Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଆଜିଠୁ ବିଧାନସଭାର ଶୀତ ଅଧିବେଶନ, ଅପରାହ୍ନରେ ଅତିରିକ୍ତ ଖର୍ଚ୍ଚ ଦାବି ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ

20/11/2020 at 8:23 AM

ଭୁବନେଶ୍ବର ୨୦।୧୧: ଆଜିଠୁ ଆରମ୍ଭ ହେବ ବିଧାନସଭାର ଶୀତ କାଳୀନ ଅଧିବେଶନ । ପ୍ରଥମ ଦିନ ଆରମ୍ଭରେ ଶୋକ ପ୍ରସ୍ତାବ ଆସିବ । ଅପରାହ୍ନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅତିରିକ୍ତ ଖର୍ଚ୍ଚ ଦାବି ଉପସ୍ଥାପନ କରିବେ । ନଭେମ୍ବର ୨୬, ୨୭ ଓ ୨୮ରେ ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ । ୨୯ରେ ଅତିରିକ୍ତ ଖର୍ଚ୍ଚ ଦାବି ଗୃହରେ ପାରିତ ହେବ । ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା । ଏହି ଅଧିବେଶନ ୪୦ ଦିନ ବସିବ । ବିଧାନସଭା ଆରମ୍ଭ ପୂର୍ବରୁ ତିନି ପ୍ରମୁଖ ଦଳ ପ୍ରସ୍ତୁତ କରି ସାରିଛନ୍ତି ରଣନୀତି ।

ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଅଡୁଆରେ ପକାଇବା ପାଇଁ ବିଧାୟକ ଦଳ ବୈଠକରେ ଯୋଜନା ଚୂଡାନ୍ତ କରିଛନ୍ତି ବିରୋଧୀ । ଧାନ କିଣାରେ ଅବ୍ୟବସ୍ଥା, କୋଭିଡ୍ ଦୁର୍ନୀତି, ସୀମା ବିବାଦ, ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ, ଶିକ୍ଷା, ସ୍ବାସ୍ଥ୍ୟ ଅବ୍ୟବସ୍ଥା ନେଇ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ।

ଏପଟେ ବିରୋଧୀ ଦଳ ଯେଉଁ ପ୍ରସଙ୍ଗ ଉଠାଇବେ ବିଧାନସଭାରେ ଆଲୋଚନା ନେଇ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହିଛି ବିଜେଡି । ସରକାରଙ୍କ ପକ୍ଷରୁ ୧୦ଟି ବିଲ୍ ଉପସ୍ଥାପିତ ହେବ । ଏ ମଧ୍ୟରୁ ୩ଟି ଅଧ୍ୟାଦେଶକୁ ଆଇନରେ ପରିଣତ କରାଯିବାକୁ ବିଲ୍ ଅଣାଯିବ । ଦଳର ସମସ୍ତ ବିଧାୟକ ଗୃହରେ ଉପସ୍ଥିତ ରହିବା ଲାଗି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

   Related Posts