Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ବଢିବ Wipro କର୍ମଚାରୀଙ୍କ ଦରମା, ଜାନୁଆରୀ ୧ରୁ ହେବ ଲାଗୁ

8/12/2020 at 12:30 PM

ନୂଆଦିଲ୍ଲୀ ୦୮।୧୨: ଭାରତର ଚତୁର୍ଥ ବଡ଼ ସଫ୍ଟଓ୍ୱେର କମ୍ପାନୀ ଓ୍ୱିପ୍ରୋ ଜାନୁଆରୀ ୧ ତାରିଖରୁ ପ୍ରାୟ ୮୦ପ୍ରତିଶତ କର୍ମଚାରୀଙ୍କ ବେତନ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛି । ଏହାସହିତ ନିଜ କାମରେ ଯେଉଁମାନେ ଉଚ୍ଚ ପ୍ରଦର୍ଶନ କରିଥିବେ ସେମାନଙ୍କୁ ପଦୋନ୍ନତି ମଧ୍ୟ କରାଯିବ । କରୋନା ଭାଇରସ ପରି ସଙ୍କଟ ସମୟରେ ଆସିଥିବା ବ୍ୟାଘାତ ମଧ୍ୟରେ କମ୍ପାନୀ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । କର୍ମଚାରୀଙ୍କ ପାଇଁ ପୁରସ୍କାର ଓ ପଦୋନ୍ନତି ନିହାତି ଆବଶ୍ୟକ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଥିଏରି ଡେଲାପୋର୍ଟ-ନେତୃତ୍ୱାଧୀନ କମ୍ପାନୀ ଜୁନିଅର (ବି-୩ ଏବଂ ତାଠାରୁ ଅଧିକ)ରେ ଥିବା ଯୋଗ୍ୟ କର୍ମଚାରୀଙ୍କୁ ଆସନ୍ତା ଜାନୁଆରୀ ପହିଲାରୁ ବର୍ଦ୍ଧିତ ଦରମା ଦିଆଯିବ । କମ୍ପାନୀର ୮୦ ପ୍ରତିଶତ ଜୁନିଅର ସ୍ତରର କର୍ମଚାରୀ  ଏହି ଲାଭ ପାଇବେ । ବି-୩ ବ୍ୟାଣ୍ଡସ୍ତରରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରୁ ୧.୮ ଲକ୍ଷ କର୍ମଚାରୀଙ୍କ ପ୍ରାୟ ୮୦% ଅଂଶ ଗ୍ରହଣ ଅଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ମଧ୍ୟବିତ୍ତ ସ୍ତରର ସମସ୍ତ ଯୋଗ୍ୟ କର୍ମଚାରୀ (ସି-୧ବ୍ୟାଣ୍ଡ ଏବଂ ତାଠାରୁ ଅଧିକ)ଙ୍କୁ ଆସନ୍ତା ବର୍ଷ ଜୁନ୍ ୧ତାରିଖରୁ ଦରମା ବୃଦ୍ଧି କରାଯିବ ।

ସୁତ୍ରଅନୁସାରେ, ଅଫସୋର କର୍ମଚାରୀଙ୍କ ଦରମା ୬ରୁ ୮ ପ୍ରତିଶତ ବୃଦ୍ଧି ପାଇବାକୁ  ଥିବା ବେଳେ ଅନସାଇଟ କର୍ମଚାରୀଙ୍କ ଦରମା ୩ରୁ ୪ ପ୍ରତିଶତକୁ ବୃଦ୍ଧି ପାଇବ । କମ୍ପାନୀ କହିଛି ଯେ, କର୍ମଚାରୀମାନେ କରୋନା ଭଳି ମହାମାରୀ ସମୟରେ ନିଜର ଶ୍ରେଷ୍ଠତା ପ୍ରତିପାଦର କରିଛନ୍ତି । କୋଭିଡ଼ ଭୟକୁ ଖାତିର ନକରି ସେବା ଯୋଗାଇଛନ୍ତି । ଏହାସହ କମ୍ପାନୀ ଅକ୍ଟୋବର-ଡିସେମ୍ବର ତ୍ରୈମାସିକ ଓ ଜାନୁଆରୀ-ମାର୍ଚ୍ଚ ତୈମାସିକରେ ପୁନଃଦରମା ପାଇବେ। ଏପରି ଭାବେ ବି-୩ର ସାତ ହଜାର କର୍ମଚାରୀ ଉପକୃତ ହେବ । ଏହା ହେଉଛି ଗତ ୩ବର୍ଷ ମଧ୍ୟରେ ସବୁଠାରୁ ଅଧିକ ପଦୋନ୍ନିତ ହୋଇଛି । ଗତ ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ କମ୍ପାନୀ ଏହାର କର୍ମଚାରୀମାନଙ୍କୁ ଶହେ ପ୍ରତିଶତ ବେତନ ଦେଇଛି ।

   Related Posts