ଆରମ୍ଭ ହେଲା ବିଧାନସଭାର ଶୀତକାଳିନ ଅଧିବେଶନ, ଗୃହରେ ଶୋକପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
13/11/2019 at 10:57 AM

ଭୁବନେଶ୍ବର ୧୩।୧୧: ଆରମ୍ଭ ହେଲା ବିଧାନସଭାର ଶୀତକାଳୀନ ଅଧିବେଶନ । ଗୃହରେ ଶୋକପ୍ରସ୍ତାବ ଆଗତ କଲେ ଗୃହର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, କଂଗ୍ରେସ ଦଳ ନେତା ନରସିଂହ ମିଶ୍ର, ବିଜେପି ବିଧାୟକ ଲକ୍ଷ୍ମଣ ମୁଣ୍ଡା ସମର୍ଥନ କରିଛନ୍ତି ।
ଗୃହରେ ଦିବଂଗତ ୩ ପୂର୍ବତନ ବିଧାୟକ ସାହୁରା ମଲ୍ଲିକ, ଉଦିତ ପ୍ରତାପ ଦେବ ଓ ବୃନ୍ଦାବନ ପାତ୍ରଙ୍କ ସହ ସହିଦ ଯବାନ ଜୟରାମ କବାସିଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ଦିବଂଗତ ନେତାଙ୍କୁ ଗୃହରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଗୃହରେ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।