ଫେରିବ ଶୀତ, ଆହୁରି ଥରାଇବ

Published By : Prameya-News7 Bureau | January 29, 2021 IST

ଭୁବନେଶ୍ୱର,୨୯/୦୧: ରାଜ୍ୟରେ ଶୀତ ଖେଳୁଛି ଲୁଚକାଳି । ପାଗ ବଦଳୁଛି । ଏବେ ଆଉ ବର୍ଷା ଆଶଙ୍କା ନାହିଁ । ଗୁରୁଚାପ ବଳୟର ସ୍ଥିତି ପରିବର୍ତ୍ତନ ଯୋଗୁ ରାଜ୍ୟକୁ ପୁଣି ଶୀତ ଫେରିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।

କୃଷି ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ଶୁକ୍ରବାରଠାରୁ ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଅଞ୍ଚଳ ବ୍ୟତୀତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଉଭୟ ଦିନ ଓ ରାତି ତାପମାତ୍ରା କମିଯିବ । ଆସନ୍ତା ୩ ଦିନ ଭିତରେ ସର୍ବନିମ୍ନ ତାପମାତ୍ରା ୪ରୁ ୫ ଡିଗ୍ରୀ ସେଲସିୟସ୍‌ କମ୍ ରହିବ ।

ସେହିପରି, ଫେବ୍ରୁଆରୀ ୧ ତାରିଖରୁ ଏଥିରେ ପରିବର୍ତ୍ତନ ହେବ । ୨ରୁ ସର୍ବନିମ୍ନ ତାପମାତ୍ରା ପୁଣି ବୃଦ୍ଧି ପାଇବ । ୫ ତାରିଖ ସୁଦ୍ଧା ରାତି ତାପମାତ୍ରା ୫-୬ ଡିଗ୍ରୀ ବଢ଼ିପାରେ। ଶୁକ୍ରବାର ଓ ଶନିବାର ସର୍ବନିମ୍ନ ତାପମାତ୍ରା ପ୍ରାୟ ୨ ଡିଗ୍ରୀ ସେଲସିୟସ୍‌ ବଢ଼ିବ ବୋଲି ଅନୁମାନ କରାଯାଉଛି। ତା’ପରେ ୩୧ ଓ ୧ ତାରିଖ ଭିତରେ ତାପମାତ୍ରା ୨ ଡିଗ୍ରୀ କମିବ ।

ପାଣିପାଗ ବିଭାଗର କହିବାନୁସାରେ, ୨ ଦିନ ପରେ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ୪-୫ ଡିଗ୍ରୀ କମିବ । ଉପକୂଳ ଓଡ଼ିଶାରେ ପ୍ରାୟ ୨ ଡିଗ୍ରୀ ହ୍ରାସ ପାଇବ ବୋଲି କହିଛି ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.