Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଫଲାଇନ୍‌ରେ ହେବ ମାଟ୍ରିକ୍ ଏବଂ ଯୁକ୍ତ ୨ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ
  • ||
  • ହରିୟାଣା : ଚଳନ୍ତା କାର ଉପରେ ଓଲଟି ପଡିଲା କଣ୍ଟେନର, ୩ ମୃତ
  • ||
  • ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା, ଷ୍ଟାର୍କ ଆହତ, ପ୍ରଥମ ଟି୨୦ରୁ ପଡିବେ ବାଦ୍ !
  • ||
  • ବରଗଡ : ଟ୍ରକ୍‌ ସହ ଧକ୍କା ହେଲା ବରଯାତ୍ରୀ ବୋଲେରୋ, ୩ ମୃତ, ୪ ଗୁରୁତର
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ, ୪ ଗିରଫ
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୩୪ କରୋନା ସଂକ୍ରମିତ, ୩୨୦୦୧୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||

ଫେରିଲା ମୌସୁମୀ ଛୁଇଁଲା ଶୀତ: ରାଜ୍ୟରେ କୁହୁଡି ସାଙ୍ଗକୁ ହାଲୁକା ଶୀତ ଅନୁଭୂତ

28/10/2020 at 6:37 PM

ଭୁବନେଶ୍ୱର ୨୮/୧୦ : ସାରା ରାଜ୍ୟରୁ ବିଦାୟ ନେଇଛି ମୌସୁମୀ। ଚଳିତ ବର୍ଷ ଏଯାଏଁ ୧୧ଟି ଲଘୁଚାପ ହୋଇଥିବା ବେଳେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମୟ ମଧ୍ୟରେ ଏକ ପ୍ରତିଶତ କମ୍‌ ବର୍ଷ ହୋଇଛି। ସେପଟେ କନ୍ଧମାଳରେ ପାଦ ଥାପିଲାଣି ଶୀତ। ଲାଲିନା ପ୍ରଭାବ ଥିବାରୁ ଚଳିତ ବର୍ଷ ଅଧିକ ଶୀତ ହେବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ।

ଓଡ଼ିଶାରୁ ଫେରିଲା ମୌସୁମୀ । ଜୁନ୍ ଦ୍ବିତୀୟ ସପ୍ତାହରେ ଓଡ଼ିଶା ଛୁଇଁଥିବା ବେଳେ ୨୬ ତାରିଖରେ ଓଡ଼ିଶାରୁ ବିଦାୟ ନେଇଥିଲା। ଏବର୍ଷ ରାଜ୍ୟରେ ମୋଟ୍ ୧୧ଟି ଲଘୁଚାପ ହୋଇଛି। ଜୁନ୍‌ ୧ରୁ ସେପ୍ଟେମ୍ବର ୩୦ ମଧ୍ୟରେ ୮ଟି, କେବଳ ଅକ୍ଟୋବରରେ ହୋଇଛି ୩ଟି ଲଘୁଚାପ।

ତେବେ ଜୁନ୍ ପହିଲାରୁ ସେପ୍ଟେମ୍ବର ୩୦ ମଧ୍ୟରେ ରାଜ୍ୟରେ ୧୧୩୧ ଦଶମିକ ୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ହାରାହାରି ଠାରୁ ଏକ ପ୍ରତିଶତ କମ୍‌। ମାଲକାନଗିରି ଓ ଝାରୁସୁଗୁଡାରେ ବର୍ଷାର ପରିମାଣ ସର୍ବାଧିକ ଥିଲା। ବାଲେଶ୍ବର, ଯାଜପୁର, ପୁରୀ, ଖୋର୍ଦ୍ଧା ଓ ଯାଜପୁରରେ ନିଅଣ୍ଟିଆ ବର୍ଷା ହୋଇଛି।

ମୌସୁମୀ ଫେରିଥିବା ବେଳେ ରାଜ୍ୟକୁ ଶୀତ ଛୁଇଁଲାଣି। ଦୁଇ ଦିନ ହେବ ଫୁଲବାଣୀ ସହର ସମେତ ଜିଲ୍ଲାର ଦାରିଙ୍ଗବାଡ଼ି, ବେଲଘର, ରାଇକିଆ, ଜି ଉଦୟଗିରି  ଆଦି ଅଞ୍ଚଳରେ କୁହୁଡ଼ି ସାଙ୍ଗକୁ ହାଲକା ଥଣ୍ଡା ଅନୁଭୂତ ହୋଇଛି।ଗତକାଲି ଫୁଲବାଣୀରେ ତାପମାତ୍ରା ୧୮ ଡିଗ୍ରୀ ସେଲସିୟସ ଥିବା ବେଳେ ଆଜି ୧୫ ଡିଗ୍ରୀ ସେଲସିୟସ କୁ ଖସିଆସିଛି। ଲାନିନା ପ୍ରଭାବରେ ଶୀତର ପ୍ରକୋପ ଏବର୍ଷ  ଅଧିକ ରହିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି।

ଆସନ୍ତା ୪ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ପାଗ ଶୁଖିଲା ରହିବ। ୧ ତାରିଖରେ ଉତ୍ତର ଓଡ଼ିଶାର କେତୋଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି।

   Related Posts