କରୋନା ବିପକ୍ଷ ଲଢେଇରେ ସବୁଠୁ ଅଧିକ ଦାନ କରିଛନ୍ତି ଅଜିମ ପ୍ରେମଜୀ, ଦିନକୁ ଦେଉଥିଲେ ୨୨ କୋଟି

Published By : Prameya-News7 Bureau | April 30, 2021 IST

ନୂଆଦିଲ୍ଲୀ ୩୦।୦୪: ଦେଶର ଉଦ୍ୟୋଗ ଜଗତ ମହାମାରୀ କରୋନା ପରି ବିପତ୍ତି ସମୟରେ ପୀଡିତଙ୍କ ସାହାଯ୍ୟ ପାଇଁ  ହୃଦୟ ଖୋଲା ଦାନ କରିଛନ୍ତି। ୭୯୦୪ କୋଟି ଟଙ୍କା ଦାନ ସହିତ ଓ୍ଵିପ୍ରୋର ସଂସ୍ଥାପକ ତଥା ଅଧ୍ୟକ୍ଷ ଅଜିମ ପ୍ରେମଜୀ ସର୍ବାଗ୍ରେ ଅଛନ୍ତି। ଏଡଲଗିଭ୍ ହୁରୁନ ଇଣ୍ଡିଆ ପରୋପକାର ତାଲିକା ୨୦୨୦ର ସପ୍ତମ ସଂସ୍କରଣରେ ଅଜିମ ପ୍ରେମଜୀ ଶୀର୍ଷରେ ଥିବା କୁହାଯାଇଛି।

ଏଚସିଏଲ ଟେକ୍ନୋଲୋଜିର ସଂସ୍ଥାପକ ତଥା ଅଧ୍ୟକ୍ଷ ଶିବ ନାଡର ଓ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ସଭାପତି ମୁକେଶ ଅମ୍ବାନୀ କ୍ରମଶଃ ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ରିପୋର୍ଟ ଅନୁଯାୟୀ, ପ୍ରେମଜୀ ୨୨ କୋଟି ଟଙ୍କା ପ୍ରତି ଦିନ ହିସାବରେ ଦାନ କରିଛନ୍ତି।

ଏଡଲଗିଭ୍ ହୁରୁନ ଇଣ୍ଡିଆ ଫାଉଣ୍ଡେସନର ରିପୋର୍ଟରେ ଆଦିତ୍ୟ ବିର୍ଲା ଗ୍ରୁପର ଚେୟାରମ୍ୟାନ କୁମାର ମଙ୍ଗଲମ ବିର୍ଲା ଚତୁର୍ଥ ଓ ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନିଲ ଅଗ୍ରଓ୍ଵାଲ ପଞ୍ଚମ ସ୍ଥାନରେ ଅଛନ୍ତି। ଫାଉଣ୍ଡେସନ ଅନୁଯାୟୀ, ୨୦୨୦ରେ ମିଳିଥିବା ମୋଟ୍ ଦାନ ୧୭୫ ପ୍ରତିଶତ ବୃଦ୍ଧି ଘଟି ୧୨, ୦୫୦ କୋଟି ଟଙ୍କାରେ ପହଞ୍ଚିଛି। ଫ୍ଲିପକାର୍ଟର ୩୭ ବର୍ଷୀୟ ସହ ସଂସ୍ଥାପକ ବିନ୍ନି ବଂଶଲ ଏହି ତାଲିକାରେ ସବୁଠୁ କମ ବୟସର ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.