ଆସନ୍ତାକାଲି ଠାରୁ ପୁଣି ଲେଉଟିବ ଶୀତ- ରବିବାରରୁ ବିଭିନ୍ନ ସ୍ଥାନରେ ରାତିର ତାପମାତ୍ରା କମିବ

Published By : Prameya-News7 Bureau | January 05, 2020 IST

ଭୁବନେଶ୍ୱର ୦୫।୦୧ - ୨୪ ଘଣ୍ଟାର ପୁଣି ଲେଉଟିବ ଶୀତ  ।୪୮ ଘଣ୍ଟାରେ  ଶୀତ ଲହାରୀ ନେଇ ଆ କଳନ କରିଛି ପାଣିପାଗ ବିଭାଗ । ଆଭ୍ୟନ୍ତରୀଣ ଓଡ଼ିଶାରେ ୪ ରୁ ୬  ଡ଼ିଗ୍ରୀ ତାପାମାତ୍ର କମିବାକୁ ଥିବାବେଳେ ଉପକୂଳ ଓଡ଼ିଶାରେ ୨ରୁ ୪ ଡ଼ିଗ୍ରୀ କିମବ ପାରଦ ।

{"id":207338,"sizeSlug":"large"}

ପୁଣି ଲେଉଟିବ ପ୍ରବଳ ଶୀତ ।  ୨୪ଘଣ୍ଟାପରେ  ଆଭ୍ୟନ୍ତରୀଣ ଉପକୂଳ ଓ ସମେତ ଉତ୍ତର ଓଡ଼ିଶା ତାପାମାତ୍ର କମିବ । ଆଉ ୪୮ ଘଣ୍ଟାପରେ ଶୀତ ଲହାରୀ ପ୍ରବାହ ନେଇ ଅନୁମାନ କରିଛି ପାଣିପାଗ ବିଭାଗ । ଅଭ୍ୟନ୍ତରୀଣ ଓଡ଼ିଶାରେ ୪ ରୁ ୬  ଡ଼ିଗ୍ରୀ ତାପାମାତ୍ର କମିବାକୁ ଥିବାବେଳେ ଉପକୂଳ ଓଡ଼ିଶାରେ ୨ରୁ ୪ ଡ଼ିଗ୍ରୀ । 

{"id":207339,"sizeSlug":"large"}

ଆକାଶ ​‌ ମେଘମୁକ୍ତ ରହିଥିବାରୁ ଆଜି ଠାରୁ ରାତିର ତାପାମାତ୍ର ହାସ ପାଇବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

{"id":207340,"sizeSlug":"large"}

ଉତ୍ତର ଦିଗରୁ ପୁଣି ପବନ ବୋହିବା ଆରମ୍ଭ କରିଥିବାବେଳେ, ଆଗାମୀ ଦିନରେ ରାଜ୍ୟରେ ପାରଦ ପୁଣି ଥରେ ୧୦ ଡ଼ିଗ୍ରୀ ତଳକୁ ଖସିବା ସମ୍ଭାବାନା ରହିଛି।

{"id":207341,"sizeSlug":"large"}

ଖାସକରି  ଫୁଲବାଣୀ , ଦାରିଙ୍ଗବାଡି, ସୋନପୁର ଆଦି ଜିଲ୍ଲାମାନଙ୍କରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେବେ।  ତା ସହିତ କଟକ ଖୋର୍ଦ୍ଧା, ଅନୁଗୁଳ ବାଲେଶ୍ୱର ସୋନପୁର ଆଦି ଜିଲ୍ଳାମନଙ୍କରେ  କୁହୁଡ଼ି ଦେଖାଯିବ।

{"id":207343,"sizeSlug":"large"}

ଏପରିକି କିଛି ସ୍ଥାନରେ ଭିଜିବିଲିଟି ୨୦୦ମିଟର ଠାରୁ ବି କମ ରହିବ ତେଣୁ ଗାଡ଼ିଚାଳକ ମାନଙ୍କୁ ସାବଧାନ କରିଛି ପାଣିପାଗ ବିଭାଗ ।

{"id":207342,"sizeSlug":"large"}

ତେବେ ୮ ତାରିଖ ବେଳକୁ  କିଛି ସ୍ଥାନରେ ହାଲୁକା ବର୍ଷାର ସମ୍ଭାବନା ରହିଥିଲେ ମଧ୍ୟ ଚାଷୀଙ୍କ ଚିନ୍ତାର କାରଣ ନଥିବା କହିଛି ପାଣିପାଗ ବିଭାଗ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.