Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ପହିଲି ଶୀତର ପ୍ରଥମ ସ୍ପର୍ଶ ; କୋରାପୁଟ ଲମତାପୁଟରେ ପର୍ଯ୍ୟଟକଙ୍କ ଭିଡ

15/11/2018 at 2:29 PM

କୋରାପୁଟ ୧୫|୧୧:  ଅନୁଭୂତ ହେଲାଣି ଶୀତର ପହିଲି ସ୍ପର୍ଶ । କିନ୍ତୁ ସବୁଜ ବନାନୀରେ ଭରା କୋରାପୁଟ ଜିଲ୍ଲାରେ ଶୀତର ଅନୁଭବ ନିଆରା । ଶୀତ ଆସିଲେ ବଦଳି ଯାଏ ଏଠାକାର ଚିତ୍ର । ନୂଆ ରୂପ ଧାରଣ କରେ ପ୍ରକୃତି । ପାହାଡ଼ ଉହାଡ଼ରେ କୁହୁଡ଼ି ଚାଦର ତଳୁ ସୂର୍ଯ୍ୟଙ୍କ ପ୍ରଥମ କିରଣ ହେଉ କି ଶିତୁଆ ସନ୍ଧ୍ୟାରେ ସ୍ଥାନୀୟ ପାରମ୍ପାରିକ ନାଚଗୀତ ସବୁକିଛି ନିଆରା । ସେଥିପାଇଁତ ଶୀତ ଆସୁ ଆସୁ କୋରାପୁଟ ଲମତାପୁଟକୁ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଲାଣି ।

ଡେଷ୍ଟିନେସନ ଲମତାପୁଟରୁ ବାହାରିଲେ ଆପଣଙ୍କୁ ଆକୃଷ୍ଟ କରିବ ବଣପାହାଡ ଘେରା କୁହୁଡି ଚାଦରରେ ଢଙ୍କା ହୋଇଥିବା ଛୋଟିଆ ଜାଗାଟି। ସବୁଜ ଘଞ୍ଚ ବନାନି ମଧ୍ୟରେ ଡୁଡୁମା ଜଳପ୍ରପାତର ମନୋରମ ସୌନ୍ଦର୍ଯ୍ୟ ଆପଣ ନଦେଖିଲେ ବିଶ୍ବାସ କରିପାରିବେନି। ଦୁଇ ପାର୍ଶ୍ବରେ ଥିବା ଆକାଶ ଛୁଆଁ ପର୍ବତ ମଧ୍ୟରେ ୫୫୦ ଫୁଟ ତଳକୁ ପଡୁଥିବା ଧବଳ ଜଳରାଶି ଖାଲି ମନକୁ ପୁଲକିତ କରିବିନି ମନରେ ସତେଜତା ଭରିଦେବ। ଶୀତଦିନ ଆସିଲେ ଏଠାକୁ ଛୁଟି ଆସନ୍ତି ପର୍ଯ୍ୟଟକ। ଜମିଥାଏ ପିକନିକ୍ ପାର୍ଟି । ଶୀତୁଆ ସକାଳରେ କ୍ଷେତରେ ଲହଡି ଭାଙ୍ଗୁଥିବା ଅଳସୀ ଫୁଲ, ଧାନ ମାଣ୍ଡିଆ କିଆରି ଦୃଶ୍ୟ ଆପଣଙ୍କୁ ବିଭୋର କରିବ ।

କୋରାପୁଟର କାଶ୍ମୀର କୁହାଯାଉଥିବା ଲମତାପୁଟ ଛୁଟି ଆସନ୍ତି ଫ୍ରାନ୍ସ, ଇଟାଲୀ, ଆମେରିକା, ବ୍ରାଜିଲ ପରି ବିଦେଶୀ ପର୍ଯ୍ୟଟକ । ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିବା ସହିତ ଏଠାରେ ପର୍ବତାରୋହଣର ମଜା ନେବାକୁ ଭୁଲନ୍ତିନାହିଁ । ଏହାସିହତ ଆଦିମଅଧିବାସୀ ବଣ୍ଡା ମହିଳାମାନଙ୍କ ଆଭୁଷଣ, ବେଶଭୂଷାର ଚିତ୍ର ନେବାପାଇଁ ଦେଖିବାକୁ ମିଳିଥାଏ ନାହିଁ ନଥିବା ଉତ୍ସାହ। କେବଳ ଡୁଡୁମା କାହିଁକି କୋଲାବ, ଜୋଲାପୁଟ, ମାଛକୁଣ୍ଡ ଜଳଭଣ୍ଡାରର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଭୁଲନ୍ତିନି ଏଠାକୁ ଆସିଥିବା ପର୍ଯ୍ୟଟକ।

   Related Posts