ଥରାଉଛି ଶୀତ, ଫୁଲବାଣୀରେ ୭ ଡିଗ୍ରୀକୁ ଖସିଲା ପାରଦ

Published By : Prameya-News7 Bureau | January 23, 2021 IST

ଭୁବନେଶ୍ୱର,୨୩/୦୧: ରାଜ୍ୟରେ ଲୁଚକାଳି ଖେଳୁଛି ଶୀତ । କେତେବେଳେ ଥରାଉଛି ତ ପୁଣି କେତେବେଳେ ରାତିରେ ବି ଦରକାର ପଡୁଛି ଫ୍ୟାନ୍ । ଏବେ ପୁଣି ବଢ଼ିଛି ଶୀତ । ବିଭିନ୍ନ ସହରର ପାରଦ ୧୦ ଡିଗ୍ରୀ ତଳକୁ ଖସିଛି ।

ଶୁକ୍ରବାର ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସକୁ ଖସି ଆସିଥିବାବେଳେ ଝାରସୁଗୁଡ଼ା ୮.୬ ଡିଗ୍ରୀ, ଦାରିଙ୍ଗିବାଡ଼ି ୧୦ ଡିଗ୍ରୀ ସେଲସିୟରେ ପହଞ୍ଚିଛି । ସେହିପରି କଟକରେ ପାରଦ ୧୩.୫ ଡିଗ୍ରୀ ଓ ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍‌ ରହିଥିବା ରେକର୍ଡ ହୋଇଛି ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଶନିବାର ଶୀତ ପ୍ରକୋପ କମିଯିବ । ପରେ ୩-୪ ଦିନ ଭିତରେ ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରୀ ବଢ଼ିବା ସମ୍ଭାବନା ଅଛି । ଶୁକ୍ରବାରଠୁ ପୁଣି ଦିନ ତାପମାତ୍ରା ବଢ଼ିବା ଆରମ୍ଭ କରିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.