ବିଧାନସଭା ଶୀତ ଅଧିବେଶନ : ପଞ୍ଚାୟତିରାଜ ବିଭାଗ ଉପରେ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ

Published By : Prameya-News7 Bureau | November 19, 2019 IST

ଭୁବନେଶ୍ବର ୧୯।୧୧: ବିଧାନସଭା ଶୀତ ଅଧିବେଶନର ଆଜି ଷଷ୍ଠ ଦିନ । ପ୍ରଶ୍ନକାଳ ଆରମ୍ଭରୁ ଗୃହ ସ୍ବାଭାବିକ ରହିଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଉପରେ ଆଲୋଚନା ହେଉଛି । ବିଭାଗୀୟ ମନ୍ତ୍ରୀ ଗୃହ ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ।

ଏହାସହ ଗ୍ରାମ୍ୟ ଉନ୍ନୟନ, ଜଙ୍ଗଲ ଓ ପରିବେଶ, ଗୃହ ନିର୍ମଣ ଓ ପୌର ଉନ୍ନୟନ, ଶ୍ରମ ଓ କର୍ମଚାରୀଙ୍କ ରାଜ୍ୟବୀମା, ସଂସଦୀୟ ବ୍ୟାପାର, ଆଇନ ଆଦି ବିଭାଗ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ବିଭିନ୍ନ ପ୍ରଶ୍ନର ଉତ୍ତର ରଖିବେ ବିଭାଗୀୟ ମନ୍ତ୍ରୀ ।

ଶୂନ୍ୟକାଳରେ ରାଜ୍ୟରେ ଧାନ କିଣାରେ ସରକାର ବିଫଳ ମୁଲତବୀ ପ୍ରସ୍ତାବ ଆଣିବେ ବିରୋଧୀ । ଏହାସହ କାଳିଆ ଟଙ୍କାରେ ଅଯୋଗ୍ୟ ହିତାଧିକାରୀଙ୍କ ପ୍ରସଙ୍ଗ ମଧ୍ୟ ଆସିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.