍ସ, ସନ ପୋଲକ, ରିଚାର୍ଡ ହେଡଲୀ, ଜୋଏଲ ଗାର୍ଣ୍ଣର ଓ ମୁଥୈୟା ମୁରଲୀଧରଣ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.