Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଫ୍ଟ ମାଗି ଯାଉଥିଲେ ଘରକୁ, ଦୁର୍ଘଟଣାରେ ମା’ପୁଅ ସମେତ ୪ ଜଣଙ୍କ ମୃତ୍ୟୁ
  • ||
  • ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ
  • ||
  • ସ୍କୁଲ ଫି’ ଛାଡ଼ ମାମଲା: ସପ୍ତାହେ ଭିତରେ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ଦୁର୍ବଳ ହେଉଛି ଭାରତୀୟ ଆଖି
  • ||
  • ପୁରୀ : ସ୍ବର୍ଗଦ୍ବାରରୁ ହଟିଲା କଟକଣା, ଏଣିକି ଅନ୍ୟ ଜିଲ୍ଲାର ଶବ ହେବ ସତ୍କାର
  • ||
  • ଲଦାଖ: ଡେମଚୋକ୍‌ରେ ଭାରତୀୟ ସେନା ହାତରେ ଧରାପଡିଲେ ଚୀନ ସୈନିକ, ମିଳିଛି ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ
  • ||
  • ଘରୋଇ କର୍ମଚାରୀଙ୍କ ପାଇଁ ବଡ ଖବର : ଦୀପାବଳି ପୂର୍ବରୁ ନୂଆ ପ୍ୟାକେଜ୍ ଘୋଷଣା କରିପାରନ୍ତି ସରକାର
  • ||
  • ଲୋକ ଭବନ ସମ୍ମୁଖରେ ଦୁଇ ଶିଶୁ ସହ ପତି-ପତ୍ନୀଙ୍କ ଆତ୍ମଦାହ ଉଦ୍ୟମ, ଉଦ୍ଧାର କଲା ପୋଲିସ
  • ||
  • ପୁଅ ଆସି ପଡୋଶୀଙ୍କୁ କହିଲା-ବାପା ଉଠୁନାହାନ୍ତି, ଦେଖିଲା ବେଳକୁ ଘରେ ପଡିଥିଲା ଦୁଇଟି ମୃତଦେହ
  • ||
  • ଗେହଲଟ୍ ସରକାରଙ୍କ ନିଷ୍ପତ୍ତି: ୧୩ ଅନ୍ତରାଷ୍ଟ୍ରୀୟ ଖେଳାଳିଙ୍କୁ ୨୫-୨୫ ଏକର ଜମି ଆବଣ୍ଟନ କରିବାକୁ ଘୋଷଣା
  • ||

ପୁଣି ବର୍ଷା ସମ୍ଭାବନା ଶନିବାରଠାରୁ କୁହୁଡି – ୟେଲୋ ୱାର୍ଣ୍ଣିଂ ଜାରି

9/01/2020 at 10:18 AM

ଭୁବନେଶ୍ୱର ୦୯।୦୧ – ରାଜ୍ୟର ବିଭିନ୍ନ ସ୍ଥାନରେ ପୁଣି ବର୍ଷା ସମ୍ଭାବନା । ୧୦ ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାହ ପକ୍ଷରୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଆଭ୍ୟନ୍ତରୀଣ ଓଡ଼ିଶାର ଅଳ୍ପ କେତେକ ସ୍ଥାନ ଓ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

କଳାହାଣ୍ଡି, ବଲାଙ୍ଗିର, ବୌଦ୍ଧ, କନ୍ଧମାଳ, ସୋନପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଶୁକ୍ରବାର ରାୟଗଡ଼ା, ଗଞ୍ଜାମ, ଗଜପତି, କୋରାପୁଟ, କେନ୍ଦୁଝର, ମୟୂରଭଞ୍ଜରେ ହାଲୁକାରୁ ମଧ୍ୟମ ବର୍ଷା ହେବା ସମ୍ଭାବନା ଅଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଅନୁଗୁଳ, କେନ୍ଦୁଝର, ବଲାଙ୍ଗିର, ସୋନପୁରରେ ଘନ କୁହୁଡ଼ି ହୋଇପାରେ ।ବର୍ଷା ଯୋଗୁ ପାଗ ମେଘୁଆ ଓ କୋହଲା ରହିବ । ଦିନ ତାପମାତ୍ରା ଆସନ୍ତା ୪୮ ଘଣ୍ଟା ଭିତରେ ବର୍ତ୍ତମାନ ତୁଳନାରେ ଆହୁରି ୩ରୁ ୫ ଡିଗ୍ରୀ ସେଲସିୟସ୍‌ କମିଯିବ । ଫଳରେ ଦିନରେ କାଲୁଆ ପାଗ ଅନୁଭୂତ ହେବ । ମାତ୍ର ରାତିରେ ଥଣ୍ଡା କମିବ । କାରଣ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ ।

୧୧ ତାରିଖ (ଶନିବାର)ଠାରୁ ପାଗ ଫିଟିବ । ହେଲେ କୁହୁଡ଼ି ବଢ଼ିପାରେ । ଶନିବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଭଦ୍ରକ, ଯାଜପୁର, ବାଲେଶ୍ୱରରେ ଘନ କୁହୁଡ଼ି ଆଶଙ୍କା ଅଛି । ରବିବାର ଅନୁଗୁଳ, ସୋନପୁର, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ପୁରୀ, ଗଞ୍ଜାମ, କୋରାପୁଟରେ ଘନ କୁହୁଡ଼ି ଦେଖାଯାଇ ପାରେ ।

   Related Posts