ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ

Published By : Prameya-News7 Bureau | December 11, 2018 IST

ନୂଆଦିଲ୍ଲୀ ୧୧|୧୨: ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ । ଏହା ପୂର୍ବରୁ ସୋମବାର  ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି  । ପ୍ରଧାନମନ୍ତ୍ରୀ ମୋଦି ଗୃହ ପରିଚାଳନା ପାଇଁ ବିରୋଧୀଦଳ ଗୁଡ଼ିକର ସହଯୋଗ ଲୋଡିଛନ୍ତି । ଲୋକଙ୍କ ସମସ୍ୟା ଏବଂ ବିକାଶ ସଂପର୍କିତ ପ୍ରସଙ୍ଗରେ ସରାକର ଆଲୋଚନା ପାଇଁ ପ୍ରସ୍ତୁତ ଥିବା ମୋଦି କହିଛନ୍ତି । କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ଅରୁଣ ଜେଟଲୀ, ନରେନ୍ଦ୍ରସିଂହ ତୋମାର, କଂଗ୍ରେସ ନେତା ଗୁଲାମ ନବୀ ଆଜାଦ, ମଲ୍ଲିକାର୍ଜୁନ ଖଡ଼ଗେ, ସିପିଆଇ ନେତା ଡି ରାଜା,ଟିଏମସିର ସୁଦୀପ ବନ୍ଦୋପାଧ୍ୟାୟ ପ୍ରମୁଖ ଏହି ସର୍ବଦଳୀୟ ବୈଠକରେ ଯୋଗ ଦେଇଥିଲେ । ଜାନୁଆରୀ ୮ ପର୍ଯ୍ୟନ୍ତଚାଲିବାକୁ ଥିବା ଏହି ଅଧିବେଶନ ସଂସଦର ଶେଷ ପୂର୍ଣ୍ଣାଙ୍ଗ ଅଧିବେଶନ ହେବ । ୨୦ଟି କାର୍ଯ୍ୟ ଦିବସଥିବା ଏହି ଅଧିବେଶନରେ ରାଜ୍ୟସଭାରେ ୮ଟି ଗୁରୁତ୍ବପୂର୍ଣ୍ଣ ବିଲ୍ ଓ ଲୋକସଭାରେ ୧୫ଟି ବିଲ୍ ଉପସ୍ଥାପିତହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.