Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ

26/10/2021 at 7:44 AM

ଭୁବନେଶ୍ୱର,୨୬/୧୦: ଏ ବର୍ଷ ଥରାଇବ ଶୀତ ଲହରୀ । ଜବର ଜାଡ଼ ଅନୁଭୂତ ହେବ ଉତ୍ତର ଭାରତ ସମେତ ଅନେକ ଅଞ୍ଚଳରେ । ଓଡ଼ିଶାରେ ବି ଶୀତ ଲହରୀ ପ୍ରକୋପ ଅସହ୍ୟ ରହିବ । ସ୍ୱାଭାବିକଠାରୁ ପାରଦ ଅଧିକ ଖସିବ । ଖାଲି ସେତିକି ନୁହେଁ, ଶୀତର ଅବଧି ବି ଲମ୍ବା ରହିବ । ଏମିତି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।

ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ଏ ବର୍ଷ ବିଶ୍ୱମଣ୍ଡଳୀୟପ୍ରଶାନ୍ତ ମହାସାଗରରେ ଲା-ନିନା ପ୍ରଭାବ ରହୁଛି । ଏଥିଯୋଗୁ ତାପମାତ୍ରା କମିବ । ଉତ୍ତର ପୂର୍ବ ଏସିଆରେ ଏ ବର୍ଷ ଶୀତ ପ୍ରକୋପ ଅଧିକ ରହିବ । ଭାରତରେ ସ୍ୱାଭାବିକଠାରୁ ୩ ଡିଗ୍ରୀ କମ୍‌ ରହିବ ରାତି ତାପମାତ୍ରା । ଏହାର ପ୍ରଭାବ ଓଡ଼ିଶାରେ ବି ଅନୁଭୂତ ହେବ । ବର୍ତ୍ତମାନର ଆକଳନରୁ ଯାହା ଜଣାପଡ଼ୁଛି, ଶୀତ ପ୍ରକୋପ ରାଜ୍ୟରେ ଅଧିକ ରହିବ । ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ନିମ୍ନଗାମୀ ହେବ । ୨୦୧୯ ଓ ୨୦୨୦ରେ ଲା-ନିନା ପ୍ରଭାବ ଯୋଗୁ ଶୀତ ଅଧିକ ରହିଥିଲା । କୃଷି ପାଣିପାଗ ବିଜ୍ଞାନୀ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ ହେଲା, ଲା-ନିନା ପ୍ରଭାବରେ ଏ ବର୍ଷ ଶୀତ ଅଧିକ ଅନୁଭୂତ ହେବ । ଶୀତ ତୀବ୍ରତା ଅଧିକ ରହିବା ସହ ଏହାର ଅବଧି ବି ଅଧିକ ଦିନ ପର୍ଯ୍ୟନ୍ତ ଲମ୍ବିବ । ଅଧିକାଂଶ ବର୍ଷ ଫେବ୍ରୁଆରୀରେ ଶୀତ କମିବା ସହ ଗରମ ପ୍ରକୋପ ଆରମ୍ଭ ହୋଇଥାଏ । ଏଥର ଫେବ୍ରୁଆରୀରେ ମଧ୍ୟ ଭୀଷଣ ଜାଡ଼ ଅନୁଭୂତ ହେବା ସମ୍ଭାବନା ଅଛି ।ବର୍ତ୍ତମାନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ଏହା ପଶ୍ଚିମକୁ ମୁହାଁଇବ । ପରବର୍ତ୍ତୀ ୪୮ ଘଣ୍ଟା ଭିତରେ ଏହା ଲଘୁଚାପରେ ପରିଣତ ହେବା ସମ୍ଭାବନା ଅଛି । ଏହା ପ୍ରଭାବରେ ତାମିଲନାଡ଼ୁ, କେରଳ, କର୍ଣ୍ଣାଟକ, ଶ୍ରୀଲଙ୍କାରେ ବର୍ଷା ସମ୍ଭାବନା ଅଛି ।

ଡକ୍ଟର ପଶୁପାଳକଙ୍କ ଆକଳନ ହେଲା, ବଙ୍ଗୋପସାଗରରେ ଆଗକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ପ୍ରଭାବରେ ଆସନ୍ତା ୩ ଓ ୪ ତାରିଖବେଳକୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ବିଶେଷ କରି ଉପକୂଳ ଓଡ଼ିଶାରେୀ ଅଧିକ ବର୍ଷା ହୋଇପାରେ । କେତେକ ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ତାଙ୍କ ଆକଳନ ଅନୁଯାୟୀ ୨୬, ୨୭, ୨୮ ଓ ୨୯ ତାରିଖରେ ରାତି ତାପମାତ୍ରା କମିବ । କେତେକ ଜାଗାରେ ପାରଦ ୨ ଡିଗ୍ରୀ ହ୍ରାସ ପାଇବା ସମ୍ଭାବନା ଅଛି । ନଭେମ୍ବର ପ୍ରଥମ ସପ୍ତାହରେ ବର୍ଷା ସମ୍ଭାବନା ଥିବାବେଳେ ପାଗ ମେଘୁଆ ରହିବ । ତେଣୁ ସେତେବେଳକୁ ରାତି ତାପମାତ୍ରା ବଢ଼ିବ ଓ ଥଣ୍ଡା କମିବ ।

ପାଣିପାଗ ବିଭାଗ ଦେଇଥିବା ରିପୋର୍ଟ ଅନୁଯାୟୀ ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ, ଟିଟିଲାଗଡ଼ ୧୭, ଭବାନୀପାଟଣା ୧୭.୪, କେନ୍ଦୁଝର ୧୭.୪, ସୋନପୁର ୧୭.୮, କୋରାପୁଟ ୧୮, ଅନୁଗୁଳ ୧୯, ଝାରସୁଗୁଡ଼ା ୧୯.୬, ହୀରାକୁଦ ୧୯.୫ ଡିଗ୍ରୀ ସେଲସିୟସ୍‌ ଥିଲା ।

   Related Posts