Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ହାଡଭଙ୍ଗା ଶୀତରେ ଥରୁଛି ସାରା ଓଡିଶା, ଆହୁରି ୨ ଦିନ ଥରାଇବ, ୧୦ ଡିଗ୍ରୀ ତଳେ ୧୧ ସହରର ତାପମାତ୍ରା

22/12/2020 at 7:59 AM

ଭୁବନେଶ୍ୱର,୨୨/୧୨: ଶୀତରେ ଥରୁଛି ସାରା ଓଡିଶା । ହେଉଛି ହାଡ ଭଙ୍ଗା ଶୀତ ।  କାଲୁଆ ପବନରେ ଠକ୍‌ଠକ୍‌ ହୋଇ ଥରୁଛି ରାଜ୍ୟ। ପଦାକୁ ବାହାରିଲେ ଶୀତ ଗୋଡ଼ାଉଛି। ଘର ଭିତରେ କାନ୍ଥ, ଚଟାଣ ସବୁ କାଲୁଆ ଲାଗୁଛି। କେବଳ ଆଭ୍ୟନ୍ତରୀଣ ଓଡ଼ିଶା ନୁହେଁ ଉପକୂଳରେ ବି ଅଚାନକ ବଢ଼ିଯାଇଛି ଥଣ୍ଡା ପ୍ରକୋପ। ରାଜ୍ୟର ୧୧ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍‌ ତଳେ ଅଛି। ଫୁଲବାଣୀ ଏବେ ଓଡ଼ିଶାର ସବୁଠୁ କାଲୁଆ ଅଞ୍ଚଳ ପାଲଟିଛି। ଫୁଲବାଣୀରେ ରାତି ତାପମାତ୍ରା ୪ ଡିଗ୍ରୀ ସେଲସିୟସ ତଳେ ରହିଛି । ଯାହାକି ସ୍ୱାଭାବିକଠାରୁ ୪ ଡିଗ୍ରୀ କମ୍‌।

ପାଣିପାଗ ବିଭାଗର ସୂଚନାନୁସାରେ, ଶୀତ ପ୍ରକୋପ ଆହୁରି ୨ ଦିନ ରହିପାରେ। ଗୁରୁବାର ଯାଏଁ ଥଣ୍ଡା କମିବାର ସମ୍ଭାବନା ନାହିଁ । ବିଶେଷ କରି ଆଭ୍ୟନ୍ତରୀଣ ଅଞ୍ଚଳରେ ଭୀଷଣ ଶୀତ ପ୍ରକୋପ ଜାରି ରହିବ। ଆସନ୍ତା ୩ ଦିନ ଯାଏଁ ସ୍ୱାଭାବିକଠାରୁ ପାରଦ ୩/୪ ଡିଗ୍ରୀ କମ୍‌ ରହିବ। ଉପକୂଳ ଓଡ଼ିଶାରେ ମଧ୍ୟ ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ କମ୍‌ ରହିବା ସମ୍ଭାବନା ରହିଛି ।

ମଙ୍ଗଳବାର ସକାଳେ, ମୟୂରଭଞ୍ଜ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ଭୀଷଣ ଶୀତ ଲହରୀ ଲାଗି ରହିବ। ଏହା ବ୍ୟତୀତ କଳାହାଣ୍ଡି, ଦେବଗଡ଼, ନୂଆପଡ଼ା, ଢେଙ୍କାନାଳ, କୋରାପୁଟ, କନ୍ଧମାଳ, ସୋନପୁର, ବୌଦ୍ଧ, ବଲାଙ୍ଗିର, ନବରଙ୍ଗପୁର, କଟକ ଓ ବରଗଡ଼ ଜିଲ୍ଲାରେ ଶୀତ ଲହରୀ ଅନୁଭୂତ ହେବ। ବୁଧବାର ରାତି ଓ ଗୁରୁବାର ସକାଳେ ମୟୂରଭଞ୍ଜ, ଅନୁଗୁଳ ଓ ବରଗଡ଼ରେ ଭୀଷଣ ଶୀତ ଲହରୀ ଥରାଇବ। ଢେଙ୍କାନାଳ, କୋରାପୁଟ, କନ୍ଧମାଳ, ସୋନପୁର, ବୌଦ୍ଧ, କଳାହାଣ୍ଡି, ଝାରସୁଗୁଡ଼ା ଆଦି ଜିଲ୍ଲାରେ ହାଡ ଭଙ୍ଗା ଶୀତ ଅନୁଭୂତ ହେବ। ୨୪ ତାରିଖ ସକାଳ ପର୍ଯ୍ୟନ୍ତ ଶୀତ ପ୍ରକୋପ ଏମିତି ଥରାଇବ । ତା’ ପରେ ଶୀତ ସାମାନ୍ୟ କମିବ । ହେଲେ ଦିନେ ଦୁଇଦିନ ପରେ ପୁଣି ଥଣ୍ଡା ବଢ଼ିବ ବୋଲି କହିଛି ପାଣିପାଗ ବିଭାଗ ।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁସାରେ, ମଙ୍ଗଳବାର ରାତିଠାରୁ ଶୀତ ପ୍ରକୋପ ସାମାନ୍ୟ କମିବ । ୨୭ରୁ ପୁଣି ଥଣ୍ଡା କମିବା ସମ୍ଭାବନା ଅଛି । ଚଳିତବର୍ଷ ଶେଷବେଳକୁ ଶୀତ ପ୍ରକୋପ ଯଥେଷ୍ଟ କମିପାରେ ବୋଲି ସେ କହିଛନ୍ତି ।

   Related Posts