ଖସିବ ପାରଦ, ବଢିବ ଶୀତ, ଆଭ୍ୟନ୍ତରୀଣ ଓଡିଶାରେ କୁହୁଡି ଆଶଙ୍କା

Published By : Prameya-News7 Bureau | January 01, 2021 IST

ଭୁବନେଶ୍ୱର,୦୧/୦୧:  ରାଜ୍ୟରେ ଶୀତ ସାମାନ୍ୟ ବଢ଼ିବ । ରାତିର ସର୍ବନିମ୍ନ ତାପମାତ୍ରା ୨୪ ଘଣ୍ଟା ଭିତରେ ପ୍ରାୟ ୨ଡିଗ୍ରୀ ସେଲସିୟସ୍‌ କମିବ। ପାଣିପାଗ ବିଭାଗ ଏପରି ପୂର୍ବାନୁମାନ କରିଛି । ଏବେ ରାଜ୍ୟରେ ଦୁଇଦିନ ହେବ ଥଣ୍ଡା ସାମାନ୍ୟ କମିଛି ।

ଶୁକ୍ରବାର ସକାଳୁ ଥଣ୍ଡା ସାମାନ୍ୟ ବଢ଼ିଛି । ଶୁକ୍ରବାର ରାତିର ତାପମାତ୍ରା ମଧ୍ୟ କିଛି ମାତ୍ରାରେ କମିପାରେ । ତା’ପରେ ପାରଦ ଆଉ ଖସିବନି । ଜାନୁଆରୀର ପ୍ରଥମ ସପ୍ତାହରେ ଶୀତ ପ୍ରକୋପ କମ୍‌ ରହିବ ।

ସେହିପରି ଜାନୁଆୀ ଦ୍ୱିତୀୟ ସପ୍ତାହରେ ମଧ୍ୟ ଥଣ୍ଡା ପ୍ରବାହ କମ୍‌ ରହିପାରେ । ତୃତୀୟ ସପ୍ତାହରେ ରାଜ୍ୟରେ ଭୀଷଣ ଶୀତ ଅନୁଭୂତ ହେବାର ସମ୍ଭାବନା ଅଛି । ସ୍ୱାଭାବିକଠାରୁ ୬ ଡିଗ୍ରୀ କମିପାରେ ସର୍ବନିମ୍ନ ତାପମାତ୍ରା । ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତା ଦୁଇଦିନ ଉତ୍ତର ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳରେ କୁହୁଡ଼ି ସମ୍ଭାବନା ରହିଥିବା ପାଣିପାଗ ବିଭାଗ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.