ଆସନ୍ତା ୨୦ରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ, ଡିସେମ୍ବର ୩୧ ଯାଏଁ ଚାଲିବ

Published By : Prameya-News7 Bureau | November 04, 2020 IST

ଭୁବନେଶ୍ୱର, ୦୪/୧୧:  ନଭେମ୍ବର ୨୦ରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ ।  ଏହା ଡିସେମ୍ବର ୩୧ ଯାଏଁ ଚାଲିବ  ।

ଶୀତ ଅଧିବେଶନର ପ୍ରଥମ ଦିନରେ ଉପସ୍ଥାପନ ହେବ ଅତିରିକ୍ତ ବଜେଟ । ତେବେ ଶୀତ ଅଧିବେଶନରେ ୪୦ଟି କାର୍ଯ୍ୟ ଦିବସ ରହିବ ।

ତେବେ କରୋନା କଟକଣା ମଧ୍ୟରେ ଗତ ଅକ୍ଚୋବର ୬ତାରିଖରେ ବିଧାନସଭାର ମୌସୁମୀ ଅଧିବେଶନ ଶେଷ ହୋଇଥିଲା। କୋଭିଡ କଟକଣା ଭିତରେ ସମସ୍ତ ଗାଇଡ଼ଲାଇନକୁ ମାନି ଅଧିବେଶନ କରାଯାଇଥିଲା। ଏଥିରେ ସମୁଦାୟ ୭ଟି ବିଲ୍ ପାରିତ ହୋଇଥିଲା। ଏବଂ ୩ଟି ମୁଲତବୀ ନୋଟିସ ଆସିଥିଲା। ତେବେ ଏଥର ପ୍ରଶ୍ନକାଳ ହୋଇନଥିଲା। କେବଳ ଅନତାରକା ପ୍ରଶ୍ନ , ମୁଲତବୀ ନୋଟିସ ଓ ଶୂନ୍ୟକାଳ ହୋଇଥିଲା। ଆସନ୍ତା ଅଧିବେଶନରେ ପ୍ରଶ୍ନକାଳ ହେବ ନା ନାହିଁ ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.