Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||

ଫାଶ ଝୁଲାଇଛି ବିଜୁଳି ବିଭାଗ : ଅଘଟଣ ଘଟୁଛି ଜୀବନ ପରେ ଜୀବନ ଯାଉଛି ,ତଥାପି ଚେତୁନି ଶକ୍ତି ବିଭାଗ

15/02/2020 at 5:16 PM

ଝାରସୁଗୁଡା ୧୫/୨: ଫାଶ ପକାଇଛି ବିଜୁଳି ବିଭାଗ  ।୧୧ କେଭି ବିଜୁଳି ତାର ଲାଗି ଜୀବନ ପରେ ଜୀବନ ଯାଉଛି । ଗଞ୍ଜାମ ବସ ଟ୍ରାଜେଡିରେ ୧୦ ଜଣଙ୍କ ଜୀବନ ଯିବା ପରେ ଏବେ ସମାନ ଧରଣର ଘଟଣା କେନ୍ଦ୍ରାପଡା ତରପଦା ଗାଁରେ ଘଟିଛି।  ଏକ ହାଇଓ୍ବା ଉପରେ ୧୧ କେଭି ବିଦ୍ୟୁତ ତାର ଲାଗି ଯିବାରୁ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ହାଇଓ୍ବାରେ ବାଲି ବୋଝେଇ କରି ତରପଦା ଗାଁ କୁ ଯାଉଥିବାବେଳେ ଓହଳି ପଡିଥିବା ୧୧ କେଭି ବିଜୁଳି ତାର ବାଲି ବଝେଇ ହାଇଓ୍ବାରେ ଲାଗିଥିଲା । ଗାଡି ଅଟକାଇ ଡାଇଭର ଗାଡି ଉପରେ ଚଢି ଦେଖିବା ସମୟରେ ତାର ହାତରେ ଲାଗିଥିଲା ।ଗାଁ ଲୋକେ  ତୁରନ୍ତ କରେଣ୍ଟ ସଂଯୋଗ କାଟି  ଡ୍ରାଇଭର ପ୍ରଭାତଙ୍କୁ ଉଦ୍ଧାର କରିଥିଲେ। ତେବେ  ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଡ୍ରାଇଭରଙ୍କ ଘର ଜମ୍ବୁ ଥାନା ରାମନଗର ବରଜ ବାହାକୁଦ ଗ୍ରାମର ପ୍ରଭାତ ସେଠୀ ।

କେବଳ ମହାକାଳପଡାରେ ନୁହେଁ , ସେପଟେ ଝାରସୁଗୁଡା ବିଟିଏମ ଛକ ଜାତୀୟ ରାଜପଥରେ  ମଧ୍ୟ ୧୩୨ କେଭି ବିଦ୍ୟୁତ ତାର ବା ହାଇଟେନସନ ତାର ଛିଣ୍ଡି ପଡିଛି । ତାର ଛିଡିବା ବେଳେ ବିସ୍ଫୋରଣ ଘଟିଥିଲା ।ସୈଭାଗ୍ୟ ବଶତଃ  କିଛି କ୍ଷତି ହୋଇନି । ଦୁର୍ବଳ ତାର ଯୋଗୁ ଦୁର୍ଘଟଣା ଘଟୁଥିବାରୁ ତାର ବଦଳାଯିବାକୁ ଲୋକେ ଦାବି କରିଛନ୍ତି । ସେପଟେ ଓପିଟିଏସଲ କହିଛି  ଏସଂପର୍କରେ ପଦକ୍ଷେପ ନିଆଯିବ ।

ବିଦ୍ୟୁତ ତାର ଲାଗି ଜୀବନ ପରେ ଜୀବନ ଯାଉଛି । ଶକ୍ତି ବିଭାଗ ବୈଠକ ପରେ ବୈଠକ ବସୁଛି ।  ରାଜ୍ୟରେ କେଉଁଠି ବିଦ୍ୟୁତ ତାର ନିର୍ଦ୍ଦିଷ୍ଟ ଉଚ୍ଚତାରେ ନାହିଁ ସେନେଇ ରିପୋର୍ଟ ମାଗିଛନ୍ତି ଶକ୍ତି ମନ୍ତ୍ରୀ । ଗତକାଲି ଜିଲ୍ଲାପାଲଙ୍କ ସହ ଭିଡିଓ କନଫରେନ୍ସିଂ କରି ଯେମିତି ଅଘଟଣ ନଘଟେ ସେନେଇ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ସବୁ ଯେମିତି ଆଇନକୁ ଆଖିଠାର । କିନ୍ତୁ ମନ୍ତ୍ରୀ କହୁଛନ୍ତି ଅଘଟଣ ରୋକିବାକୁ ପଦକ୍ଷେପ ନିଆଯାଉଛି ।

ଏବେ ପ୍ରଶ୍ନ ଉଠୁଛି ଯଦି ଏତେ ଜୀବନ ଗଲା ପରେ ବି କେବେ ଚେତିବ ଶକ୍ତି ବିଭାଗ ଆଉ ଅଘଟଣ ରୋକାଯିବ ।

   Related Posts