Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ବିଧାନସଭା ଶୀତ ଅଧିବେଶନ ପ୍ରଥମ ଦିନରୁ ସରଗରମ : ନାରୀ ନିର୍ଯାତନା ନେଇ ସ୍ବତନ୍ତ୍ର ଆଲୋଚନା ଦାବି କରିଥିଲେ ବିରୋଧୀ

13/11/2019 at 3:46 PM

ଭୁବନେଶ୍ବର ୧୩।୧୧: ଶୀତ ଅଧିବେଶନ ପ୍ରଥମ ଦିନରୁ ହିଁ ସରଗରମ ହୋଇଛି । ଦୁଇ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ମିଳିତ ଭାବେ ଗୋଟିଏ ପ୍ରସଙ୍ଗରେ ଗୃହର ମଧ୍ୟଭାଗକୁ ଆସିଛନ୍ତି । ଆଜି କଂଗ୍ରେସ ସ୍ମିତାରାଣୀ ମୃତ୍ୟୁ ଘଟଣାରେ ମୁଲତବୀ ନୋଟିସ ଦେଇଥିବା ବେଳେ ବିଜେପି ନାରୀ ନିର୍ଯାତନା ପ୍ରସଙ୍ଗରେ ମୁଲତବୀ ଆଲୋଚନା ପାଇଁ ନୋଟିସ ଦେଇଥିଲା । ବିଜେପିର ମୁଲତବୀ ନୋଟିସ ଗ୍ରହଣ ହୋଇଥିଲା ବେଳେ କଂଗ୍ରେସର ନୋଟିସକୁ ବାଚସ୍ପତି ଅଗ୍ରାହ୍ୟ କରିଥିଲେ । 

ତେଣୁ ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରଶ୍ନକାଳକୁ ବାତିଲ କରି ନାରୀ ନିର୍ଯ୍ୟାତନା ନେଇ ସ୍ବତନ୍ତ୍ର ଆଲୋଚନା ଦାବି କରିଥିଲେ । ବାଚସ୍ପତି ଏଭଳି ଦାବିକୁ ଗ୍ରହଣ ନକରିବାରୁ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ନରସିଂହ ମିଶ୍ର ଅଭିଯୋଗ କରୁଛନ୍ତି ଯେ, ସରକାରୀ ଦଳ ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେଉନାହାନ୍ତି । ନାବାଳିକା ଦୁଷ୍କର୍ମରେ ଓଡିଶା ଏକ ନମ୍ବର ହୋଇଥିଲା ବେଳେ ନାରୀ ନିର୍ଯାତନାର ବି ଓଡ଼ିଶାର ସ୍ଥିତି ଉଦବେଗଜନକ । ଏହା ସୁପ୍ରିମକୋର୍ଟରେ ଦାଖଲ ଏକ ପିଆଇଏଲରୁ ଜଣାପଡିଛି । 

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମଧ୍ୟ ସେହି ସମାନ ଦାବି କରିଥିଲେ । କିନ୍ତୁ ବାଚସ୍ପତି ତାଙ୍କୁ କହିବାର ସୁଯୋଗ ଦେଇନଥିଲେ । ନାରୀ ନିର୍ଯ୍ୟାତନା ସହ ରାଜ୍ୟରେ ଦୁର୍ନୀତି ବଢୁଛି । ବାତ୍ୟା ବିପର୍ଯ୍ୟୟଙ୍କୁ ବାସଗୃହ ନାଁରେ ବ୍ୟାପକ ହରିଲୁଟ୍ ହେଉଛି । ଏ ସରକାର କିନ୍ତୁ ସ୍ବଚ୍ଛତାର ଡିଣ୍ଡିମ ପିଟୁଛନ୍ତି ବୋଲି ସେ ଅଭିଯୋଗ କରିଥିଲେ।  

ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ କହିଛନ୍ତି ଯେ, ବିରୋଧୀ ଦଳ ନାରୀ ସୁରକ୍ଷା ପାଇଁ ଚିନ୍ତିତ ନୁହଁନ୍ତି । କେବଳ ଗଣମାଧ୍ୟମରେ ନିଜର ସ୍ଥିତି ଜାହିର କରିବାକୁ ବିଧାନସଭାକୁ ଅଚଳ କରୁଛନ୍ତି । ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଥିବାବେଳେ ପ୍ରଶ୍ନକାଳକୁ ବାତିଲ କରିବାର ଆବଶ୍ୟକତା ନାଥିଲା ବୋଲି ସେ କହିଛନ୍ତି । 

   Related Posts